ETV Bharat / bharat

'କୋରୋନା ଭାଇରସକୁ ନେଇ ପ୍ରଥମ ଆଲର୍ଟ ଚୀନ ପକ୍ଷରୁ ମିଳିନଥିଲା'

କୋରୋନା ଭାଇରସକୁ ନେଇ ପ୍ରଥମ ଆଲର୍ଟ ଚୀନ ପକ୍ଷରୁ ମିଳିନଥିଲା । ଏହାର ପ୍ରଥମ ସୂଚନା ଚୀନ ଡବ୍ଲୁଏଚଓର ଅଫିସ ପକ୍ଷରୁ ହିଁ ମିଳିଥିଲା ବୋଲି ଶନିବାର ସଂଗଠନ ପକ୍ଷରୁ କୁହାଯାଇଛି ।

author img

By

Published : Jul 4, 2020, 5:17 PM IST

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ
ବିଶ୍ବ ସ୍ବାସ୍ଥ୍ୟ ସଂଗଠନ

ଜେନେଭା: ପୁଣି ପଦାରେ ପଡିଲା ଚୀନର ଅସଲି ଚେହେରା । ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଏକ ରିପୋର୍ଟ, ଚୀନର ମିଛକୁ ବିଶ୍ବ ସମ୍ମୁଖରେ ରଖିଛି । କୋରୋନା ଭାଇରସକୁ ନେଇ ପ୍ରଥମ ଆଲର୍ଟ ଚୀନ ପକ୍ଷରୁ ମିଳିନଥିଲା । ଏହାର ପ୍ରଥମ ସୂଚନା ଚୀନ ଡବ୍ଲୁଏଚଓର ଅଫିସ ପକ୍ଷରୁ ହିଁ ମିଳିଥିଲା ବୋଲି ଶନିବାର ସଂଗଠନ ପକ୍ଷରୁ କୁହାଯାଇଛି ।

ତେବେ ମାସେ ପୂର୍ବରୁ WHO କହିଥିଲା, 2019 ଡିସେମ୍ବର 31ରେ କରୋନା କଥା ଚୀନ ସଂସ୍ଥାକୁ ଜଣାଇଥିଲା । ଉହାନ ନଗରପାଳିକା ସ୍ବାସ୍ଥ୍ୟ ଆୟୋଗ, ବୁହାନ ନିମୋନିଆର ମାମଲା ସଂପର୍କରେ ରିପୋର୍ଟ ଦେଇଥିଲା । କିନ୍ତୁ ଆମେରିକା, ୟୁରୋପ ଓ ଅନ୍ୟ ଦେଶ ଏହି କଥାକୁ ସନ୍ଦେହରେ ଦେଖିଥିଲେ । ହେଲେ ଶନିବାର WHO ପକ୍ଷରୁ ହିଁ ଏହାର ସତ୍ୟାସତ୍ୟ ପ୍ରକାଶ ପାଇଛି ।

ବୁହାନ ନିମୋନିଆର ମାମଲା ସଂପର୍କରେ ପ୍ରଥମେ ଚୀନ ନୁହେଁ ବରଂ ଚୀନ ସ୍ଥିତ WHO କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଥିଲା ବୋଲି WHO କହିଛି । ଏହା ସହିତ ସଂସ୍ଥା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅଭିଯୋଗକୁ ମଧ୍ୟ ଖାରଜ କରିଛି । ଟ୍ରମ୍ପ WHO ବିରୋଧରେ ମହାମାରୀ କୋରୋନା ବିସ୍ତାରକୁ ରୋକିବା ପାଇଁ ଆବଶ୍ୟକୀୟ ସୂଚନା ପ୍ରଦାନ ନକରିବା ଏବଂ ଚୀନ ପ୍ରତି ନରମ ମନୋଭାବ ଦେଖାଇବାର ଅଭିଯୋଗ କରିଥିଲେ ।

କୋରୋନାକୁ ନେଇ WHOର ପ୍ରାରମ୍ଭିକ ପଦକ୍ଷେପର ଆଲୋଚନା ପରେ ସଂଗଠନ ପ୍ରାରମ୍ଭିକ ଟାଇମଲାଇନ ଏପ୍ରିଲ 9 ତାରିଖରେ ଜାରି କରିଥିଲା । ଏଥିରେ WHO କହିଥିଲା, ଡିସେମ୍ବର 31ରେ ବୁହାନ ନିମୋନିଆର ମାମଲା ସଂପର୍କରେ ଉହାନ ନଗରପାଳିକା ସ୍ବାସ୍ଥ୍ୟ ଆୟୋଗ ସୂଚନା ଦେଇଥିଲା । ତେବେ ଏଥିରେ ସ୍ପଷ୍ଟ କରାଯାଇନଥିଲା ଯେ, ଏହି ସୂଚନା ଚୀନ ଅଧିକାରୀଙ୍କ ଦ୍ବାରା ଦିଆଯାଇଥିଲା କି କୌଣସି ଅନ୍ୟ ସୂତ୍ରରୁ ମିଳିଥିଲା । ତେବେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଚଳିତ ସପ୍ତାହରେ ଜାରି ହୋଇଥିବା ଟାଇମଲାଇନରେ ଅଧିକ ବିବରଣୀ ଦିଆଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.