ETV Bharat / bharat

ସୀମାବିବାଦର ସମାଧାନ ହୋଇନି, ଲଦାଖରେ ଚୀନକୁ ଜବାବ ଦେବାକୁ ତୟାର ସେନା: ରାଜନାଥ ସିଂହ

ପ୍ରତିରକ୍ଷାମନ୍ତ୍ରୀ କହିଛନ୍ତି ଯେ ଦୁଇ ଦେଶ ଶାନ୍ତିକୁ ନେଇ ସହମତ । ଶାନ୍ତପୂର୍ଣ୍ଣ ଆଲୋଚନାରେ ହିଁ ସମାଧାନର ରାସ୍ତା ବାହାରିବ । ତେବେ ଚୀନକୁ ଚେକ ଦେବାକୁ ଆମ ସେନା ତୟାର ଏବଂ ଚୀନର ବ୍ୟାପକ ସେନା ଏବଂ ଅସ୍ତ୍ରଶନ୍ତ୍ର ମୁତୟନର ଜବାବରେ ଆମେ ମଧ୍ୟ ସେନାଠୁ ଅସ୍ତ୍ର, ସବୁ ସୀମାରେ ଠୁଳ କରିଛୁ । ଅଧିକ ପଢନ୍ତୁ...

'ଭାରତର ଅଖଣ୍ଡତା ଏବଂ ସାର୍ବଭୌମତ୍ୱର ସୁରକ୍ଷା ପାଇଁ ଆମେ ସମ୍ପୂର୍ଣ୍ଣ ପ୍ରତିବଦ୍ଧ'

author img

By

Published : Sep 15, 2020, 4:37 PM IST

ନୂଆଦିଲ୍ଲୀ: ଭାରତ-ଚୀନ ସୀମା ବିବାଦକୁ ନେଇ ଲୋକସଭାରେ ବିବୃତ୍ତି ରଖିଛନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ । ସୀମା ବିବାଦ ଏକ ଗମ୍ଭୀର ସମସ୍ୟା ବୋଲି କହିଛନ୍ତି ରାଜନାଥ । ପ୍ରତିରକ୍ଷାମନ୍ତ୍ରୀ କହିଛନ୍ତି ଯେ ଦୁଇ ଦେଶ ଶାନ୍ତିକୁ ନେଇ ସହମତ । ଶାନ୍ତପୂର୍ଣ୍ଣ ଆଲୋଚନାରେ ହିଁ ସମାଧାନର ରାସ୍ତା ବାହାରିବ । ଚୀନ ଅନେକ ଥର ସୀମାରେ ସ୍ଥିତାବସ୍ଥା ବଦଳାଇବାକୁ ଏକପାଖିଆ ପ୍ରୟାସ କରିଥିବା ବେଳେ ଆମର ବୀର ଯବାନ ଚୀନ ସେନାର ଏହି ପ୍ରୟାସକୁ ବିଫଳ କରିଛନ୍ତି । ଗଲୱାନ ଘାଟିରେ ହୋଇଥିଲା ରକ୍ତାକ୍ତ ସଂଘର୍ଷରେ ଚୀନ ସେନାର ବ୍ୟାପକ କ୍ଷତି ହୋଇଥିବା ସୂଚନା ଦେଇଛନ୍ତି ରାଜନାଥ ।

'ଭାରତର ଅଖଣ୍ଡତା ଏବଂ ସାର୍ବଭୌମତ୍ୱର ସୁରକ୍ଷା ପାଇଁ ଆମେ ସମ୍ପୂର୍ଣ୍ଣ ପ୍ରତିବଦ୍ଧ'

କୌଣସି ବି ସ୍ଥିତିର ସମାଧାନ ପାଇଁ ପ୍ରସ୍ତୁତ-

ରାଜନାଥ ସିଂ କହିଛନ୍ତି ଯେ ଆମର ବୀର ଯବାନ ପ୍ରତ୍ୟେକ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ । ଆମେ ସେମାନଙ୍କ ସହିତ ଦୃଢ ଭାବରେ ଛିଡା ହୋଇଛିୁ | ସେ କହିଛନ୍ତି ଯେ ଜୁନ୍ 15 ରେ ଆମର ସୈନିକମାନେ ଚୀନ ଦ୍ବାରା ପୂର୍ବ ସ୍ଥିତି ପରିବର୍ତ୍ତନର ହୀନ ଚାଲକୁ ବିଫଳ କରିଦେଇଥିଲେ । ଏଥିରେ ଚୀନର ବ୍ୟାପକ କ୍ଷତି ହୋଇଛି । ଉଭୟ ଦେଶ ଏଲଏସିକୁ ସମ୍ମାନ ଦେବା ଉଚିତ ବୋଲି ରାଜନାଥ ନିଜ ବିବୃତ୍ତିରେ କହିଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲଦାଖ ଗସ୍ତରେ ଯାଇ ଯବାନଙ୍କୁ ଭେଟିଛନ୍ତି ଏବଂ ମୁଁ ମଧ୍ୟ ଲଦାଖକୁ ଯାଇ ଯବାନମାନଙ୍କ ସହିତ ସମୟ ଅତିବାହିତ କରିଛି ଓ ସେମାନଙ୍କ ଶକ୍ତି ଅନୁଭବ କରିଛି |

