ETV Bharat / bharat

ସେବେ ଶ୍ରୀଲଙ୍କା ପରି ଭାରତରେ ସିରିଜ ବିସ୍ଫୋରଣ ହେଉଥିଲା, ଏବେ ସ୍ଥିତି ବଦଳିଛି: ମୋଦି

ସୋମବାର ନାସିକର ଏକ ସାଧାରଣ ସଭାକୁ ସମ୍ବୋଧନ କରି ମୋଦି ଜାତୀୟ ସୁରକ୍ଷା ପ୍ରସଙ୍ଗ ଉଠାଇ ବିରୋଧୀଙ୍କୁ ବିଦ୍ରୁପ କରିଛନ୍ତି । ବିଜେପି ସରକାର ଆତଙ୍କବାଦୀଙ୍କୁ ଦମନ କରିବା କଂଗ୍ରେସ ଭଳି ଡରୁଆ ନୀତି ନୁହେଁ ବରଂ ସାହସିକ ପଦକ୍ଷେପ ନେଇଛି ।

author img

By

Published : Apr 22, 2019, 11:25 PM IST

ଫଟୋ ସୌଜନ୍ୟ: ଏନଏଆଇ

ନାସିକ: ରବିବାର ସିରିଜ ବୋମା ବିସ୍ଫରୋଣରେ ଥରି ଉଠିଥିଲା ଶ୍ରୀଲଙ୍କାର ରାଜଧାନୀ କଲମ୍ବୋ । ଏବେ ଏହି ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିପକ୍ଷଙ୍କୁ ଘେରିଛନ୍ତି । ସୋମବାର ନାସିକର ଏକ ସାଧାରଣ ସଭାକୁ ସମ୍ବୋଧନ କରି ମୋଦି ଜାତୀୟ ସୁରକ୍ଷା ପ୍ରସଙ୍ଗ ଉଠାଇ ବିରୋଧୀଙ୍କୁ ବିଦ୍ରୁପ କରିଛନ୍ତି । ବିଜେପି ସରକାର ଆତଙ୍କବାଦୀଙ୍କୁ ଦମନ କରିବା କଂଗ୍ରେସ ଭଳି ଡରୁଆ ନୀତି ନୁହେଁ ବରଂ ସାହସିକ ପଦକ୍ଷେପ ନେଇଛି ।

ଏହି ନିର୍ବାଚନୀ ସଭାରେ ମୋଦି କହିଛନ୍ତି ଯେ ବିଜେପି ସରକାରଙ୍କ ସାହସିକ ତଥା ଅତଙ୍କବାଦ ଦମନ ନୀତି ଫଳରେ ଏବେ କେବଳ ଜମ୍ମୁ-କାଶ୍ମୀରକୁ ଛାଡି ଦେଶର ଅନ୍ୟ ପ୍ରାନ୍ତରେ ଏବେ ଆତଙ୍କବାଦୀ କାର୍ଯ୍ୟକଳାପ ଉପରେ ନିୟନ୍ତ୍ରଣ ରଖାଯାଇଛି । ଏହାସହ ମୋଦି କହିଛନ୍ତି ଯେ ୨୦୧୪ ପୂର୍ବରୁ ଶ୍ରୀଲଙ୍କା ଅନୁରୂପ ଅବସ୍ଥା ଭାରତର ଥିଲା । ମୁମ୍ବାଇ, ଦିଲ୍ଲୀ, ପୁଣେ, ଅଯୋଧ୍ୟା, କାଶୀରେ ସିରିଜ ବୋମା ବିସ୍ଫୋରଣ ହେଉଥିଲା । ଏବେ ପରିସ୍ଥିତି ସମ୍ପୂର୍ଣ୍ଣ ବଦଳିଛି । ଏବେ ଶତ୍ରୁ ଭାରତ ଆଡକୁ ଆଖି ଦେଖାଇବା ପାଇଁ ବାରମ୍ବାର ଭାବିବେ ବୋଲି କହିଛନ୍ତି ମୋଦି ।

ଏହାସହ ମହାରାଷ୍ଟ୍ରରେ ପୂର୍ବରୁ କଂଗ୍ରେସ-ଏସସିପି ମେଣ୍ଟକୁ କଡା ସମାଲୋଚନା କରିଛନ୍ତି । ପୂର୍ବରୁ ମୁମ୍ବାଇରେ ହୋଉଥିବା ଆତଙ୍କବାଦୀ ଆକ୍ରମଣରେ କଂଗ୍ରେସ-ଏନସିପି ସରକାର କଣ କରିଥିଲେ ବୋଲି ସେ ପ୍ରଶ୍ନ କରିବା ସହ କଟାକ୍ଷ ମଧ୍ୟ କରିଛନ୍ତି । ସେ କହିଛନ୍ତି ମେଣ୍ଟ କେବଳ ପାକିସ୍ତାନକୁ ଦୋଷ ଦେବାସହ ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଞ୍ଜଳି ସଭା କରି ଲୁହ ବୁହାଇବାରେ ବ୍ୟସ୍ତ ରହୁଥିଲା । କିନ୍ତୁ ଏବେ ଚୌକିଦାର ଡରପୋକ୍‌ ରୀତିନୀତିକୁ ପରିବର୍ତ୍ତନ କରିଛି । ଏବେ ଭାରତ ଆତଙ୍କବାଦୀଙ୍କ ଫ୍ୟାକ୍ଟ୍ରିରେ ପଶି ସେଗୁଡ଼ିକୁ ଧ୍ବସଂ କରୁଛି । ଆତଙ୍କବାଦୀ ଜାଣି ସାରିଲେଣି ଯେ ପାତାଳରେ ଲୁଚିଲେ ବି ସେମାନଙ୍କୁ ଖୋଜି ବାହାର କରି ନିପାତ କରିବ ।

Intro:Body:

ssdg

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.