ETV Bharat / bharat

ହ୍ବାଟ୍ସଆପରେ ଷ୍ଟାଟସ ଦେଲା WhatsApp, ଜାଣନ୍ତୁ କଣ ରହିଛି ବାର୍ତ୍ତା...

author img

By

Published : Jan 17, 2021, 4:56 PM IST

ତେବେ ହ୍ବାଟ୍ସଆପର ନୂଆ ପ୍ରାଇଭେସି ପଲିସିକୁ ନେଇ ଲୋକେ ଏହାର ଆଲୋଚନା କରୁଛନ୍ତି । ଏହାରି ମଧ୍ୟରେ ନିଜ ନୂଆ ପ୍ରାଇଭେସି ପଲିସିକୁ ନେଇ ସଫେଇ ଦେଇଛି ହ୍ବାଟ୍ସଆପ । ଅଧିକ ପଢନ୍ତୁ...

ହ୍ବାଟ୍ସଆପରେ ଷ୍ଟାଟସ ଦେଲା WhatsApp, ଜାଣନ୍ତୁ କଣ ରହିଛି ବାର୍ତ୍ତା...
ହ୍ବାଟ୍ସଆପରେ ଷ୍ଟାଟସ ଦେଲା WhatsApp, ଜାଣନ୍ତୁ କଣ ରହିଛି ବାର୍ତ୍ତା...

ନୂଆଦିଲ୍ଲୀ: ପ୍ରାଇଭେସି ପଲିସି ଲାଗୁ କରିବା ପାଇଁ ପ୍ରସ୍ତୁତ ହେଉଛି WhatsApp(ହ୍ବାଟ୍ସଆପ) । ତେବେ ହ୍ବାଟ୍ସଆପର ନୂଆ ପ୍ରାଇଭେସି ପଲିସିକୁ ନେଇ ଲୋକେ ଏହାର ଆଲୋଚନା କରୁଛନ୍ତି । ଏହାରି ମଧ୍ୟରେ ନିଜ ନୂଆ ପ୍ରାଇଭେସି ପଲିସିକୁ ନେଇ ସଫେଇ ଦେଇଛି ହ୍ବାଟ୍ସଆପ ।

ରବିବାର ସକାଳେ ଖୋଦ ହ୍ବାଟ୍ସଆପ ୟୁଜର୍ସଙ୍କ ପାଇଁ ହ୍ବାଟ୍ସଆପରେ ଷ୍ଟାଟସ ଦେଇଛି । ୟୁଜର୍ସଙ୍କ ପ୍ରାଇଭେସି ପଲିସି ବଜାୟ ରଖିବାକୁ ପ୍ରତିବଦ୍ଧ ବୋଲି ଏହି ଷ୍ଟାଟସରେ ବାର୍ତ୍ତା ଦେଇଛି ହ୍ବାଟ୍ସଆପ । ରବିବାର ସକାଳେ ଯେତେବେଳେ ୟୁଜର୍ସ ହ୍ବାଟ୍ସଆପ ଚଳାଇବା ଆରମ୍ଭ କଲେ, ସେତେବେଳେ ଷ୍ଟାଟସ ସେଗମେଣ୍ଟରେ ହ୍ବାଟ୍ସଆପର ହିଁ ଷ୍ଟାଟସ ରହିଥିଲା । ଏଥିରେ ପ୍ରାଇଭେସି ପଲିସିକୁ ନେଇ କିଛି ବାର୍ତ୍ତା ଦିଆଯାଇଥିଲା । ଏଥିରେ ପ୍ରଥମ ବାର୍ତ୍ତା ଥିଲା ଯେ ଆମେ ପ୍ରାଇଭେସି ପଲିସି ପାଇଁ ପ୍ରତିବଦ୍ଧ ।

ଅନ୍ୟ ତିନୋଟି ଷ୍ଟାଟସ ମ୍ୟାସେଜରେ ଲେଖାହୋଇଥିଲା ଯେ ହ୍ବାଟ୍ସଆପ ଆପଣଙ୍କ ବ୍ୟକ୍ତିଗତ ଚାଟ ପଢି କିମ୍ବା ଶୁଣିପାରେ ନାହିଁ । କାରଣ ଏହି ମ୍ୟାସେଜ ଆଣ୍ଡ୍‌ ଟୁ ଆଣ୍ଡ୍‌ ଏନକ୍ରିପଟେଡ ହୋଇଥାଏ । ହ୍ବାଟ୍ସଆପ ଆପଣଙ୍କ ଦ୍ବାରା ସେୟାର କରାଯାଇଥିବା ଲୋକେସନ ମଧ୍ୟ ଦେଖିପାରେ ନାହିଁ । ଶେଷରେ ହ୍ବାଟ୍ସଆପ ଆପଣଙ୍କ କଣ୍ଟେଣ୍ଟ ଫେସବୁକ ସହିତ ସେୟାର କରେନାହିଁ ବୋଲି ଲେଖାଯାଇଥିଲା ।

ଏହା ପୂର୍ବରୁ ହ୍ବାଟ୍ସଆପ ଗତ ସପ୍ତାହରେ ୟୁଜରଙ୍କୁ ନୋଟିଫିକେସନ ପଠାଇ ପ୍ରାଇଭେସି ପଲିସିରେ ପରିବର୍ତ୍ତନ କରିବା ପାଇଁ ସୂଚନା ଦେଇଥିଲା । ହ୍ବାଟ୍ସଆପର ଆଗକୁ ବ୍ୟବହାର ଜାରି ରଖିବା ପାଇଁ 8 ଫେବୃଆରୀ 2021 ପର୍ଯ୍ୟନ୍ତ ଏହା ଉପରେ ସହମତି ପ୍ରକଟ କରିବାର ବିକଳ୍ପ ରହିଥିଲା । ହ୍ବାଟ୍ସଆପର ଏହି ଅପଡେଟ ପରେ ଚାରିଆଡେ ଚର୍ଚ୍ଚା ଜୋର ଧରିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.