ହାଇଦ୍ରାବାଦ: ହ୍ବାଟ୍ସଆପରେ କଣ୍ଟାକ୍ଟ ଯୋଡିବା ପାଇଁ ଆଉ ନମ୍ବର ସେଭ କରିବାକୁ ପଡିବନି । କ୍ୟୁଆର୍ କୋଡ୍ ସ୍କାନ କରିଲେ ହିଁ ଆପେ ଆପେ ଫୋନରେ ଏହା ସେଭ ହୋଇଯିବ । ଏହା ଉପରେ ହ୍ବାଟ୍ସଆପ୍ ପକ୍ଷରୁ ଏବେ ଟେଷ୍ଟ ଚାଲିଛି । ହେଲେ ଏହା ଉପରେ ଏକ ନୂଆ ତଥ୍ୟ ଦେଇଛି ହ୍ବାଟ୍ସଆପ୍ ।
ତେବେ ଏହା ଉପରେ ଏବେ କମ୍ପାନୀ ପରୀକ୍ଷା ଚଲାଇଛି । ଆଗାମୀ ଦିନରେ ଏହା କାର୍ଯ୍ୟକାରୀ ହେବାର ସମ୍ଭାବନା ରହିଛି । ଏହା ଉଭୟ ଆଣ୍ଡ୍ର୍ଏଡ ଓ ଆଇଓଏସର ବେଟା ଭର୍ସନରେ ଉପଲବ୍ଧ ଅଛି । ତେବେ ଯଦି ଆପଣ ଏହି କ୍ୟୁଆର୍ କୋଡ୍ କୌଣସି ବ୍ଲକ କରିଥିବା ବ୍ୟକ୍ତି କିମ୍ବା ସେପରି ଲୋକ ସହ ସେୟାର କରିବେ ଯାହାକୁ ଆପଣ ନମ୍ବର ଦେବାକୁ ଚାହୁଁନଥିବେ ଏହା ଆପେ ଆପେ ରିମୁଭ ହୋଇଯିବ । ସେମାନଙ୍କ ସହ ଏହି କୋଡ୍ ସେୟାର ହେବନି ।
ହ୍ବାଟ୍ଆପର ସେଟିଙ୍ଗ ମେନୁରେ ଏହି ଅପସନ ରହିଛି । ଏଥିରେ ନିଜ କୋଡ୍ ସ୍କାନର ସହ ଅନ୍ୟ ଲୋକଙ୍କ କୋଡ୍ ସ୍କାନ କରିବା ଅପସନ ମଧ୍ୟ ଦେଖାଇବ । ଏହାଦ୍ବାରା ଆପଣ ଅନ୍ୟ ଲୋକଙ୍କ ସହ ଏହି କୋଡ୍ ସ୍କାନର ସେୟାର କରିପାରିବେ । ସେମାନେ ଏହାକୁ ସ୍କାନ କଲା ପରେ ଆପଣଙ୍କ ଫୋନରେ ସେମାନଙ୍କ ନମ୍ବର ସେଭ ହୋଇଯିବ ।