ETV Bharat / bharat

କାହିଁକି କୋଭିଡ ଆକ୍ରାନ୍ତଙ୍କ ଲକ୍ଷଣ ଭିନ୍ନ ଥାଏ ? - କୋଭିଡ ଆକ୍ରାନ୍ତଙ୍କ ଲକ୍ଷଣ ଭିନ୍ନ ଥାଏ

କରୋନା ଭାଇରସ୍ ସମଗ୍ର ପୃଥିବୀରେ ବିସ୍ତାର କରିବାରେ ଲାଗିଛି । ବ୍ରିଟେନର କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟର ଅନୁସନ୍ଧାନକାରୀଙ୍କ ସମେତ ଅନେକ ବୈଜ୍ଞାନିକମାନେ ରୋଗର ଗମ୍ଭୀରତା ଜାଣିବାକୁ କୋଭିଡ ଆକ୍ରାନ୍ତଙ୍କ ରକ୍ତରେ ଏକ ପ୍ରୋଟିନ୍ ଚିହ୍ନଟ କରିଛନ୍ତି । କaରୋନା ଭାଇରସ୍ ଦ୍ବାରା ସଂକ୍ରମିତ ଲୋକଙ୍କ ଠାରେ ଭିନ୍ନ ପ୍ରତିକ୍ରିୟା ଦେଖିବାକୁ ମିଳିଥାଏ । କିଛି ଆକ୍ରାନ୍ତଙ୍କ ଠାରେ ଆଦୌ ଲକ୍ଷଣ ଦେଖାଯାଏ ନାହିଁ, ଅନ୍ୟମାନେ ଅତ୍ୟଧିକ ଅସୁସ୍ଥ ହୋଇପାରନ୍ତି କିମ୍ବା ମୃତ୍ୟୁବରଣ କରିପାରନ୍ତି ।

କାହିଁକି କୋଭିଡ ଆକ୍ରାନ୍ତଙ୍କ ଲକ୍ଷଣ ଭିନ୍ନ ଥାଏ ?

author img

By

Published : Jun 8, 2020, 7:41 PM IST

ଲଣ୍ଡନ: କୋଭିଡ-19କୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଏହାର ଗବେଷଣା ଦିଗରେ ଜୋରସୋରରେ ଲାଗିଛନ୍ତି ଅନୁସନ୍ଧନକାରୀ ଦଳ । ସବୁଠାରୁ ଚିନ୍ତାର ବିଷୟ ପାଲଟିଛି ଲକ୍ଷଣ ନଥାଇ ମଧ୍ୟ ରିପୋର୍ଟ ପଜିଟିଭ ଆସିବା । ଅନେକ ଆକ୍ରାନ୍ତ ମଧ୍ୟରେ ଲକ୍ଷଣ ଭିନ୍ନ ଭିନ୍ନ ରହୁଛି । ଯାହାକୁ ନେଇ କିଛି ଗବେଷକ ରୋଗର ଗଭୀରତା ଜାଣିବାକୁ କୋଭିଡ ଆକ୍ରାନ୍ତଙ୍କ ରକ୍ତରୁ ଏକ ପ୍ରୋଟିନ ଚିହ୍ନଟ କରିଛନ୍ତି ।

ବ୍ରିଟେନର କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟ ଓ ବୌଜ୍ଞାନିକଙ୍କ ମତରେ କରୋନା ଭାଇରସ୍, SARS-CoV-2 ସଂକ୍ରମଣ ବ୍ୟକ୍ତିଙ୍କ ଠାରେ ଭିନ୍ନ ଭିନ୍ନ ଲକ୍ଷଣ ଦେଖିବାକୁ ମିଳିଥାଏ । କେତେକଙ୍କ ଠାରେ ଲକ୍ଷଣ ଦେଖାଯାଏ ନାହିଁ, ତ ଅନ୍ୟମାନେ ଅତ୍ୟଧିକ ଅସୁସ୍ଥ ହୋଇପାରନ୍ତି କିମ୍ବା ମୃତ୍ୟୁ ବି ହୋଇଥାଏ ।

ସେଲ୍ ସିଷ୍ଟମ୍ ପତ୍ରିକାରେ ପ୍ରକାଶିତ ଅଧ୍ୟୟନରୁ ଜଣାପଡିଛି, ଅନୁସନ୍ଧାନକାରୀମାନେ ' ରୋଗର ପ୍ରଗତି ଏବଂ ଗମ୍ଭୀରତାର ପୂର୍ବାନୁମାନ କରିବାକୁ କୋଭିଡ ଆକ୍ରାନ୍ତଙ୍କ ରକ୍ତ କଣିକାରୁ ଏକ ଉପାଦନକୁ ବାୟୋମାର୍କର୍ସ ପାଇଁ ମୂଲ୍ୟାଙ୍କନ କରିଥିଲେ ।

