ETV Bharat / bharat

କମ ଆୟଯୁକ୍ତ ରାଷ୍ଟ୍ରରେ ବଢୁଛି ଅପସ୍ମାର ରୋଗୀଙ୍କ ମୃତ୍ୟୁସଂଖ୍ୟା

ଚିକିତ୍ସା ଅଭାବରୁ କମ ଆୟଯୁକ୍ତ ରାଷ୍ଟ୍ରରେ ବୃଦ୍ଧି ପାଉଛି ଅପସ୍ମାର ରୋଗୀଙ୍କ ମୃତ୍ୟୁସଂଖ୍ଯା । ଆଉ ଏନେଇ ଖୁଲାସା କରିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO) ।

ଫାଇଲ ଫଟୋ
author img

By

Published : Jun 22, 2019, 12:03 AM IST

ହାଇଦ୍ରାବାଦ: ସ୍ନାୟୁଜନିତ ରୋଗ ଅପସ୍ମାର, ଯାହାକି ଇଂରାଜୀରେ ଏପିଲେପ୍ସି ନାମରେ ପରିଚିତ । ଆଶ୍ଚର୍ଯ୍ୟର ବିଷୟ ଯେ, ନିମ୍ନ ଆୟଯୁକ୍ତ ଦେଶ ମାନଙ୍କରେ ଚାରି ଭାଗରୁ ତିନି ଭାଗ ଅପସ୍ମାର ରୋଗରେ ଆକ୍ରାନ୍ତ ସତ୍ତ୍ବେ ଉପଯୁକ୍ତ ଚିକିତ୍ସାରୁ ବଞ୍ଚିତ ହୋଇ ଥାଆନ୍ତି । ଏପରି କିଛି ସନ୍ଧାନମୂଲକ ତଥ୍ୟ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(WHO) ପକ୍ଷରୁ ପ୍ରକାଶିତ Epilepsy, a public health imperativeରେ ପ୍ରକାଶ ପାଇଛି । ଆଉ ସର୍ବମୋଟ ଜନସଂଖ୍ୟାର ତିନି ଗୁଣ ଅଧିକ ରୋଗୀ ଅପସ୍ମାର ଯୋଗୁଁ ଅକାଳରେ ଟଳି ପଡିବା ନେଇ କହୁଛି ରିପୋର୍ଟ ।

ପ୍ରାୟ ୭୦% ମାମଲାରେ ଔଷଧଦ୍ୱାରା ଅପସ୍ମାର ନିୟନ୍ତ୍ରଣ କରିହୁଏ । ଏଥିପାଇଁ ପ୍ରାଥମିକ ଚିକିତ୍ସାଳୟରେ ଶସ୍ତାରେ ଔଷଧ ମଧ୍ୟ ଉପଲବ୍‌‌ଧ ରହିଛି । ଶିଶୁ ଓ ବୟସ୍କଙ୍କଠାରେ ଏହି ରୋଗ ନୂଆ ଭାବରେ ଦେଖାଯାଏ । 23 ପ୍ରତିଶତ ଯୁବପିଢି ସାରାଜୀବନ ଚିନ୍ତାରେ ରହୁଥିବାବେଳେ 20 ପ୍ରତିଶତ ଯୁବପିଢି ଅବସାଦ ସହ ବଞ୍ଚିଥାନ୍ତି ।

ମାନସିକ ସ୍ବାସ୍ଥ୍ୟର ସ୍ଥିତି ଦିନକୁ ଦିନ ଖରାପ ଆଡକୁ ଗତି କରି ଜୀବନ ପ୍ରତି ଘୃଣା ଭାବ ଆସିଯାଏ । ଅପସ୍ମାର ରୋଗର ଶିକାର 30ରୁ 40 ପ୍ରତିଶତ ଶିଶୁ ଶିକ୍ଷା ଓ ବିକାଶ କ୍ଷେତ୍ରରେ ମଧ୍ୟ ଅସୁବିଧାର ସମ୍ମୁଖୀନ କରିଥାନ୍ତି । ଅଧିକାଂଶ ଅଣବିକଶିତ ରାଷ୍ଟ୍ର ଅପସ୍ମାରକୁ ସାମାଜିକ କଳଙ୍କ ରୁପେ ଧରି ନିଅନ୍ତି । ଏଥିରେ ପୀଡିତ ଶିଶୁ ସ୍କୁଲ ଯିବାରୁ ବଞ୍ଚିତ ହେଉଥିବା ବେଳେ ଯୁବପିଢି କର୍ମକ୍ଷେତ୍ର ଓ ବିବାହରୁ ନିବୃତ୍ତ ରହିଥାନ୍ତି ।

