ETV Bharat / bharat

ସ୍ବାଧୀନତା ଆନ୍ଦୋଳନ ଲାଗି ନିଜ ଜିନିଷ ନିଲାମ କରୁଥିଲେ ମହାତ୍ମା

author img

By

Published : Aug 16, 2019, 8:10 PM IST

Updated : Aug 17, 2019, 5:00 PM IST

ନିଜର ବ୍ୟବହୃତ ଜିନିଷକୁ ନିଲାମ କରି ସେହି ଟଙ୍କାରେ ସତ୍ୟ ଓ ଅହିଂସା ପାଇଁ ଲଢେଇ କରୁଥିଲେ ବାପୁ । ଦେଖନ୍ତୁ ସ୍ବତନ୍ତ୍ର ରିପୋର୍ଟ.....

ସ୍ବାଧୀନତା ଆନ୍ଦୋଳନ ଲାଗି ନିଜ ଜିନିଷ ନିଲାମ କରୁଥିଲେ ମହାତ୍ମା

ଡେରାଡୁନ: ଜାତିର ଜନକ ମହାତ୍ମା ଗାନ୍ଧୀ । ନିଜର ସତ୍ୟ ଓ ଅହିଂସା ପାଇଁ ସେ ସାରା ବିଶ୍ବରେ ପରିଚିତ । ଅହିଂସା ବଳରେ ବ୍ରିଟିଶ୍‌ ଶାସନକୁ ହଲାଇଦେଇଥିଲେ ସେ । ଦେଶ ପ୍ରତି ବାପୁଙ୍କ ଅବଦାନ ଚିରସ୍ମରଣୀୟ ହୋଇ ରହିଛି । ତେବେ ତାଙ୍କ ବିଷୟରେ ଏଭଳି କିଛି ତଥ୍ୟ ରହିଛି ଯାହା ବହୁତ କମ ଲୋକ ଜାଣିଥିବେ । ଏଭଳି ତଥ୍ୟ ଭିତରୁ ଗୋଟିଏ ହେଲା ସ୍ବାଧୀନତା ଆନ୍ଦୋଳନ ସମୟରେ ସେ ନିଜର ନିତ୍ୟ ବ୍ୟବହାର ସାମଗ୍ରୀ ନିଲାମ କରି ଆନ୍ଦୋଳନ ଲାଗି ଅର୍ଥ ଏକତ୍ର କରୁଥିଲେ ।

ବିଭିନ୍ନ ସ୍ଥାନରେ ଜନସଭା କରି ଲୋକଙ୍କୁ ସଚେତନ କରିବା ସହ ସେଠାରେ ସେ ତାଙ୍କର କିଛି ଜିନିଷ ନିଲାମ କରି ଆନ୍ଦୋଳନ ପାଇଁ ଟଙ୍କା ଆଣୁଥିଲେ । ତାଙ୍କ ବ୍ୟବହାର ଜିନିଷ କିଣିବା ପାଇଁ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ଜାତ ହେଉଥିଲା । ତେବେ ତାଙ୍କ ଦ୍ବାରା ବିକ୍ରି ହୋଇଥିବା ଏକ ଗଡୁ ଏବେ ବି ଉତ୍ତରାଖଣ୍ଡର ଆଲମୋରା ଅଞ୍ଚଳରେ ସୁରକ୍ଷିତ ଭାବେ ରହିଛି ।ଆଲମୋରାର ଜବହାର ଶାହା ବାପୁଙ୍କ ଠାରୁ ଏହି ଗଡୁଟି କିଣିଥିଲେ । ଯାହାକୁ ଏବେ ତାଙ୍କ ପୁତ୍ର ସଭଲ ଶାହା ଯତ୍ନର ସହକାରେ ରଖିଛନ୍ତି । ସଭଲଙ୍କ କହିବା ଅନୁଯାୟୀ, ଗାନ୍ଧୀଜୀ ଏହି ଗଡୁଟିକୁ ସ୍ବାଧୀନତା ଆନ୍ଦୋଳନ ସମୟରେ ଏକ ସାଧାରଣ ସଭାରେ ନିଲାମ ଡାକିଥିଲେ । ତାଙ୍କ ବାପା 11 ଟଙ୍କାରେ ଏହାକୁ କିଣିଥିଲେ । ଯାହାକି ସେତେବେଳେ ବଜାରର ମୂଲ୍ୟ ଠାରୁ ବହୁତ ଅଧିକ ଥିଲା । ତେବେ ଏହାକୁ ବାପା ସବୁବେଳେ ଯତ୍ନରେ ରଖିଥିଲେ ଓ ଶେଷ ସମୟରେ ମତେ ଏହାକୁ ଯତ୍ନରେ ରଖିବା ଲାଗି ସେ କହିଯାଇଛନ୍ତି ବୋଲି ସଭଲ କହିଛନ୍ତି ।1929ରେ ମହାତ୍ମା ଗାନ୍ଧୀ ଆଲମୋରା ଗସ୍ତ କରିଥିଲେ । ସେଠାରେ ସେ ଅନେକ ଜନସଭାକୁ ସମ୍ବୋଧିତ କରିଥିଲେ । ଏହି ସମୟରେ ଲୋକଙ୍କ ଠାରୁ ପଇସା ଯୋଗାଡ କରି ଆନ୍ଦୋଳନ ପାଇଁ ଦିଆଯାଉଥିଲା । କେବଳ ପୁରୁଷ ନୁହେଁ ମହିଳା ମାନେ ବି ନିଜର ସୁନା ଅଳଙ୍କାର ବିକି ଆନ୍ଦୋଳନ ପାଇଁ ଅର୍ଥ ଦେଉଥିବାର ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ ଇଟିଭି ଭାରତ

Intro:Body:Conclusion:
Last Updated : Aug 17, 2019, 5:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.