ETV Bharat / bharat

ଆଜିଠାରୁ ପଶ୍ଚିମବଙ୍ଗ ଶ୍ରମିକଙ୍କ ଘର ବାହୁଡା, 10ଟି ଟ୍ରେନର ଅନୁମତି ଦେଲେ ମମତା

author img

By

Published : May 10, 2020, 10:58 AM IST

ପଶ୍ଚିମବଙ୍ଗ ସରକାର ଓ କେନ୍ଦ୍ର ସରକାର ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ପ୍ରବାସୀ ଶ୍ରମିକମାନଙ୍କୁ ନିଜ ଘରକୁ ଫେରିବା ନେଇ ରାସ୍ତା ଫିଟିଛି। ଆଜି ପଶ୍ଚିମବଙ୍ଗର ପ୍ରଥମ ବ୍ୟାଚ୍ ଶ୍ରମିକ ଟ୍ରେନ୍ ଯୋଗେ ଫେରୁଛନ୍ତି।

west bengal govt.
ଆଜିଠାରୁ ପଶ୍ଚିମବଙ୍ଗ ଶ୍ରମିକଙ୍କ ଘର ବାହୁଡା

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ସରକାର ଓ କେନ୍ଦ୍ର ସରକାର ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ପ୍ରବାସୀ ଶ୍ରମିକମାନଙ୍କୁ ନିଜ ଘରକୁ ଫେରିବା ନେଇ ରାସ୍ତା ଫିଟିଛି। ଆଜି ପଶ୍ଚିମବଙ୍ଗର ପ୍ରଥମ ବ୍ୟାଚ୍ ଶ୍ରମିକ ଟ୍ରେନ୍ ଯୋଗେ ଫେରୁଛନ୍ତି। ମମତା ବାନାର୍ଜୀଙ୍କ ସରକାର ପ୍ରବାସୀ ଶ୍ରମିକଙ୍କ ପାଇଁ 10 ଟି ଟ୍ରେନ୍ ଆରମ୍ଭ କରିଛନ୍ତି। ଆଜି(ରବିବାର) ତେଲେଙ୍ଗାନାରୁ ଏକ ଟ୍ରେନ୍ ପଶ୍ଚିମବଙ୍ଗର ମାଲଦାରେ ପହଞ୍ଚୁଛି। କିନ୍ତୁ ଏହାକୁ ନେଇ ରାଜନୈତିକ ବିଶୃଙ୍ଖଳା ବନ୍ଦ ହୋଇନାହିଁ।

ଶ୍ରମିକମାନଙ୍କ ପାଇଁ ଟ୍ରେନ୍ ଚଳାଇବା ପ୍ରସଙ୍ଗ ଏତେ ତୀବ୍ର ଥିଲା ଯେ କେନ୍ଦ୍ର ଓ ମମତା ବାନାର୍ଜୀ ସରକାରଙ୍କ ମଧ୍ୟରେ ମତଭେଦ ହୋଇଥିଲା। ଗୃହମନ୍ତ୍ରୀ ଅମିତ ଶାହା ମମତା ବାନାର୍ଜୀଙ୍କୁ ଏକ ଚିଠି ଲେଖିବା ପରେ ଏହି ଝଗଡା ବଢିଥିଲା। ଏଥିରେ ଲେଖାଥିଲା, ‘ଆମେ ପଶ୍ଚିମବଙ୍ଗରୁ ଆଶା କରାଯାଉଥିବା ସମର୍ଥନ ପାଇ ନାହୁଁ। ରାଜ୍ୟ ସରକାର ଏଠାରେ ଟ୍ରେନ୍ ଗୁଡିକୁ ଅନୁମତି ଦେଉନାହାଁନ୍ତି। ଏହା ବଙ୍ଗଳାର ପ୍ରବାସୀ ଶ୍ରମିକଙ୍କ ପ୍ରତି ଅନ୍ୟାୟ ଅଟେ। ଏହା ସେମାନଙ୍କ ପାଇଁ ଅସୁବିଧା ବଢାଇବ ’।

ଏହାପରେ ତୃଣମୂଳ କଂଗ୍ରେସ ସାଂସଦ ଅଭିଷେକ ବାନାର୍ଜୀ ଟ୍ବିଟରରେ ଗୃହମନ୍ତ୍ରୀଙ୍କୁ ଚ୍ୟାଲେଞ୍ଜ କରିଥିଲେ। ଅଭିଷେକ ବାନାର୍ଜୀ କହିଛନ୍ତି, ସପ୍ତାହେ ଧରି ନିରବ ରହିବା ପରେ ଗୃହମନ୍ତ୍ରୀ ଅମିତ ଶାହା କେବଳ ଲୋକଙ୍କୁ ମିଥ୍ୟା କହୁଛନ୍ତି। ବିଡମ୍ବନାର ବିଷୟ । ସେ ସେହି ଲୋକମାନଙ୍କ ବିଷୟରେ କହୁଛନ୍ତି, ଯେଉଁମାନଙ୍କୁ କେନ୍ଦ୍ର ସରକାର ନିଜ ଭାଗ୍ୟରେ ଛାଡି ଦେଇଛନ୍ତି । ଅମିତ ଶାହା ଅଭିଯୋଗ ପ୍ରମାଣ କରନ୍ତୁ କିମ୍ବା କ୍ଷମା ମାଗନ୍ତୁ ବୋଲି ସେ ଟ୍ବିଟ କରିଥିଲେ ।

ଟିଏମସି ସାଂସଦ ଡେରେକ ଓ’ବ୍ରାଇନ୍ କହିଛନ୍ତି ଯେ ପ୍ରଥମ ବ୍ୟାଚ୍ ରେ 10 ଟି ଟ୍ରେନ୍ ଅନୁମୋଦନ କରାଯାଇଛି। ଏହସହ ପ୍ରଥମରୁ ହିଁ 80 ହଜାର ଲୋକଙ୍କୁ ବିଭିନ୍ନ ଉପାୟରେ ପଶ୍ଚିମବଙ୍ଗକୁ ଫେରାଇ ନିଆଯାଇଛି। ବର୍ତ୍ତମାନ ଆମେ ପର୍ଯ୍ୟାୟକ୍ରମେ ଫସିଥିବା ଲୋକଙ୍କୁ ଫେରାଇ ଆଣିବୁ । ଆମେ 4 ଘଣ୍ଟା ନୋଟିସରେ 21 ଦିନର ଲକଡାଉନ୍ କରିନୁ ବୋଲି ସେ କହିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.