ସେହିପରି ଅପସ୍ମାରରେ ଆକ୍ରାନ୍ତଙ୍କ ମୁଣ୍ଡ ବୁଲେଇବା, ଶରୀରରେ ଉତ୍ତେଜନା ସହ କମ୍ପନ ଓ ଶୋଇବା ବେଳେ ସ୍ବତଃ ଝାଡାପରିସ୍ରା ଆଦି ଲକ୍ଷଣ ଦେଖାଯାଇଥାଏ । ସାଧାରଣତଃ ସ୍ନାୟୁ ବିଶେଷଜ୍ଞଙ୍କ ଦ୍ବାରା ଏପିଲେପ୍ସିକୁ ନିୟନ୍ତ୍ରଣ କରାଯାଇଥାଏ । ସେହିପରି ଉପଯୁକ୍ତ ଶିକ୍ଷା ଓ ସଚେତନତା ମାଧ୍ୟମରେ ଅପସ୍ମାରକୁ ହରାଇବା ସହଜ ହେବ ବୋଲି ପରାମର୍ଶ ଦେଇଛି WHO ।

Intro:Body:

ଗରିବ ଦେଶମାନଙ୍କରେ ପ୍ରାୟ ଏକ ତୃତୀୟାଂଶ ଜନସାଧାରଣ ଅପସ୍ମାର ରୋଗରେ ଆକ୍ରାନ୍ତ। କିନ୍ତୁ ଦୂର୍ଭାଗ୍ୟର କଥା ସେମାନଙ୍କୁ ଯେଉଁ ଚିକିତ୍ସା ଆବଶ୍ୟକ, ତାହା ଉପଲବ୍ଧ ହୋଇପାରିନାହିଁ । ଯାହାଫଳରେ ସେମାନେ ଅନ୍ଧବିଶ୍ବାସକୁ ଆପଣେଇ ନିଜ ଜୀବନକୁ ଅକାଳ ମୃତ୍ୟୁ ଆଡକୁ ଠେଲି ନେଇଥାନ୍ତି ।

ଅନ୍ତର୍ଜାତୀୟ ସ୍ବେଚ୍ଛାସେବୀ, ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(WHO) ପକ୍ଷରୁ ପ୍ରକାଶିତ Epilepsy, a public health imperativeରେ ଏହି ତଥ୍ୟା ସାମ୍ନାକୁ ଆସିଛି । ଅପସ୍ମାର ରୋଗୀଙ୍କୁ ଠିକ ଭାବେ ଚିକିତ୍ସା ପ୍ରଦାନ କରାଯାଉନାହିଁ । ଏହି ରୋଗର ଚିକିତ୍ସା ଅତ୍ୟନ୍ତ ଶସ୍ତା । ବର୍ଷକୁ ମାତ୍ର 5 ଡଲାର ଟଙ୍କାରେ ଏହି ରୋଗର ଚିକିତ୍ସା କରାଯାଇପାରିବ । ଏପରିକି  ପ୍ରାଥମିକ ଚିକିତ୍ସା ବ୍ୟବସ୍ଥାରେ ମଧ୍ୟ ଏହି ଚିକିତ୍ସା ପ୍ରଦାନ କରାଯାଇପାରିବ କିନ୍ତୁ ଏହା କରାଯାଉନାହିଁ ବୋଲି ବିଶ୍ବ ସ୍ବାସ୍ଥ୍ଯ ସଂଗଠନର ମାନସିକ ସ୍ବାସ୍ଥ୍ୟ ଏବଂ ଅବକାରୀ ବିଭାଗ ଅଧିକାରୀ ତରୁଣ ଦୁଆ କହିଛନ୍ତି ।

