ETV Bharat / bharat

ପଶ୍ଚିମବଙ୍ଗରେ ପୁଣି ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା

ପଶ୍ଚିମବଙ୍ଗରେ ପୁଣି ଜଣେ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା କରାଯାଇଛି । ତାଙ୍କ ନାମ ଆନନ୍ଦ ପାଲ । ଟିଏମସିର କିଛି ଗୁଣ୍ଡା ତାଙ୍କୁ ହତ୍ୟା କରିଥିବା ବିଜେପି ଅଭିଯୋଗ କରିଛି ।

author img

By

Published : Jun 19, 2019, 10:40 AM IST

କୋଲକତା: ନିର୍ବାଚନ ଫଳାଫଳ ଆସିବାର ଏ ଭିତରେ 3 ସପ୍ତାହ ପୁରିଲାଣି ତଥାପି ପଶ୍ଚିମବଙ୍ଗରେ ଥମୁନି ହିଂସା । ପୁଣି ଜଣେ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା କରାଯାଇଛି । ତାଙ୍କ ନାମ ଆନନ୍ଦ ପାଲ । ତେବେ ଘର ଠାରୁ 3 କିଲୋମିଟର ଦୂରରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ପଶ୍ଚିମବଙ୍ଗର କୁଚବିହାରରେ ଜିଲ୍ଲାରେ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି ।

ଟିଏମସିର କିଛି ଗୁଣ୍ଡା ଆନନ୍ଦଙ୍କୁ ହତ୍ୟା କରିଥିବା ମୃତକଙ୍କ ବଡଭାଇ ଅଭିଯୋଗ କରିଛନ୍ତି । ଆନନ୍ଦଙ୍କ ଭାଇ ଗୋବିନ୍ଦ ପାଲଙ୍କ କହିବା ଅନୁଯାୟୀ, ଆନନ୍ଦ ପୂର୍ବରୁ ଟିଏମସିର କାର୍ଯ୍ୟକର୍ତ୍ତା ଥିଲେ । ପରେ ବିଜେପିରେ ସାମିଲ ହୋଇଥିଲେ । ଯାହାକୁ ନେଇ ଅସନ୍ତୋଷ ଲାଗି ରହିଥିଲା । ଏଥିପାଇଁ ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ଏପଟେ ଦଳର ଅନ୍ୟ କାର୍ଯ୍ୟକର୍ତ୍ତାଙ୍କୁ ମଧ୍ୟ ଟିଏମସିର ଗୁଣ୍ଡା ହତ୍ୟା କରିଥିବା ବିଜେପି ଅଭିଯୋଗ ଆଣିଛି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.