ETV Bharat / bharat

ଆସୁଛି ହ୍ବାଟ୍ସଆପର ଚତ୍ମକାର ଫିଚର, ମଲ୍ଟି ଡିଭାଇସରେ ଚାଲିବ ଗୋଟିଏ ଆକାଉଣ୍ଟ

ହ୍ବାଟ୍ସଆପ ଖୁବ୍ ଶୀଘ୍ର ଏକ ମଲ୍ଟି ଡିଭାଇସ୍ ଫିଚର ଲଞ୍ଚ କରିବାକୁ ଯାଉଛି । ଏହି ଫିଚର ମାଧ୍ୟମରେ, ୟୁର୍ଜସ ସେମାନଙ୍କର ଗୋଟିଏ ଆକାଉଣ୍ଟକୁ ଚାରୋଟି ଭିନ୍ନ ଡିଭାଇସରେ ବ୍ୟବହାର କରିପାରିବେ । ଅଧିକ ପଢନ୍ତୁ...

author img

By

Published : Jun 25, 2020, 4:17 PM IST

ଆସୁଛି ହ୍ବାଟ୍ସଆପର ଚତ୍ମକାର ଫିଚର, ମଲ୍ଟି ଡିଭାଇସରେ ଚାଲିବ ଗୋଟିଏ ଆକାଉଣ୍ଟ
ଆସୁଛି ହ୍ବାଟ୍ସଆପର ଚତ୍ମକାର ଫିଚର, ମଲ୍ଟି ଡିଭାଇସରେ ଚାଲିବ ଗୋଟିଏ ଆକାଉଣ୍ଟ

ହାଇଦ୍ରାବାଦ: ଇନଷ୍ଟାଣ୍ଟ ମେସେଜିଙ୍ଗ୍ ଆପ୍ ହ୍ବାଟ୍ସଆପ । ନିକଟରେ ଆପକୁ ଅଧିକ ଉପଯୋଗୀ କରାଇବା ପାଇଁ ଏଥିରେ କିଛି ନୂଆ ଫିଚର ଆଡ୍ କରାଯାଇଛି । ଏଥିରେ ଆପର ଡାର୍କ ମୋଡ ଏବଂ ଷ୍ଟେଟସ ସମ୍ବନ୍ଧୀୟ ଫିଚରକୁ ଗୁରୁତ୍ବ ଦିଆଯାଇଛି । ଏହା ବ୍ୟତିତ କମ୍ପାନୀ ବର୍ତ୍ତମାନ ଏହାର ବିଟା ଭର୍ସନରେ ଅନେକ ଗୁଡିଏ ଫିଚରକୁ ଆଡ କରିବାକୁ ଯାଉଛି । ଯାହା ଆଗାମୀ ଦିନରେ ଉପଭୋକ୍ତାଙ୍କୁ ଭେଟି ଦିଆଯିବ ।

ହ୍ବାଟ୍ସଆପର ମଲ୍ଟି ଡିଭାଇସ୍ ଫିଚର

ସୂଚନା ଅନୁଯାୟୀ, ହ୍ବାଟ୍ସଆପ ଖୁବ୍ ଶୀଘ୍ର ଏକ ମଲ୍ଟି ଡିଭାଇସ୍ ଫିଚର ଲଞ୍ଚ କରିବାକୁ ଯାଉଛି । ଏହି ଫିଚର ମାଧ୍ୟମରେ, ୟୁର୍ଜସ ସେମାନଙ୍କର ଗୋଟିଏ ଆକାଉଣ୍ଟକୁ ଚାରୋଟି ଭିନ୍ନ ଡିଭାଇସରେ ବ୍ୟବହାର କରିପାରିବେ । ମାତ୍ର ଏହାକୁ ବ୍ୟବହାର କରିବା ପାଇଁ ୱାଇଫାଇ ବ୍ୟବହାର କରିବାକୁ ପଡିବ ।