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଯେ କର୍ଣ୍ଣେଲ ସାନ୍ତୋଷ ବାବୁ ଏବଂ ତାଙ୍କ ସାଥି ଯବାନମାନେ ଦେଶ ପାଇଁ ସର୍ବୋଚ୍ଚ ବଳିଦାନ ଦେଇଛନ୍ତି । ଭାରତ ଏବଂ ଚୀନ ମଧ୍ୟରେ ସୀମା ବିବାଦ ଏପର୍ଯ୍ୟନ୍ତ ସମାଧାନ ହୋଇନାହିଁ । 1950 ଓ 1962 ପରେ ଉଭୟ ଦେଶ ସୀମା ପ୍ରସଙ୍ଗରେ ଆଲୋଚନା କରିଥିଲେ । ଚୀନ ଲଦାଖର କିଛି ଅଂଶ ଦଖଲ କରିସାରିଛି । ଚୀନ ହିମାଚଳ ପ୍ରଦେଶର ଲଦାଖର କିଛି ଅଂଶକୁ ନିଜର ବୋଲି ଦାବି କରିଛି ।

ରାଜନାଥ ସିଂ ସଂସଦରେ ବିବୃତ୍ତି ଦେଇଛନ୍ତି ଯେ 1988 ମସିହାରୁ ଚୀନ ସହ ସମ୍ପର୍କ ସୁଧୁରିଥିଲା, କିନ୍ତୁ 1993 ଚୁକ୍ତିନାମା ଅନୁଯାୟୀ ଉଭୟ ଦେଶ ସୀମାରେ ସୈନ୍ୟ ସଂଖ୍ୟା ହ୍ରାସ କରିବେ । 2003 ପର୍ଯ୍ୟନ୍ତ ଉଭୟ ଦେଶ ସୀମା ବିବାଦ ବିଷୟରେ ଆଲୋଚନା କରିଥିଲେ, କିନ୍ତୁ ଏହା ପରେ ଚୀନ ଏହାକୁ ଆଗକୁ ନେଇ ନଥିଲା । ସେବେଠାରୁ ଉତ୍ତେଜନା ଦେଖାଦେଇଥିବା ପ୍ରତିରକ୍ଷାମନ୍ତ୍ରୀ କହିଛନ୍ତି ।

'ଭାରତର ଅଖଣ୍ଡତା ଏବଂ ସାର୍ବଭୌମତ୍ୱର ସୁରକ୍ଷା ପାଇଁ ସମ୍ପୂର୍ଣ୍ଣ ପ୍ରତିବଦ୍ଧ'

ରାଜନାଥ ସିଂ କହିଛନ୍ତି ଯେ ବର୍ତ୍ତମାନ ସୀମା ଅଞ୍ଚଳର ସୈନିକମାନେ ଅଧିକ ସତର୍କ ରହିପାରିବେ ଏବଂ ଆବଶ୍ୟକ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ । ଆମ ସୀମାରେ ବିବାଦର ସମାଧାନ ପାଇଁ ଭାରତ ପ୍ରତିବଦ୍ଧ। ମୁଁ ଋଷ ଗସ୍ତ ସମୟରେ ଚୀନର ପ୍ରତିରକ୍ଷା ମନ୍ତ୍ରୀଙ୍କୁ ପରିସ୍ଥିତି ନେଇ ଅବଗତ କରାଇଛି । ମୁଁ ଏହା ମଧ୍ୟ କହିଛି ଯେ ଆମେ ଏହି ସମସ୍ୟାର ଶାନ୍ତିପୂର୍ଣ୍ଣ ଭାବରେ ସମାଧାନ କରିବାକୁ ଚାହୁଁଛୁ । ଆମେ ଏହା ମଧ୍ୟ ସ୍ପଷ୍ଟ କରିଛୁ ଯେ ଭାରତର ଅଖଣ୍ଡତା ଏବଂ ସାର୍ବଭୌମତ୍ବ ରକ୍ଷା କରିବାକୁ ଆମେ ସମ୍ପୂର୍ଣ୍ଣ ପ୍ରତିବଦ୍ଧ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.