ବ୍ରିଟେନର ଫ୍ରାନସିସ୍ କ୍ରିକ୍ ଇନଷ୍ଟିଚ୍ୟୁଟର ମାର୍କସ୍ ରାଲସରଙ୍କ ନେତୃତ୍ୱରେ ବୌଜ୍ଞାନିକମାନେ ଅତ୍ୟାଧୁନିକ ଟେକନିକ ବ୍ୟବହାର କରି କୋଭିଡ ଆକ୍ରାନ୍ତଙ୍କ ରକ୍ତ କଣିକାରୁ ବିଭିନ୍ନ ପ୍ରକାର ପ୍ରୋଟିନକୁ ଚିହ୍ନଟ କରାଯାଇଥିଲା ।

ରୋଗର ଗମ୍ଭୀରତାକୁ ଜାଣିବା ପାଇଁ ଏହି ପଦ୍ଧତିକୁ ବ୍ୟବହାର କରି ସେମାନେ କୋଭିଡ ଆକ୍ରାନ୍ତଙ୍କ ରକ୍ତ କଣିକାରୁ ବିଭିନ୍ନ ପ୍ରୋଟିନ୍ ବାୟୋମାର୍କର୍ସ ଚିହ୍ନଟ କରିଥିଲେ ।

ଏହାର ପରୀକ୍ଷା କରିବା ପାଇଁ , ଅନୁସନ୍ଧାନକାରୀମାନେ 31 ଜଣ ପୁରୁଷ ଏବଂ ମହିଳାଙ୍କ ରକ୍ତ କଣିକା ନମୂନା ବିଶ୍ଳେଷଣ କରିଥିଲେ, ଯେଉଁମାନେ ବିଭିନ୍ନ ପ୍ରକାରର COVID-19 ପାଇଁ ଚିକିତ୍ସା ଗ୍ରହଣ କରୁଥିଲେ ।

ରୋଗର ଗମ୍ଭୀରତା ଅନୁସାରେ ଆକ୍ରାନ୍ତ ରକ୍ତରେ 27 ଟି ପ୍ରୋଟିନର ପରିମାଣ ଭିନ୍ନ ଭିନ୍ନ ଥିଲା । ଅଧ୍ୟୟନ ଅନୁଯାୟୀ, ଅନୁସନ୍ଧାନକାରୀମାନେ 17 କୋଭିଡ ଆକ୍ରାନ୍ତ ଏବଂ 15 ଜଣ ସୁସ୍ଥ ବ୍ୟକ୍ତିଙ୍କ ଠାରେ ନମୂନା ବିଶ୍ଳେଷଣ କରିଥିଲେ ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମାନଦଣ୍ଡ ଅନୁଯାୟୀ, ଏହି ପ୍ରୋଟିନକୁ ବ୍ୟବହାର କରି ବୌଜ୍ଞାନିକମାନେ କୋଭିଡ ଆକ୍ରାନ୍ତଙ୍କୁ ଶ୍ରେଣୀ ଭୁକ୍ତ କରିବାରେ ସକ୍ଷମ ହୋଇଥିଲେ ।

"ଏହି ଫଳାଫଳ ଦୁଇଟି ଭିନ୍ନ ପ୍ରୟୋଗ ପାଇଁ ମୂଳଦୁଆ ପକାଇଲା। ଭବିଷ୍ୟତରେ ଗୋଟିଏ ସମ୍ଭାବ୍ୟ ରୋଗ ରୋଗର ପୂର୍ବାନୁମାନ’’ ହେବ ବୋଲି ରାଲସର ସ୍ପଷ୍ଟ କରିଛନ୍ତି।

ସେ କହିଛନ୍ତି ଯେ ପ୍ରାରମ୍ଭିକ ରକ୍ତ ପରୀକ୍ଷା ଦ୍ବାରା ଚିକିତ୍ସା କରୁଥିବା ଡାକ୍ତରମାନେ କୋଭିଡ ଆକ୍ରାନ୍ତଙ୍କ ଠାରେ ଭୟଙ୍କର ଲକ୍ଷଣ ଅଛି ନା ନାହିଁ ତାହା ପୂର୍ବାନୁମାନ କରିବାରେ ସକ୍ଷମ ହେବ । ବୌଜ୍ଞାନିକଙ୍କ ଅନୁସାରେ , ଏହି ଅନୁସନ୍ଧାନ ଜୀବନ ରକ୍ଷା କରିବାରେ ସହାୟକ ହୋଇପାରେ।

କେଉଁ ଆକ୍ରାନ୍ତମାନଙ୍କୁ ତୁରନ୍ତ ଚିକିତ୍ସା କରାଯିବ ସେନେଇ ଜଣାପଡିବା ପରେ ଡାକ୍ତରମାନେ ସେତେ ଶୀଘ୍ର ଚିକିତ୍ସା ବିକଳ୍ପଗୁଡ଼ିକ ବ୍ୟବହାର କରିପାରିବେ ବୋଲି ସେମାନେ କହିଛନ୍ତି।

