ETV Bharat / bharat

ଯେବେ 10 ବର୍ଷ ପରେ ପାଇଲେ ମା’ଙ୍କ ଠିକଣା... - ନିଖୋଜ ମହିଳା ମାଙ୍ଗାଲୋରରୁ ଉଦ୍ଧାର

ପରିବାରଠାରୁ ଅଲଗା ହେବା ଯେ କେତେ କଷ୍ଟକର ତାହା ଅଳ୍ପ ବହୁତେ ସଭିଏଁ ଜାଣନ୍ତି । ହେଲେ ପରିବାରଠାରୁ ଅଲଗା ହେବା ପରେ ତାଙ୍କୁ ଚିହ୍ନି ନପାରିବାର ଦୁଃଖ ବହୁତ କମ ଲୋକେ ବୁଝନ୍ତି । ଏପରି ଏକ ପରିବାର ରହିଛି ତାମିଲନାଡୁରେ ।

children got address of missing mother after 10 years, missing lady found after 10 years in mangalore, ନିଖୋଜ ମହିଳା ମାଙ୍ଗାଲୋରରୁ ଉଦ୍ଧାର, 10 ବର୍ଷ ପରେ ପିଲାଏ ପାଇଲେ ନିଖୋଜ ମା’ର ଠିକଣା
ଯେବେ 10 ବର୍ଷ ପରେ ପାଇଲେ ମା’ଙ୍କ ଠିକଣା ...
author img

By

Published : Feb 17, 2020, 9:35 PM IST

ବେଙ୍ଗାଲୁରୁ: ପରିବାରଠାରୁ ଅଲଗା ହେବା ଯେ କେତେ କଷ୍ଟକର ତାହା ଅଳ୍ପ ବହୁତେ ସଭିଏଁ ଜାଣନ୍ତି । ହେଲେ ପରିବାରଠାରୁ ଅଲଗା ହେବା ପରେ ତାଙ୍କୁ ଚିହ୍ନି ନପାରିବାର ଦୁଃଖ ବହୁତ କମ ଲୋକେ ବୁଝନ୍ତି । ଏପରି ଏକ ପରିବାର ରହିଛି ତାମିଲନାଡୁରେ । ଯେଉଁ ପରିବାରରେ ତିନି ଛୁଆ ଓ ସ୍ବାମୀଙ୍କୁ ଛାଡି 10 ବର୍ଷ ତଳେ କେଉଁ ଆଡେ ଚାଲିଯାଇଥିଲେ ମ୍ୟାରୀ ।

ମ୍ୟାରୀ ନିଜ ମାନସିକ ଭାରସାମ୍ୟ ହରାଇ 10 ବର୍ଷ ତଳେ ନିଜ 3 ଛୁଆ ଓ ସ୍ବାମୀଙ୍କୁ ଛାଡି କେଉଁ ଆଡେ ଚାଲିଯାଇଥିଲେ । ଏହାପରେ ବେଶ କିଛି ଦିନ ପର୍ଯ୍ୟନ୍ତ ଖୋଜାଖୋଜି ମଧ୍ୟ ଜାରି ରହିଥିଲା। ହେଲେ ମିଳିପାରିନଥିଲା କୌଣସି ସୁଫଳ । ପରେ ହାର ମାନି ଗତ ବର୍ଷେ ତଳେ ଆଖି ବୁଜିଥିଲେ ତାଙ୍କ ସ୍ବାମୀ । ପିଲାମାନଙ୍କୁ ଏକୁଟିଆ କରି ସବୁଦିନ ପାଇଁ ଚାଲିଯାଇଥିଲେ ସେ । ହେଲେ ଭାଗ୍ୟର ଲେଖା କିଛି ଅଲଗା ଥିଲା ।

ହଠାତ୍‌ ଏକ ଏନଜିଓ ସାହାଯ୍ୟରେ ପିଲାମାନେ ଜାଣିବାକୁ ପାଇଥିଲେ କି ମା’ ଜୀବିତ ଏବଂ ମାଙ୍ଗାଲୋରର ଏକ ସେଲଟର ହୋମରେ ସୁରକ୍ଷିତ ଅଛନ୍ତି । ବାସ୍‌, ଏହାପରେ ଖୁସିରେ ଆଉ ପାଦ ଲାଗିନଥିଲା ଭୂଇଁରେ । ତୁରନ୍ତ ଭାଇ ଭଉଣୀ ଆସି ପହଞ୍ଚିଥିଲେ ମାଙ୍ଗାଲୋରର ସେଲଟର ହୋମରେ । ପ୍ରଥମେ ନିଜ ପିଲାମାନଙ୍କୁ ଚିହ୍ନି ପାରିନଥିବା ବେଳେ ପରେ ସେମାନଙ୍କୁ ଚିହ୍ନି ନିଜ ଘରକୁ ଫେରିଛନ୍ତି ମ୍ୟାରୀ ।

ସତରେ ଭାଗ୍ୟର ଲେଖା ଆଗରେ ହାର ମାନେ ସବୁକିଛି । ଯାହା ଏହି ପରିବାର ପାଖରେ ପ୍ରମାଣିତ ହୋଇଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.