ETV Bharat / bharat

‘ଦିଶା’ ଦୁଷ୍କର୍ମକାରୀଙ୍କ ଏନକାଉଣ୍ଟର: ଜାଣନ୍ତୁ ବିଭିନ୍ନ ମହଲର ପ୍ରତିକ୍ରିୟା

ହାଇଦ୍ରାବାଦରେ ପ୍ରାଣୀଧନ ଚିକିତ୍ସକ ‘ଦିଶା’ଙ୍କ ସହ ହୋଇଥିବା ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଗିରଫ ହୋଇଥିବା ୪ ଅଭିଯୁକ୍ତଙ୍କୁ ଏନକାଉଣ୍ଟରରେ ନିପାତ କରିଛି ପୋଲିସ । ହାଇଦ୍ରାବାଦ ସିଟି ପୋଲିସର ଏହି ଆକ୍ସନକୁ ନେଇ ବିଭିନ୍ନ ମହଲରୁ ପ୍ରତିକ୍ରିୟା ଆସୁଛି। ଆସନ୍ତୁ ଜାଣିବା କିଏ କ'ଣ କହୁଛନ୍ତି...

encounter
ଫାଇଲ ଫଟୋ
author img

By

Published : Dec 6, 2019, 11:45 AM IST

ନୂଆଦିଲ୍ଲୀ: ହାଇଦ୍ରାବାଦରେ ପ୍ରାଣୀଧନ ଚିକିତ୍ସକ ‘ଦିଶା’ଙ୍କ ସହ ହୋଇଥିବା ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଗିରଫ ହୋଇଥିବା ୪ ଅଭିଯୁକ୍ତଙ୍କୁ ଏନକାଉଣ୍ଟରରେ ନିପାତ କରିଛି ପୋଲିସ । ଶୁକ୍ରବାର ସକାଳୁ ଏହି ଖବର ପ୍ରକାଶ ପାଇବା ପରେ ଦେଶବ୍ୟାପୀ ଖୁସିର ଲହରି ଖେଳିଯାଇଛି । ବିଭିନ୍ନ ମହଲରେ ଏହାକୁ ସ୍ବାଗତ କରାଯାଉଛି ତ କେହି କେହି ଏନକାଉଣ୍ଟର ଉପରେ କିଛିଟା ପ୍ରଶ୍ନ ଉଠାଇଛନ୍ତି । ହାଇଦ୍ରାବାଦ ସିଟି ପୋଲିସର ଏପରି ଆକ୍ସନକୁ ନେଇ ବିଭିନ୍ନ ମହଲରୁ ପ୍ରତିକ୍ରିୟା ଆସୁଛି । ଆସନ୍ତୁ ଜାଣିବା କିଏ କ'ଣ କହୁଛନ୍ତି...

ତେଲେଙ୍ଗାନାର ଆଇନ ମନ୍ତ୍ରୀ ଇନ୍ଦ୍ରକରଣ ରେଡ୍ଡୀ ପୋଲିସ ଏନକାଉଣ୍ଟରକୁ ସମର୍ଥନ କରିଛନ୍ତି । ସେ କହିଛନ୍ତି, 'ଆଇନ ପ୍ରକ୍ରିୟା ପୂର୍ବରୁ ଭଗବାନ ସେମାନଙ୍କୁ ଦଣ୍ଡ ଦେଇଛନ୍ତି । ଅଭିଯୁକ୍ତ ଖସିବାର ଉଦ୍ୟମ କରୁଥିବା ବେଳେ ଏନକାଉଣ୍ଟର ହୋଇଛି । ଏହା ଘଟଣାକୁ ନେଇ ହାଇଦ୍ରାବାଦ ସମେତ ପୁରା ଦେଶରେ ଖୁସୀର ମାହୋଲ ରହିଛି । '

ସେହିପରି ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଏସପି ସୁପ୍ରିମୋ ମାୟାବତୀ ଘଟଣାରେ ଖୁସି ପ୍ରକାଶ କରିବା ସହ ଏହାକୁ ନେଇ ୟୁପି ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଏନେଇ ସେ କହିଛନ୍ତି, 'ୟୁପିରେ ମହିଳାଙ୍କ ପ୍ରତି ଅପରାଧ ବୃଦ୍ଧି ପାଇବାରେ ଲାଗିଛି । ହେଲେ ରାଜ୍ୟ ସରକାର ଶୋଇ ରହିଛନ୍ତି । ୟୁପି ଏବଂ ଦିଲ୍ଲୀ ପୋଲିସକୁ ହାଇଦ୍ରାବାଦ ସିଟି ପୋଲିସ ଠାରୁ ଶିକ୍ଷା ଲାଭ କରିବାର ଆବଶ୍ୟକତା ରହିଛି । '

ଆମ ଆଦମି ପାର୍ଟିର ନେତ୍ରୀ ପ୍ରୀତି ଶର୍ମା ମଧ୍ୟ ଏହାକୁ ସ୍ବାଗତ କରିଛନ୍ତି । ସେ କହିଛନ୍ତି, 'ପୀଡିତାଙ୍କୁ ନ୍ୟାୟ ମିଳିଛି । କାରଣ ନ୍ୟାୟପାଳିକାଙ୍କ ଉପରୁ ଆମର ଭରଷା ଉଠିଯାଇଛି । '

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଉମା ଭାରତୀ ଏହି ମାମଲାରେ ହାଇଦ୍ରାବାଦ ପୋଲିସର ପ୍ରଶଂସା କରିଛନ୍ତି । ସେ ଟ୍ବିଟ କରି ଏନକାଉଣ୍ଟର କରିଥିବା ପୋଲିସଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ସେପଟେ କଂଗ୍ରେସ ନେତା ଶମା ମହମ୍ମଦ ଏନକାଉଣ୍ଟରକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି, 'ଦିଶା ମାମଲାରେ ସମସ୍ତେ ନ୍ୟାୟ ଚାହୁଁଥିଲେ । ହେଲେ ସମସ୍ତେ ଯଦି ଏନକାଉଣ୍ଟରର ଖୁସୀ ମନାଇବେ ତାହେଲେ ସମାଜ ପାଇଁ ଏହା ଚିନ୍ତାର ବିଷୟ ପାଲଟିବ । ଏଭଳି ହାଇ ପ୍ରୋଫାଇଲ କେସରେ ତେଲେଙ୍ଗାନା ପୋଲିସ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା କାହିଁକି କରିନଥିଲେ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି ।

ଜାତୀୟ ମହିଳା ଆୟୋଗର ଅଧ୍ୟକ୍ଷା ଶେଖ ଶର୍ମା କହିଛନ୍ତି, 'ନାଗରିକ ହିସାବରେ ମୁଁ ବହୁତ ଖୁସୀ । ଆମେ ସମସ୍ତେ ଏହା ହିଁ ଚାହୁଁଥିଲୁ । ହେଲେ ଏହା ଆଇନ ଅନୁଯାୟୀ ହେବା ଉଚିତ ଥିଲା । '

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.