ETV Bharat / bharat

ବିନା କ୍ୟାପଟେନରେ ବଙ୍ଗ ବିଧାନସଭା ନିର୍ବାଚନ ଲଢିବ ବିଜେପି - ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ

ପଶ୍ଚିମବଙ୍ଗ ଦଖଲ ପାଇଁ କମର କଷୁଛି ଗୈରିକ ଦଳ ବିଜେପି । ଦଳ ଆରମ୍ଭ କରିଛି ସ୍ବତନ୍ତ୍ର ରଣନୀତି । ମିଶନରେ ସାମିଲ ହୋଇଛନ୍ତି ଦଳର ବରିଷ୍ଠ ନତା । ସେପଟେ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଚେହେରା କିଏ ହେବ ତାହାକୁ ନେଇ ଆରମ୍ଭ ହୋଇଛି ଟଣା ଓଟରା । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

West bangal assembly election
West bangal assembly election
author img

By

Published : Aug 25, 2020, 6:43 PM IST

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ବର୍ତ୍ତମାନ ଏକବର୍ଷରୁ କମ ସମୟ ଅଛି । ନିର୍ବାଚନ ପାଇଁ ନିର୍ବାଚନ ଆୟୋଗ କୌଣସି ପ୍ରାରମ୍ଭିକ ପ୍ରସ୍ତୁତି ମଧ୍ୟ କରିନାହିଁନ୍ତି । କିନ୍ତୁ ରାଜନୈତିକ ଦଳଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି, ରଣନୀତି, ଆଲୋଚନା ଓ ପର୍ଯ୍ୟାଲୋଚନା । ତେବେ ବଙ୍ଗ ଦଖଲ ପାଇଁ କମର କଷୁଥିବା ଭାରତୀୟ ଜନତା ପାର୍ଟି ( ବିଜେପି) ଦୀର୍ଘଦିନ ହେବ ବଡ ରଣନୀତି ପ୍ରସ୍ତୁତିରେ ଲାଗିଛି । ଯେକୌଣସି ମତେ ବେଙ୍ଗଲରୁ ଦିଦିଙ୍କୁ ଗାଦିଚ୍ଯୁତ କରିବା ପାଇଁ ଦଳ ଆରମ୍ଭ କରିଛି ସ୍ବତନ୍ତ୍ର ମିଶନ । ଯାହା ପ୍ରତି ସପ୍ତାହରେ ଦଲୀୟ ହାଇକମାଣ୍ଡ ଗୁପ୍ତ ଭାବେ ସମୀକ୍ଷା କରୁଛନ୍ତି ।

ପ୍ରଥମତଃ ବିଜେପି ମମତା ବାନାର୍ଜୀଙ୍କ ସମ୍ମୁଖରେ କୌଣସି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଆଣିବ ନାହିଁ । ବିନା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀରେ ପ୍ରଧାନମନ୍ତ୍ରୀଙ୍କୁ ମୈଦାନକୁ ଆଣି ରାଷ୍ଟ୍ରବାଦ ଓ ବିକାଶକୁ ଦଳ ମୁଦ୍ଦା କରିବା ପାଇଁ ଆପାତଃ ସ୍ଥିର କରିଛି । କିନ୍ତୁ ଦଳର ଏହି ରଣନୀତି ଅନେକ ରାଜ୍ୟରେ ବୁମେରାଂ ହୋଇଥିବାରୁ ଦଳ ସମୀକ୍ଷା କରୁଛି । କିନ୍ତୁ ଦଳର ରଣନୀତିକାର ମାନେ ନିଶ୍ଚିତ ଯେ ଏହି ରଣନୀତି ବଙ୍ଗରେ ସଫଳ ହେବ ।

