ଜେନେଭା: କୋରୋନା ମହାମାରୀ ନେଇ ଭାରତର ମୁକାବିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଂଶସା କଲେ ଡବ୍ଲୁଏଚଓର ମୁଖ୍ୟ ଟେଡ୍ରସ ଆଧନମ ଘେବ୍ରୀୟସସ। ଏନେଇ ଗତ ଶନିବାର ଟ୍ବିଟ କରି ଦେଶର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ଯବାଦ ଜଣାଇବା ସହ ଏଭଳି ମହାମାରୀରେ ମୁକାବିଲା ସହ ବିଶ୍ବର ଅନ୍ୟ ରାଷ୍ଟ୍ରକୁ ସହଯୋଗ ନେଇ ଧନ୍ୟବାଦ ଜ୍ଞାପନ ସହ ଏକତ୍ରିତ ହୋଇ ମିଳିମିଶି ଏଭଳି ଭାଇରସ ଠାରୁ ଜୀବନ ସୁରକ୍ଷା କରିପାରିବା ବୋଲି ସେ ଟ୍ବିଟ କରି ଜଣାଇଛନ୍ତି।
-
Thank you #India and Prime Minister @narendramodi for your continued support to the global #COVID19 response. Only if we #ACTogether, including sharing of knowledge, can we stop this virus and save lives and livelihoods.
— Tedros Adhanom Ghebreyesus (@DrTedros) January 23, 2021 " class="align-text-top noRightClick twitterSection" data="
">Thank you #India and Prime Minister @narendramodi for your continued support to the global #COVID19 response. Only if we #ACTogether, including sharing of knowledge, can we stop this virus and save lives and livelihoods.
— Tedros Adhanom Ghebreyesus (@DrTedros) January 23, 2021Thank you #India and Prime Minister @narendramodi for your continued support to the global #COVID19 response. Only if we #ACTogether, including sharing of knowledge, can we stop this virus and save lives and livelihoods.
— Tedros Adhanom Ghebreyesus (@DrTedros) January 23, 2021
ତେବେ ବହୁତ କନସାଇଟମେଣ୍ଟରେ କୋଭିସିଲଡ ଭ୍ୟାକସିନ ଭାରତୀୟ ଏୟାରକ୍ରାଫ୍ଟ ଜରିଆରେ ମାଲେସିଆ ସମେତ ବିଭିନ୍ନ ରାଷ୍ଟ୍ରରେ ଶୁକ୍ରବାର ପହଞ୍ଚିସାଇଛି। ଏହାସହ ସାଉଦି ଆରବ ଓ ଦକ୍ଷିଣ ଆଫ୍ରିକା, ବାଂଲାଦେଶ, ମିଆଁମାର ଓ ମରୋକୋ ଭଳି ରାଷ୍ଟ୍ରକୁ କୋଭାକ୍ସିନ ପାଇଁ ପଠାଇବା ବ୍ୟବସ୍ଥା ଚାଲିଛି। ସେହିପରି ଆମେରିକା ମଧ୍ୟ ଭାରତର ଭୁରି ଭୁରି ପ୍ରଂଶସା କରିଛି । ଏପରିକି ମହାମାରୀ ବେଳେ ଭାରତୀୟ ଫାର୍ମା ସୁଇଟିକାଲ ସଂସ୍ଥା ଏଭଳି ଭ୍ୟାକ୍ସିନ ପ୍ରସ୍ତୁତ କରି ବିଶ୍ବକୁ ଏକ ସ୍ବତନ୍ତ୍ର ଉପହାର ଦେଇଛନ୍ତି।
ମାଲଦୀପ ଓ ବାଂଲାଦେଶ ଓ ଭୁଟାନ ଭଳି ରାଷ୍ଟ୍ରକୁ ଏଭଳି ମହାମାରୀ ସମୟରେ କୋଭାକ୍ସିନ ପ୍ରଦାନ କରି ଏକ ପ୍ରକୃତ ବନ୍ଧୁର ପରିଚୟ ଦେଇଛନ୍ତି ବୋଲି ଟ୍ବିଟର ଜରିଆରେ ଜଣାଇଛି ଆମେରିକା। ଯାହାକୁ ଟ୍ବିଟରରେ ସମର୍ଥନ ଜଣାଇ ସେଣ୍ଟ୍ରାଲ ଏସିଆନ ଆଫାୟାର୍ସ ଟ୍ବିଟ କରିଛି ଭାରତର ଏପରି ପଦକ୍ଷେପ ମଧ୍ୟ ପ୍ରଶଂସନୀୟ। ମିଲିୟନ କୋଭାକ୍ସିନ ଏସିଆର ବିଭିନ୍ନ ଦେଶକୁ ମାଗଣାରେ ସିପ ଜରିଆରେ ପଠାଇବା ଏକ ପଡୋଶୀ ରାଷ୍ଟ୍ର ପତି ପ୍ରକୃତ ବନ୍ଧୁତାର ମନୋଭାବ ବୋଲି ବୟାନ କରୁଛି। ତେବେ ଏନେଇ ବୈଦଶିକ ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି ଭାରତୀୟ ପ୍ରସ୍ତୁତ ୨ ମିଲିୟନ ଟିକା ବ୍ରାଜିଲରେ ପହଞ୍ଚି ସାରିଛି । ଯାହାକି ସେରମ ଇନଷ୍ଟିଚ୍ୟୁଟ ଦ୍ବାରା ପ୍ରସ୍ତୁତ ହୋଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