ETV Bharat / bharat

ମୋଦି ସରକାରଙ୍କୁ ଚିଠି ଲେଖି ଚିନ୍ତାପ୍ରକଟ କଲା ୱିକିପିଡିଆ

author img

By

Published : Dec 30, 2019, 1:37 PM IST

ଭାରତରେ କାମ କରୁଥିବା ୱେବସାଇଟ ଓ ସୋସିଆଲ ମିଡିଆକୁ ନେଇ କେନ୍ଦ୍ର ସରକାର ନୂଆ ନିୟମ ଆଣିବାକୁ ଯୋଜନା କରୁଛନ୍ତି । ଯାହାକୁ ନେଇ ନିଜର ଚିନ୍ତାପ୍ରକଟ କରିଛି ତଥ୍ୟ ସୂଚନା ଦେଉଥିବା ୱେବସାଇଟ ୱିକିପିଡିଆ ।

Wikipedia
ମୋଦି ସରକାରଙ୍କୁ Wikipedia ର ଚିଠି

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଲା ଲୋକପ୍ରିୟ ୱେବସାଇଟ ୱିକିପିଡିଆ । ଭାରତରେ କାମ କରୁଥିବା ୱେବସାଇଟ ଓ ସୋସିଆଲ ମିଡିଆକୁ ନେଇ କେନ୍ଦ୍ର ସରକାର ନୂଆ ନିୟମ ଆଣିବାକୁ ଯୋଜନା କରୁଛନ୍ତି । ଯାହାକୁ ନେଇ ନିଜର ଚିନ୍ତାପ୍ରକଟ କରିଛି ତଥ୍ୟ ସୂଚନା ଦେଉଥିବା ୱେବସାଇଟ ୱିକିପିଡିଆ ।

ଏହି ନୂଆ ନିୟମରେ ଅବଗତ କରିବାକୁ ଯାଇ ସୂଚନା ଓ ପ୍ରସାରଣମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କୁ ଚିଠି ଲେଖି ଚିନ୍ତା ପ୍ରକଟ କରିବା ସହ ଏହି ନିୟମ କାର୍ଯ୍ୟକାରୀ ହେଲେ ସେମାନଙ୍କ ପୂରା ସିଷ୍ଟମ ବରବାଦ ହୋଇଯିବ ବୋଲି କୁହାଯାଇଛି ।

Wikipedia
ମୋଦି ସରକାରଙ୍କୁ Wikipedia ର ଚିଠି

ୱିକିପିଡିଆକୁ ଚଲାଉଥିବା ୱିକିମିଡିଆ ଫାଉଣ୍ଡେସନ ପକ୍ଷରୁ ଲେଖା ଯାଇଥିବା ଏହି ଚିଠିରେ କୁହାଯାଇଛି ଯେ, "ଭାରତ ସରକାରଙ୍କ ଦ୍ବାରା ଲାଗୁ ହେବାକୁ ଥିବା ନିୟମରେ ଯେଉଁ ପରିବର୍ତ୍ତନ ହେବାକୁ ଯାଉଛି, ଏହା ବାସ୍ତବରେ ଚିନ୍ତାଜନକ । ଏହାଯୋଗୁଁ ୟୁଜରଙ୍କ ଦ୍ବାରା ନିର୍ଭର କରୁଥିବା ୱେବସାଇଟ ବା ୟୁଜର ବେଷ୍ଡ ୱେବସାଇଟ ସମ୍ପୁର୍ଣ୍ଣ ନିୟନ୍ତ୍ରଣ ହେବ । ଯାହାଦ୍ବାରା ଏଥିରେ ଲେଖା ହେବାକୁ ଥିବା କଣ୍ଟେଣ୍ଟ ମଧ୍ୟ ପ୍ରଭାବିତ ହେବ ।

ଏହାସହ ଚିଠିରେ ଆହୁରି ମଧ୍ୟ କୁହାଯାଇଛି ଯେ, ଏହି ବଦଳୁଥିବା ନିୟମରେ, ଉଇକିପିଡିଆ ଉପରେ ସିଧାସଳଖ ପ୍ରଭାବ ପଡିବ । କାହିଁକି ନା ଆମ ମଡେଲ ସମ୍ପୁର୍ଣ୍ଣ ମୁକ୍ତ (ଓପେନ) ଥିବାବେଳେ ଆମେ ସମ୍ପୁର୍ଣ୍ଣରୂପେ ଇଣ୍ଟରନେଟ ଉପରେ ଫ୍ରି ଏକ୍ସପ୍ରେସନ ନିୟମ ପାଳନ କରୁଛୁ । ଯେଉଁଥିରେ ୟୁଜର୍ସ ହିଁ ଆମ ପାଇଁ କଣ୍ଟେଣ୍ଟ ପ୍ରସ୍ତୁତ କରନ୍ତି । ଏମିତିରେ ଯଦି ୟୁଜର୍ସଙ୍କ କଣ୍ଟେଣ୍ଟ ଉପରେ ରୋକ ଲଗାଯିବ, ତେବେ କାର୍ଯ୍ୟକାରୀ ହେଉଥିବା ଏହି ୱିକିପିଡିଆ ମଡେଲ ସମ୍ପୂର୍ଣ୍ଣ ରୂପେ ପ୍ରଭାବିତ ହେବ ।

ଏହାସହ ଏହି ନୂଆ ନିୟମ, ସୋସିଆଲ ମିଡିଆ ଇଣ୍ଟରମିଡିୟର୍ସର ନୂଆ ପରିଭାଷାକୁ ସ୍ଥାପିତ କରିବାରେ ମଧ୍ୟ ସମସ୍ୟା ଦେଖାଯିବ । ଯାହାର ଉଲ୍ଲେଖ ଡାଟା ପ୍ରୋଟେକ୍ସନ ବିଲ 2019(ସେକ୍ସନ-26)ରେ କରାଯାଇଛି ।

ସୂଚନାଯୋଗ୍ୟ ଯେ, କେନ୍ଦ୍ର ସରକାରଙ୍କ ଦ୍ବାରା ଅଣାଯାଉଥିବା ନୂଆ ବିଲ କାର୍ଯ୍ୟକାରୀ ହେଲେ ଚୋରି ହେଉଥିବା ଡାଟା ଉପରେ ରୋକ ଲଗାଯାଇପାରିବ । ଏହାସହ ସୋସିଆଲ ମିଡିଆ ସାଇଟ ସମେତ ଅନେକ କମ୍ପାନୀ ଓ ୱେବସାଇଟ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯିବା ସହ ଅପବ୍ୟବହାର ମଧ୍ୟ ରୋକାଯାଇ ପାରିବ ।

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.