ହସ୍ପିଟାଲରେ ଥିବା ଡାଇଗ୍ନୋଷ୍ଟିକ୍ ପରୀକ୍ଷାକୁ ନେଇ ଭବିଷ୍ୟତରେ ଏହାକୁ ବ୍ୟବହାର କରାଯାଇପାରେ । ଯାହା ରୋଗୀର ଅବସ୍ଥା ବିଷୟରେ ସ୍ପଷ୍ଟତା ଦେଇପାରିବ ବୋଲି ରାଲସର କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, "କେତେକ କ୍ଷେତ୍ରରେ ଆକ୍ରାନ୍ତଙ୍କ ଲକ୍ଷଣ ସେମାନଙ୍କର ପ୍ରକୃତ ସ୍ୱାସ୍ଥ୍ୟ ସ୍ଥିତିର ସଠିକ୍ ଚିତ୍ର ପ୍ରଦାନ କରିନଥାଏ । ବାୟୋ ମାର୍କର ପ୍ରୋଫାଇଲ ଉପରେ ଆଧାର କରି ଏକ ଅବଜେକ୍ଟିଭ୍ ମୂଲ୍ୟାଙ୍କନ ଏହି କ୍ଷେତ୍ରରେ ଅତ୍ୟନ୍ତ ମୂଲ୍ୟବାନ ହୋଇପାରେ।"

ଡାଇଗ୍ନୋଷ୍ଟିକ୍ ପରୀକ୍ଷଣର ନିକଟତର ହେବାକୁ ଅଧିକ ସଂଖ୍ୟକ ଆକ୍ରାନ୍ତଙ୍କ ମଧ୍ୟରେ ନୂତନ ପଦ୍ଧତି ପରୀକ୍ଷା କରିବାକୁ ବୌଜ୍ଞାନିକ ଆଶା ରଖିଛନ୍ତି ।

ଅଧ୍ୟୟନରେ ଦର୍ଶାଯାଇଛି ଯେ, COVID-19 ର ଗମ୍ଭୀରତା ପୂର୍ବାନୁମାନ କରିବାକୁ ଯେଉଁ 27 ଟି ପ୍ରୋଟିନ ମିଳିଥିଲା, ସେଥିରେ ପୂର୍ବରୁ କୌଣସି ପ୍ରକାରର ପ୍ରତିରୋଧକ ଶକ୍ତି ନଥିଲା ।

ତଥାପି, ଏହା କହିଛି ଯେ ଗବେଷକମାନଙ୍କ ଦ୍ୱାରା ଚିହ୍ନିତ ବାୟୋମାର୍କ ଜମାଟ ବାନ୍ଧିବା କାରକ ଏବଂ ପ୍ରଦାହର ନିୟନ୍ତ୍ରକ ମଧ୍ୟ ଅନ୍ତର୍ଭୁକ୍ତ ।

ଅନୁସନ୍ଧାନକାରୀଙ୍କ ଅନୁଯାୟୀ ଏହି ପ୍ରୋଟିନ୍ ମଧ୍ୟରୁ କେତେକ ଶରୀରରେ ଇଣ୍ଟରଲୁକିନ୍ 6 (IL-6,) ନାମକ କୋଷ-ସେଲ୍ ସିଗନାଲ୍ ଅଣୁ ଉପରେ କାର୍ଯ୍ୟ କରନ୍ତି। IL-6, ହେଉଛି ଏକ ପ୍ରୋଟିନ୍ ଯାହା ପ୍ରଦାହ ସୃଷ୍ଟି କରିଥାଏ ଏବଂ ପୂର୍ବ ଅଧ୍ୟୟନ ଅନୁଯାୟୀ ଏହା କୋଭିଡ୍ -19 ଲକ୍ଷଣ ସହିତ ଜଡିତ। ଅନୁସନ୍ଧାନକାରୀମାନେ ବିଶ୍ବାସ କରନ୍ତି, ଯେ ଅଧ୍ୟୟନର ଏକ ଅଂଶ ଚିକିତ୍ସା କ୍ଷେତ୍ରରେ ସଫଳ ହୋଇପାରେ ।

ବୌଜ୍ଞାନିକମାନେ ଅଧ୍ୟୟନରେ ଲେଖିଛନ୍ତି, ପ୍ରୋଟୋମିକ୍ ସିଗନେଚର ଓ ବାୟୋମାର୍କର୍ସ ଚିହ୍ନଟ କ୍ଲିନିକାଲ୍ ନିଷ୍ପତ୍ତି ଗ୍ରହଣକୁ ସମର୍ଥନ କରିବା ସହିତ ସମ୍ଭାବ୍ୟ କୋଭିଡ ଚିକିତ୍ସା ଲକ୍ଷ୍ୟ ବିଷୟରେ ଅନୁମାନ ପ୍ରଦାନ କରିବା ପାଇଁ ନିତ୍ୟ ବ୍ୟବହାର୍ଯ୍ୟ ବିକାଶର ପଥ ପରିଷ୍କାର କରିଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.