ETV Bharat / bharat

ମମତା ସରକାରଙ୍କ ବିରୋଧରେ ବିଜେପି କର୍ମୀଙ୍କ ରାସ୍ତା ରୋକ, ବନ୍ଦ ରହିଛି ହାୱଡା ବ୍ରିଜ୍

author img

By

Published : Oct 8, 2020, 1:10 PM IST

ବିଜେପି କର୍ମୀଙ୍କ ହତ୍ୟା ବିରୋଧରେ ଆଜି(ଗୁରୁବାର) ପଶ୍ଚିମବଙ୍ଗର ରାସ୍ତା ରୋକ କରାଯାଇଛି । ରାଜଧାନୀ କୋଲକତାରେ ବିରୋଧ ପ୍ରଦର୍ଶନ କରାଯାଉଛି ।

west bengal bjp
ବନ୍ଦ ରହିଛି ହାୱଡା ବ୍ରିଜ୍

କୋଲକାତା: ବିଜେପି କର୍ମୀଙ୍କ ହତ୍ୟା ବିରୋଧରେ ଆଜି(ଗୁରୁବାର) ପଶ୍ଚିମବଙ୍ଗର ରାସ୍ତା ରୋକ କରାଯାଇଛି । ରାଜଧାନୀ କୋଲକତାରେ ବିରୋଧ ପ୍ରଦର୍ଶନ କରାଯାଉଛି । ଏହି କାରଣରୁ ବିଦ୍ୟାସାଗର ସେତୁ ଏବଂ ହାୱଡା ବ୍ରିଜ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି।

ବିଜେପି ସାଧାରଣ ସମ୍ପାଦକ କୈଳାଶ ବିଜୟଭର୍ଗିୟ କହିଛନ୍ତି, ‘ପଶ୍ଚିମବଙ୍ଗ ସରକାର ଭୟଭୀତ ଅଛନ୍ତି, ତେଣୁ ବିରୋଧର ମୌଳିକ ଗଣତାନ୍ତ୍ରିକ ଅଧିକାରକୁ ମଧ୍ୟ ଅସ୍ବୀକାର କରୁଛନ୍ତି। ରାଜ୍ୟ ସଚିବାଳୟ ବନ୍ଦ ରହିଛି । ଲୋକସଭା ନିର୍ବାଚନ ସମୟରେ ମମତା ବାନାର୍ଜୀ କହିଥିଲେ ଯେ ବିଜେପି କିଛି ବି ଆସନ ପାଇବନି କିନ୍ତୁ ଆମକୁ 18 ଟି ସିଟ୍ ମିଳିଥିଲା। ଆସନ୍ତା ବିଧାନସଭା ନିର୍ବାଚନରେ ​​ଆମେ ଦୁଇ ତୃତୀୟାଂଶ ସଂଖ୍ୟାଗରିଷ୍ଠତା ହାସଲ କରିବୁ ’।

ପ୍ରକାଶଥାଉକି, ବିଜେପିର ପ୍ରଦର୍ଶନକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ସରକାର ଦୁଇ ଦିନ ପାଇଁ ସଚିବାଳୟ ନବାନ୍ନକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । ହାୱଡାରେ ଅବସ୍ଥିତ ଏହି ସଚିବାଳୟରେ 8 ଅକ୍ଟୋବର ଏବଂ 9 ଅକ୍ଟୋବରରେ ସାନିଟାଇଜେସନ୍ କରାଯିବ। ଏହି କାରଣରୁ ଏଠାରେ ଦୁଇ ଦିନ କାମ ବନ୍ଦ ରହିବ। ଅନ୍ୟପକ୍ଷେ ବିଜେପିର ପ୍ରଦର୍ଶନର ମୁକାବିଲା କରିବା ପାଇଁ ରାଜ୍ୟ ପ୍ରଶାସନ ବିସ୍ତୃତ ବ୍ୟବସ୍ଥା କରିଛି । ଧାରା 144 ନାବାନ୍ନାର ଚାରିଆଡେ ଲାଗୁ କରାଯାଇଛି ଓ ବିଜେପିର ପ୍ରଦର୍ଶନକୁ ଦୃଷ୍ଟିରେ ରଖି ପ୍ରଶାସନ ଅଧିକ ସତର୍କ ହୋଇଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.