ନୂଆଦିଲ୍ଲୀ: ପୂର୍ବ ଲଦାଖରେ ଭାରତ-ଚୀନର ସଂର୍ଘଷ ଘଟି 20 ଭାରତୀୟ ଯବାନ ଶହୀଦ ହୋଇଛନ୍ତି । ଏହି ଘଟଣାକୁ ନେଇ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରିଛନ୍ତି ।
ରାହୁଲ ଗାନ୍ଧୀ ଟ୍ବିଟ କରି କହିଛନ୍ତି, କାହିଁକି ପିଏମ ଚୁପ ଅଛନ୍ତି ? କାହିଁକି ସେ ଲୁଚାଉଛନ୍ତି ? ବହୁତ ହୋଇଗଲା । କଣ ହେଉଛି ତା ବିଷୟରେ ଆମେ ଜାଣିବାକୁ ଚାହୁଁଛୁ । ଏହା ସହ ସେ ଆହୁରି କହିଛନ୍ତି ଆମ ଯବାନଙ୍କୁ ହତ୍ୟା କରିବାକୁ କିପରି ସାହସ କଲା ଚୀନ ? ସେମାନେ ଆମ ଜାଗା ନେବାକୁ କେମିତି ସାହାସ କରିପାରିଲେ ? ପରେ ରାହୁଲ ଗାନ୍ଧୀ ଏକ ଭିଡିଓ ସେୟାର କରି ଭାରତୀୟ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ସେ ପିଏମ ମୋଦିଙ୍କୁ ବାହାରକୁ ଆସନ୍ତୁ ଏବ ସତ୍ୟ କୁହନ୍ତି ବୋଲି କହିଛନ୍ତି ।
ଗତ 15 ଓ 16 ତାରିଖ ଦିନ ପୂର୍ବ ଲଦାଖ ଗାଲିୱାନା ଘାଟିରେ ଭାରତ-ଚୀନ ସେନାଙ୍କ ମଧ୍ୟରେ ସଂର୍ଘଷ ଘଟି 20 ଯବାନ ଶହୀଦ ହୋଇଛନ୍ତି । ଗତ 1 ମାସ ଧରି ସୀମାରେ ଲାଗି ରହିଥିବା ଏହି ଉତ୍ତେଜନାକୁ କମ କରିବାକୁ ଉଭୟ ଦେଶର ବରିଷ୍ଠ ସେନା ଅଧିକାରୀଙ୍କ ବୈଠକ ପୂର୍ବରୁ ସୀମାରେ ଚୀନ ତାର ସେନା କମାଇବା ସହ ଗଲୱାନା ଉପତ୍ୟକାରେ ନିଜ ଅଞ୍ଚଳକୁ ଫେରିଯିବ ବୋଲି ନିଷ୍ପତ୍ତି ହୋଇଥିଲା । କିନ୍ତୁ ଏହା ସତ୍ତ୍ବେ ଚୀନ ସ୍ଥିତିରେ କୌଣସି ପରିବର୍ତ୍ତନ ଆସିନଥିଲା ।
ଚୀନ ସେନାମାନେ ଆକ୍ରମଣାତ୍ମକ ହୋଇଉଠି ପ୍ରଥମେ ଲୁହା ଛଡ ଓ ପଥର ଦ୍ବାରା ଭାରତୀୟ ସେନାଙ୍କୁ ଆକ୍ରମଣ କରିଥିଲେ । ଭାରତୀୟ ସେନା ବିନା ଅସ୍ତ୍ର ସୈନିକଙ୍କ ସହ ଲଢେଇ କରିଥିଲେ । ଏହା ପରେ ଦୁଇ ସେନା ମଧ୍ୟରେ ସଂର୍ଘଷ ସୃଷ୍ଟି ହୋଇଥିଲା । ଏଥିରେ ଜଣେ କର୍ଣ୍ଣେଲ ଓ 3 ଜଣ ଭାରତୀୟ ଶହୀଦ ହୋଇପରେ । ଅନ୍ୟ 17 ଜଣ ଯବାନ ଆହତ ହୋଇଥିଲେ ତେବେ କମ ତାପାମାତ୍ରା ଯୋଗୁଁ ପରବର୍ତ୍ତୀ ସମୟରେ ମଧ୍ୟ ଶହୀଦ ହୋଇଥିଲେ ।