ହ୍ବାଟ୍ସଆପ ଫ୍ୟାକ୍ଟଚେକ୍ ଫିଚର

ମିଡିଆ ରିପୋର୍ଟ ଅନୁଯାୟୀ, ହ୍ବାଟ୍ସଆପ ଏହି ଫିଚର ସେଟିଙ୍ଗ୍ ଆରମ୍ଭ କରିଛି । ୟୁର୍ଜସ ଏହି ଆପରେ ମ୍ୟାଗ୍ନିଫାଇଙ୍ଗ୍ ଗ୍ଲାସ ଅପସନ ପାଇପାରିବେ । ତେବେ ଯେ କୌଣସି ମେସେଜର ଫ୍ୟାକ୍ଟ ଚେକ୍ କରିବା ପାଇଁ ଉପଭୋକ୍ତାଙ୍କୁ ଆଇକନ୍ ଉପରେ କ୍ଲିକ୍ କରିବାକୁ ପଡିବ । ଏହା ପରେ ସାମ୍ନାରେ ଏକ ପପ୍-ଅପ୍ ଅପସନ ଆସିବ । ଯେଉଁଥିରେ ଲେଖାଯିବ ଯେ କଣ ଆପଣ ୱେବରେ ଏହି ମେସେଜ ଖୋଜିବାକୁ ଚାହୁଁଛନ୍ତି । ଶେଷରେ ଗୁଗୁଲର ପ୍ଲାଟଫର୍ମକୁ ଏହି ମେସେଜ୍ ଯିବ । ସେଠରେ ହିଁ ଏହି ମେସେଜରେ କେତେ ସତ୍ୟତାା ରହିଛି ତାହା ଜଣା ପଡିବ ।

ହ୍ବାଟ୍ସଆପ କ୍ୟୁଆର କୋଡ ଫିଚର

ହ୍ବାଟ୍ସଆପ ଆଣ୍ଡ୍ରଏଡ୍ ଏବଂ ଆଇଓଏସର ବିଟା ଭର୍ସନରେ କ୍ୟୁଆର କୋଡ୍ ସପୋର୍ଟ କରିବା ନେଇ ପରୀକ୍ଷା ଆରମ୍ଭ କରିଛି । ଯାହା ପରେ ୟୁର୍ଜସ ଏକ ନୂଆ କ୍ୟୁଆର କୋଡ୍ ସ୍କାନ୍ କରିବା ସହ ଉକ୍ତ ଉପଭୋକ୍ତାଙ୍କ ନମ୍ବର ମଧ୍ୟ ସେଭ୍ କରିପାରିବେ । ତେବେ ଏନେଇ କୌଣସି ଅଫିସିଆଲି ଘୋଷଣା କରାଯାଇନାହିଁ ।

ହ୍ବାଟ୍ସଆପ ଡିଲିଟ୍ ଫିଚର

ମାର୍ଚ୍ଚରେ ହ୍ବାଟ୍ସଆପ ଏହାର ବିଟା ଭର୍ସନ ପାଇଁ ଏକ ଅପଡେଟ୍ ଜାରି କରିଥିଲା । ଏହି ଅପଡେଟରେ ଡିଲିଟ୍ ମେସେଜକୁ ହାଇଲାଇଟ୍ କରାଯାଇଥିଲା | ଫିଟର ବିଷୟରେ କୁହାଗଲେ, ଉପଭୋକ୍ତାମାନେ ଏହା ମାଧ୍ୟମରେ ପଠାଇଥିବା ମେସଜକୁ ଡିଲେଟ କରିବାକୁ ଏକ ସମୟ ନିର୍ଦ୍ଧାରଣ କରିପାରିବେ ଏବଂ ନିର୍ଦ୍ଧାରିତ ସମୟ ପରେ ପଠାଯାଇଥିବା ମେସେଜ ଆପେଆପେ ଡିଲିଟ ହୋଇଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.