ETV Bharat / bharat

14 ଦିନରେ ଫେରିଛନ୍ତି 6 ଲକ୍ଷ 40 ହଜାର ପ୍ରବାସୀ ଶ୍ରମିକ - ଶ୍ରମିକ ସ୍ପେଶାଲ ଟ୍ରେନ

ପଶ୍ଚିମ ରେଳବାଇ ପକ୍ଷରୁ ଏପର୍ଯ୍ୟନ୍ତ ମୋଟ 463ଟି ଶ୍ରମିକ ସ୍ପେଶାଲ ଟ୍ରେନ ଚାଲିଥିବା ସୂଚନା ରହିଛି । ଏହି ଟ୍ରେନରେ ମୋଟ 6 ଲକ୍ଷ 40 ହଜାର ଶ୍ରମିକଙ୍କୁ ଫେରାଇ ଅଣାଯାଇଛି । ଅଧିକ ପଢନ୍ତୁ...

14 ଦିନରେ ଫେରିଛନ୍ତି 6 ଲକ୍ଷ 40 ହଜାର ପ୍ରବାସୀ ଶ୍ରମିକ

author img

By

Published : May 17, 2020, 6:29 AM IST

ନୂଆଦିଲ୍ଲୀ: ପ୍ରବାସୀ ଶ୍ରମିକଙ୍କୁ ନିଜ ରାଜ୍ୟକୁ ଫେରାଇବା ପାଇଁ ରେଳବାଇ ପକ୍ଷରୁ ବିଭିନ୍ନ ଜାଗାରୁ ଟ୍ରେନ ଚଳାଚଳ ଆରମ୍ଭ ହୋଇଛି । କେବଳ ଶ୍ରମିକଙ୍କ ପାଇଁ ଚାଲିଛି ଅନେକ ସ୍ବତନ୍ତ୍ର ଟ୍ରେନ । ଏଗୁଡିକର ନାମ ଶ୍ରମିକ ସ୍ପେଶାଲ ଟ୍ରେନ ରହିଛି ।

ତେବେ ପଶ୍ଚିମ ରେଳବାଇ ପକ୍ଷରୁ ଏପର୍ଯ୍ୟନ୍ତ ମୋଟ 463ଟି ଶ୍ରମିକ ସ୍ପେଶାଲ ଟ୍ରେନ ଚାଲିଥିବା ସୂଚନା ରହିଛି । ମେ 2ରୁ 16 ଯାଏଁ ଏହି ସମସ୍ତ ଟ୍ରେନ ଚାଲିଛି । ଏନେଇ ଶନିବାର ପଶ୍ଚିମ ରେଳବାଇ ସୂଚନା ଦେଇଛି ।

ତେବେ ଏହି 463ଟି ଟ୍ରେନରେ ମୋଟ 6 ଲକ୍ଷ 40 ହଜାର ଶ୍ରମିକଙ୍କୁ ଫେରାଇ ଅଣାଯାଇଛି । 14 ଦିନରେ ଏହି ଶ୍ରମିକଙ୍କୁ ଦେଶର ବିଭିନ୍ନ ସ୍ଥାନରୁ ନିଜ ଗନ୍ତବ୍ୟ ସ୍ଥଳକୁ ପଠାଯାଇଛି । ବିଭିନ୍ନ ରାଜ୍ୟରେ ଏମାନେ ଫସିଥିବାବେଳେ ନିଜ ରାଜ୍ୟକୁ ସ୍ବତନ୍ତ୍ର ଟ୍ରେନ ଦ୍ବାରା ଫେରିଛନ୍ତି ।

ସୌଜନ୍ୟ@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.