ଅପସ୍ମାର ରୋଗର ଶିକାର ଲୋକମାନଙ୍କ ମୃତ୍ୟୁ ସାଧାରଣ ଜନସଂଖ୍ୟା ତୁଳନାରେ ତିନିଗୁଣା ଅଧିକ । ସ୍ବାସ୍ଥ୍ୟସେବାରେ ଅନିୟମିତତା ହେତୁ ଧନୀ ରାଷ୍ଟ୍ର ଅପେକ୍ଷା ଗରୀବ ରାଷ୍ଟ୍ରର ଅପସ୍ମାର ରୋଗୀଙ୍କ ସଂଖ୍ଯା ଅଧିକ । ତେବେ ବାତର ଉତ୍ପତ୍ତି ସ୍ଥଳ ମସ୍ତିସ୍କ ଭିତରେ କେନ୍ଦ୍ରୀଭୂତ ସିଜର ମଧ୍ୟରେ ଥିଲେ ବୁଡିଯିବା, ମୁଣ୍ଡରେ ଆଘାତ ତଥା ଦେହ ହାତ ଜଳିବାପୋଡିବା  ଭଳି ଲକ୍ଷଣ ଦେଖାଯାଏ । 

ଅପସ୍ମାର ରୋଗରେ ଯୁବପିଢିର ଅର୍ଦ୍ଧେକ ଅଂଶ ଚିନ୍ତା ଓ ଅବସାଦର ଶିକାର ହୋଇଥାନ୍ତି । 23 ପ୍ରତିଶତ ଯୁବପିଢି ସାରାଜୀବନ ଚିନ୍ତାରେ ରହୁଥିବାବେଳେ 20ପ୍ରତିଶତ ଯୁବପିଢି ଅବସାଦ ସହ ବଞ୍ଚିଥାନ୍ତି । ମାନସିକ ସ୍ବାସ୍ଥ୍ୟର ସ୍ଥିତି ଦିନକୁ ଦିନ ଖରାପ ଆଡକୁ ଗତି କରି ଜୀବନ ପ୍ରତି ଘୃଣା ଭାବ ଆସିଯାଏ । ଅପସ୍ମାର ରୋଗର ଶୀକାର 30ରୁ 40 ପ୍ରତିଶତ ଶିଶୁ ଶିକ୍ଷା ଓ ବିକାଶ କ୍ଷେତ୍ରରେ ମଧ୍ୟ ଅସୁବିଧାର ସମ୍ମୁଖୀନ କରିଥାନ୍ତି ।

ଅପସ୍ମାର ରୋଗ ସହ ଜଡିତ ଅନ୍ଧବିଶ୍ବାସ ହିଁ ଲୋକଙ୍କ ଚିକିତ୍ସାରେ ବଡ ବାଧକ ସାଜିଛି ବୋଲି କହିଛନ୍ତି ଅପସ୍ମାର ରୋଗର ଅନ୍ତର୍ଜାତୀୟ ବ୍ୟୁରୋ ଅଧକ୍ଷ ମାର୍ଟିନ ବ୍ରୋଡୀ । ଅପସ୍ମାର ରୋଗରେ ପିଡୀତ ଅନେକ ଶିଶୁ ସ୍କୁଲ ଯାଉନାହାଁନ୍ତି । ଅନେକ ଯୁବପିଢି କର୍ମକ୍ଷେତ୍ର, ଡ୍ରାଇଭିଂ ତଥା ବିବାହ କରିବାରୁ ମଧ୍ୟ ନିବୃତ ରହିଥାନ୍ତି । ତେବେ ଏହି ରୋଗରେ ପିଡୀତ ଲୋକମାନଙ୍କ ଦ୍ବାରା ଅନୁଭବ କରାଯାଇଥିବା ଏହି ଅଧିକାର ଗୁଡିକ ଉଲଂଘନର ଶେଷ ନିହାତି ଆବଶ୍ୟକ ବୋଲି କହିଛନ୍ତି ମାର୍ଟିନ ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.