ଆଜି ( ମଙ୍ଗଳବାର) ବିଜେପି ରାଷ୍ଟ୍ରୀୟ ମହାସଚିବ ତଥା ପଶ୍ଚିମବଙ୍ଗ ପ୍ରଭାରୀ କୈଳାଶ ବିଜୟବର୍ଗୀୟ କହିଛନ୍ତି ଦଳ କ୍ଷମତାକୁ ଆସିବା ପରେ ମୁଖ୍ୟମନ୍ତ୍ରୀ କିଏ ହେବ ସଂସଦୀୟ ବୋର୍ଡ ନିଷ୍ପତି ନେବ । ବର୍ତ୍ତମାନ ପାଇଁ ଏହା ନିଷ୍ପତି ହୋଇଛି ଯେ ନିର୍ବାଚନରେ କୌଣସି ମୁଖ୍ୟମନ୍ତ୍ରୀ ଚେହେରା ରଖିବୁ ନାହିଁ । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ନିର୍ବାଚନ ଲଢିବୁ । 294 ବିଶିଷ୍ଟ ବିଧାନସଭା ଆସନରୁ ଦଳ 220 ମିଶନରେ କାମ କରୁଛି ବୋଲି କୈଳାଶ କହିଛନ୍ତି । ସେହିପରି ଦଳ ଲୋକସଭା ନିର୍ବାଚନରେ ପାଇଥିବା ସଫଳତାକୁ ପୁଣି ଦୋହରାଇବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ସୂଚନାଯୋଗ୍ୟ ଯେ 2016 ରାଜ୍ୟ ବିଧାନସଭା ନିର୍ବାଚନରେ ମଧ୍ୟ ବିଜେପି କୌଣସି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଦେଇନଥିଲା । କିନ୍ତୁ 2016 ଓ 2020 ମଧ୍ୟରେ ବଡ ପରିବର୍ତ୍ତନ ଆସିଛି । ବିଜେପି ବର୍ତ୍ତମାନ ସାରା ରାଜ୍ୟରେ ଶକ୍ତିଶାଳୀ ଦଳ ଭାବେ ଉଭାହୋଇଛି । ଶାସକ ଦଳକୁ ସିଧାସଳଖ ଆହ୍ବାନ ଦେବାରେ ସକ୍ଷମ । ଯାହା ବିଗତ ଲୋକସଭା ନିର୍ବାଚନରେ ଦଳ କରି ଦେଖାଇଛି । କଂଗ୍ରେସ ଓ ଅନ୍ୟ ବାମଦଳକୁ ପଛକୁ ଠେଲି ବିଜେପି ବର୍ତ୍ତମାନ ମୁଖ୍ୟ ବିରୋଧୀ ଦଳ । ସାଂଗଠନିକ ରାଜନୈତିକ କାର୍ଯ୍ୟକଳାପ ରେ ଦଳ ଢେର ଶକ୍ତିଶାଳୀ । ଏତତ ବ୍ୟତୀତ ଅନେକ ବିପରୀତ ସ୍ଥିତି ସତ୍ବେ ପଶ୍ଚିମବଙ୍ଗରେ ଛାଇ ଗଲାଣି ସଂଘ । ଯାହା ଦିଦିଙ୍କ ପାଇଁ ବଡ ଆହ୍ବାନ । ରାଜ୍ୟର 42 ଟି ଲୋକସଭା ଆସନରୁ ଦଳ 18 ଟି ଆସନ ଜିତି ବର୍ତ୍ତମାନ ପର୍ଯ୍ୟନ୍ତ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛି । ଲୋକସଭା ନିର୍ବାଚନରେ ବିଜେପିକୁ 41 ପ୍ରତିଶତ ଭୋଟ ମିଳିଥିଲା ।

କାହିଁକି ପଛଘୁଞ୍ଚା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଦେବାକୁ ବିଜେପି?

ବିଜେପି ନେତୃତ୍ବ ଜାଣିଛନ୍ତି ଯେ ଦଳର ସଂଗଠନ ବୃଦ୍ଧି ଲୋକସଭା ନିର୍ବାଚନରେ ସଫଳତା ସତ୍ବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସମ୍ମୁଖରେ ପ୍ରାର୍ଥୀ କାହାକୁ କରିବା ଘାତକ ହୋଇପାରେ । ଯଦ୍ବାରା ଏଠି ଦଳ ଉତ୍ତର ପ୍ରଦେଶ ଫଣ୍ଡା ଆପଣାଇବାକୁ ଯାଉଛି । କାରଣ ମମତା ପ୍ରଥମ ପାଳି ଶେଷ କରି ଦ୍ବିତୀୟ ପାଳି ମଧ୍ୟ ଆଉ କିଛି ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀ ଭାବେ ଶେଷ କରିବେ । ସେ ଜଣେ ସାଧାରଣ କାର୍ଯ୍ୟକର୍ତ୍ତାରୁ ସଂଘର୍ଷ କରି ମୁଖ୍ୟମନ୍ତ୍ରୀ ପର୍ଯ୍ୟନ୍ତ ଆସିଛନ୍ତି । ଏହାସହ ବଙ୍ଗ ଭାଷାଭାଷୀ ସ୍ବାଭିମାନ ଓ ଅସମିତାକୁ ନେଇ ଖୋଲାଖୋଲି ଏଜେଣ୍ଡା କରୁଛନ୍ତି । ଯାହା ବିଜେପି ପାଇଁ ଚ୍ୟାଲେଞ୍ଜ ହେବା ସ୍ବାଭାବିକ । ଫଳରେ ଦଳ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନିର୍ବାଚନରେ ଘୋଷଣା କରିବ ନାହିଁ ।

ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ପାଇଁ ଅନେକ ଦାବିଦାର

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ପଦପାଇଁ ବିଜେପିର ଅନେକ ନେତା ଆଖେଇଛନ୍ତି । ଦୌଡରେ ଆଗରେ ଅଛନ୍ତି କିଛିଦିନ ତଳେ ମେଘାଳୟ ରାଜ୍ଯପାଳ ଭାବେ ଅବସର ନେଇଥିବା ତଥାଗତ ରାୟ । ପୁଣିଥରେ ସେ ପ୍ରତ୍ୟେକ୍ଷ ରାଜନୀତିକୁ ଫେରିଛନ୍ତି । ମୁଖ୍ୟମନ୍ତ୍ରୀ ପଦକୁ ନେଇ ତଥାଗତ କହିଛନ୍ତି ଦଳ ଯଦି ମତେ ଯୋଗ୍ୟ ଭାବିବ ମୁଁ ପ୍ରସ୍ତୁତ । ସେହିପରି ବର୍ତ୍ତମାନର ରାଜ୍ୟ ସଭାପତି ଦିଲୀପ ଘୋଷ । ସେ ମଧ୍ୟ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ପାଇଁ ଦାବିଦାର । ସେହିଭଳି କେନ୍ଦ୍ରୀମନ୍ତ୍ରୀ ବାବୁଲ ସୁପ୍ରିୟୋ ମଧ୍ୟ ଦୌଡରେ ଅଛନ୍ତି । ନିର୍ମଳ ଭାବମୂର୍ତ୍ତୀ ଯୁବ ଚେହେରା ଭାବେ ବାବୁଲ ସୁପ୍ରିୟୋ ମଧ୍ୟ ଆଶାୟୀ । ଅନ୍ୟପଟେ ଶାସକ ଟିଏମସିରୁ ଆସି ବିଜେପିରେ ସାମିଲ ହୋଇଥିବା ଓ ଟିଏମସିକୁ ଧରାଶାୟୀ କରୁଥିବା ପୂର୍ବତନ ସାଂସଦ ମୁକୁଲ ରାୟଙ୍କୁ ମଧ୍ୟ ଦଳ ଅଣଦେଖା କରିନପାରେ । ସେ ମଧ୍ୟ ଦଳ ପାଇଁ ଅନେକ ପରିଶ୍ରମ କାର୍ଯ୍ୟକ୍ରମ ଜାରି ରଖିଛନ୍ତି ।

ବଙ୍ଗରେ ମଧ୍ୟ ଗୋଷ୍ଠୀ ବିବାଦ

ପଶ୍ଚିମବଙ୍ଗରେ ବିଜେପି କ୍ଷମତାସୀନ ହେବାକୁ ଦୀର୍ଘଦିନ ହେଲା ସ୍ବପ୍ନ ଦେଖିଆସୁଛି । ତେବେ ଆସନ୍ତା ନିର୍ବାଚନ କହିବ ଏହା କେତେ ବାସ୍ତବ ହେବ । କିନ୍ତୁ ଦିଦିଙ୍କ ଗଡରେ ଦିଦିଙ୍କୁ ମଜା ଚଖେଇବା ବିଜେପି ପାଇଁ ଏତେ ସହଜ ହୋଇନପାରେ । କାରଣ ବିଜେପିର ରାଜ୍ୟ ନେତାଙ୍କ ମଧ୍ୟରେ ଗୋଷ୍ଠୀ ବିବାଦ । ଦିଲୀପ ଘୋଷଙ୍କ ଓ ମୁକୁଲ ରାୟଙ୍କ ମଧ୍ୟରେ ସମ୍ପର୍କ ସେତେ ଭଲ ନାହିଁ । ସେହିପରି ତଥାଗତ ରାଜ୍ୟ ରାଜନୀତିରେ ହଠାତ ଧସେଇ ପଶିବାକୁ ଗ୍ରହଣ କରିବା ସ୍ଥିତିରେ ନାହାଁନ୍ତି ଦିଲୀପ । ଅନ୍ୟପଟେ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ ମଧ୍ୟ ସମସ୍ତଙ୍କୁ ଏକାଠି କରିବା ବଦଳରେ ନିଜ ଭାବମୂର୍ତ୍ତି ଅକ୍ଷୁର୍ଣ୍ଣ ରଖିବା ପାଇଁ ଅଧିକ ତତ୍ପର ।

ତେବେ ଆସନ୍ତା ବର୍ଷ ପ୍ରାରମ୍ଭରେ ହେବାକୁ ଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ କେଉଁ ଦଳ କ୍ଷମତା ଦଖଲ କରୁଛି କଣ ରାଜନୀତି ପଟ୍ଟ ପରିବର୍ତ୍ତନ ହେଉଛି ତାକୁ ଅପେକ୍ଷା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.