ETV Bharat / bharat

ଅଯୋଧ୍ୟା ରାୟରେ ଅସନ୍ତୁଷ୍ଟ ଜଫରାୟବ ଜିଲାନୀ - ଅଯୋଧ୍ୟା ମାମଲା

ଅଯୋଧ୍ୟା ମାମଲାର ଆସିଥିବା ଚୂଡାନ୍ତ ରାୟରେ ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି ସୁନ୍ନୀ ୱାକଫ ବୋର୍ଡର ଓକିଲ ଜଫରାୟବ ଜିଲାନୀ।

ଅଯୋଧ୍ୟା ରାୟରେ ଅସନ୍ତୁଷ୍ଟ ଜଫରାୟବ ଜଲାନୀ
author img

By

Published : Nov 9, 2019, 12:02 PM IST

Updated : Nov 9, 2019, 12:27 PM IST

ନୂଆଦିଲ୍ଲୀ: ଅଯୋଧ୍ୟା ମାମଲାର ଆସିଥିବା ଚୂଡାନ୍ତ ରାୟ ଉପରେ ସନ୍ତୁଷ୍ଟ ନାହାଁନ୍ତି ସୁନ୍ନୀ ୱାକଫ ବୋର୍ଡର ଓକିଲ ଜଫରାୟବ ଜିଲାନୀ।ସୁପ୍ରିମକୋର୍ଟଙ୍କ ରାୟକୁ ସମ୍ମାନ ଜଣାଇବା ସହ ଏଥିରେ ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି ସେ ଏବଂ ଏହାର ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନକୁ ବିଚାରକୁ ନିଆଯିବ ବୋଲି କହିଛନ୍ତି ଜଫରାୟବ ଜିଲାନୀ। ସେ ଆହୁରି ମଧ୍ୟ କହିଛନ୍ତି,‘ଯଦି ଆମ କମିଟି ରାଜି ହୁଅନ୍ତି ତାହେଲେ ଆମେ ରିଭ୍ୟୁ ପିଟିସନ ଦାୟର କରିବୁ । ଏହା ଆମର ଅଧିକାର ଏବଂ ଏହା ସୁପ୍ରିମକୋର୍ଟଙ୍କ ନିୟମରେ ମଧ୍ୟ ଅଛି।’

ସୂଚନାଯୋଗ୍ୟ, ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଅଯୋଧ୍ୟା ମାମଲାର ଚୂଡାନ୍ତ ରାୟ ଶନିବାର ଶୁଣାଇଛନ୍ତି। ଯେଉଁଥିରେ ମୁସଲିମ ପକ୍ଷଙ୍କୁ ଅନ୍ୟତ୍ର ଜମି ଦେବାକୁ ସର୍ବୋଚ୍ଚ ଅଦାଲତ ଆଦେଶ ଦେଇଛନ୍ତି।

Intro:Body:

BLANK FOR LINK 

Conclusion:
Last Updated : Nov 9, 2019, 12:27 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.