ETV Bharat / bharat

ପଶ୍ଚିମବଙ୍ଗ ବିଜେପି ନେତା ମନୀଷ ଶୁକ୍ଳାଙ୍କ ହତ୍ୟା ମାମଲା, 2 ଗିରଫ - bjp leader manish shukla murder case update

ପଶ୍ଚିମବଙ୍ଗ 24 ପରଗାନା ଜିଲ୍ଲାର ବିଜେପି ନେତା ମନୀଷ ଶୁକ୍ଳାଙ୍କ ହତ୍ୟା ମାମଲାରେ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ । ମୃତକ ଓ ଅଭିଯୁକ୍ତଙ୍କ ମଧ୍ୟରେ କିଛି ବଚ଼ସା କାରଣରୁ ସେମାନେ ମନୀଷଙ୍କୁ ଗୁଳି କରି ହତ୍ୟା କରିଛନ୍ତି ବୋଲି ପୋଲିସ ଦାବି କରିଛି । ବର୍ତ୍ତମାନ ସିଆଇଡି ମାମଲାର ସତ୍ୟାସତ୍ୟ ଯାଞ୍ଚ କରୁଥିବା ବେଳେ ମୃତ ବିଜେପି ନେତା ମନୀଷଙ୍କ ପରିବାର ପକ୍ଷରୁ ସିବିଆଇ ଯାଞ୍ଚ ପାଇଁ ରାଜ୍ୟପାଳଙ୍କ ନିକଟରେ ଅପିଲ୍ କରାଯାଇଛି । ଅଧିକ ପଢନ୍ତୁ..

ବିଜେପି ନେତା ମନୀଷ ଶୁକ୍ଳାଙ୍କ ହତ୍ୟା ମାମଲାରେ 2 ଗିରଫ: ପଶ୍ଚିମବଙ୍ଗ

author img

By

Published : Oct 6, 2020, 1:36 PM IST

କୋଲକାତା: ପଶ୍ଚିମବଙ୍ଗର ଉତ୍ତରରେ ଥିବା 24 ପରଗାନା ଜିଲ୍ଲାର ବିଜେପି ନେତା ମନୀଷ ଶୁକ୍ଳାଙ୍କ ହତ୍ୟା ମାମଲାରେ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ । ମନୀଷଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ଅଭିଯୋଗ ଆସିଥିବା ବେଳେ ପୋଲିସ ହତ୍ୟାର ପ୍ରକୃତ ଦୋଷୀଙ୍କୁ ଧରିବା ପାଇଁ ତଦନ୍ତ ଜାରି ରଖିଛି ବୋଲି ବୈରକପୁର ପୋାଲିସ କମିଶନର ମନୋଜ ବର୍ମା କହିଛନ୍ତି ।

ମୃତ ବିଜେପି ନେତା ମନୀଷଙ୍କ ପରିବାର 7ଜଣଙ୍କ ନାମରେ ଥାନାରେ ଅଭିଯୋଗ କରିଥିଲେ । ତେବେ ପୋଲିସ ସେମାନଙ୍କ ଅଭିଯୋଗ କ୍ରମେ ପ୍ରାଥମିକ ପର୍ଯ୍ୟାୟରେ 7ଜଣଙ୍କ ମଧ୍ୟରୁ 2ଜଣ ଅଭିଯୁକ୍ତ ଖୁରମ ଓ ଗୁଲାବ ଶେଖ୍‌କୁ ଗିରଫ କରିଛି । ଦୁଇ ଅଭିଯୁକ୍ତଙ୍କ ଅପରାଧୀ ରେକର୍ଡ ଅନୁସାରେ ସେମାନେ କିଛି ଦିନ ଧରି ମୃତ ମନୀଷଙ୍କୁ ଜାଣିଥିଲେ ।

ମୃତକ ଓ ଅଭିଯୁକ୍ତଙ୍କ ମଧ୍ୟରେ କିଛି ବଚ଼ସା କାରଣରୁ ସେମାନେ ମନୀଷଙ୍କୁ ଗୁଳି କରି ହତ୍ୟା କରିଛନ୍ତି ବୋଲି ପୋଲିସ ଦାବି କରିଛି । କିନ୍ତୁ ବିଜେପି କର୍ମୀମାନେ ମନୀଷଙ୍କୁ ଗୁଳି କରି ହତ୍ୟା କରିଛନ୍ତି ବୋଲି ପୂର୍ବରୁ ଟିଏମସିର ମନ୍ତ୍ରୀ ଅଭିଯୋଗ ଆଣିଥିଲେ । ମାତ୍ର ପୋଲିସ ଘଟଣାକୁ ଅତି ଗୁରୁତର ସହିତ ନେଇ ତଦନ୍ତ ପ୍ରକ୍ରିୟା ଜାରି ରଖିଛି । ମୃତ୍ୟୁ ପଛରେ ରାଜନୈତିକ ବିବାଦ କିମ୍ବା ଅନ୍ୟ କୌଣସି କାରଣ ରହିଛି କି ନାହିଁ ଏ ସଂପର୍କରେ ପୋଲିସ ଖୋଳତାଳ କରୁଥିବାର ସୂଚନା ମିଳିଛି ।

ବର୍ତ୍ତମାନ ସିଆଇଡି ମାମଲାର ସତ୍ୟାସତ୍ୟ ଯାଞ୍ଚ କରୁଥିବା ବେଳେ ମୃତ ବିଜେପି ନେତା ମନୀଷଙ୍କ ପରିବାର ପକ୍ଷରୁ ସିବିଆଇ ଯାଞ୍ଚ ପାଇଁ ରାଜ୍ୟପାଳଙ୍କ ନିକଟରେ ଅପିଲ୍ କରିଛନ୍ତି । ଏ ସଂପର୍କରେ ମୃତ ବିଜେପି ନେତାଙ୍କ ପିତା ସିଏମ ଶୁକ୍ଳା କହିଛନ୍ତି,"ଆମେ ହତ୍ୟାର ସଠିକ୍ କାରଣ ଜାଣିବା ପାଇଁ ସିବିଆଇ ଯାଞ୍ଚ ଲାଗି ରାଜ୍ୟପାଳଙ୍କ ନିକଟରେ ଆବେଦନ କରିଛୁ । ମୋ ପାଖରେ କହିବାକୁ କିଛି ନାହିଁ, କାରଣ ଟିଏମସି ସରକାରଙ୍କ ପାଖରୁ ମୋତେ କୌଣସି ଆଶା ମିଳିନାହିଁ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.