ETV Bharat / bharat

ଆସାମରେ ଜଳ ପ୍ରଳୟ, ଦୁଃଖ ଦ୍ବିଗୁଣିତ କଲା ମେଘାଳୟ

ଆସାମରେ ଜାରି ରହିଛି ଜଳ ପ୍ରଳୟ । ଲୋକେ ନାନା ଅସୁବିଧାର ସମ୍ମୁଖିନ ହେଉଥିବା ବେଳେ ମେଘାଳୟରୁ ଜଳ ଆସି ନଦୀବନ୍ଧ ଭାଙ୍ଗି ଦେଇଛି । ଯାହା ଫଳରେ ହଜାର ହଜାର ଲୋକେ ଏବେ ଜଳମଗ୍ନ ଅବସ୍ଥାରେ ଅଛନ୍ତି ।

ଆସାମରେ ଜଳ ପ୍ରଳୟ, ଦୁଃଖକୁ ଦ୍ବିଗୁଣିତ କଲା ମେଘାଳୟ

author img

By

Published : Jul 20, 2020, 7:25 PM IST

ଗୌହାଟୀ: ଆସାମରେ ଜାରି ରହିଛି ଜଳ ପ୍ରଳୟ । ବନ୍ୟା ଜଳରେ ଭାସୁଛି ରାଜ୍ୟର ଅଧିକାଂଶ ଜିଲ୍ଲା । ଅନେକ ପ୍ରାଣ ହରାଇଥିବା ବେଳେ ଏବେବି ବାସ ହରାଇ ଭୋକ ଉପାସରେ ଦିନ କାଟୁଛନ୍ତି ଲୋକେ । ବନ୍ୟା ବିପନ୍ନଙ୍କ ଦୁଃଖକୁ ଆହୁରି ଦ୍ବିଗୁଣିତ କରିଛି ମେଘାଳୟରୁ ଭାସି ଆସୁଥିବା ପାଣି । ମେଘାଳୟରୁ ପାଣି ବୋହି ଆସି ନଦୀବନ୍ଧ ଭାଙ୍ଗି ଯାଇଛି ଫଳରେ ସମଗ୍ର ଗୋଲପାରା ଜିଲ୍ଲା ଏବେ ବନ୍ୟା ପାଣିରେ ଉବୁଟୁବୁ ହେଉଛି। ଫଳରେ ଲୋକଙ୍କୁ ନାନା ଅସୁବିଧା ଭୋଗିବାକୁ ପଡୁଛି ।

ଆସାମରେ ଜଳ ପ୍ରଳୟ, ଦୁଃଖକୁ ଦ୍ବିଗୁଣିତ କଲା ମେଘାଳୟ

ଗତ ରବିବାର ରାତିରେ ନଦୀବନ୍ଧ ଭାଙ୍ଗି ଯାଇଥିଲା । ଫଳରେ ହଜାର ହଜାର ପରିବାର ବେଘର ହୋଇଯାଇଛନ୍ତି ବାଧ୍ୟ ହୋଇ ସେମାନେ ଶିବିରରେ ରାତ୍ରି କାଟିଛନ୍ତି । ଖାଲି କଚ୍ଚା ଘର ନୁହେଁ ଛାତ ଘର ମଧ୍ୟ ବନ୍ୟାପାଣିରେ ଭାସି ଯାଇଛି । ଚାଷ ଜମିରେ ମାଡି ଯାଇଛି ବନ୍ୟାପାଣି । ଏନେଇ ସ୍ଥାନୀୟ ବାସିନ୍ଦା କୁହନ୍ତି, ଏହା ପ୍ରଥମ ଥର ନୁହେଁ ପୂର୍ବରୁ ମଧ୍ୟ ଏମିତି ନଦୀବନ୍ଧ ଭାଙ୍ଗି ଯାଇଥିଲା । ଆସାମ ସରକାର ଏହାର ସ୍ଥାୟୀ ପ୍ରତିକାର ଖୋଜିବା ଦରକାର ।

ସୂଚନା ଥାଉକି, ଆସାମରେ ଜାରି ରହିଛି ଜଳ ପ୍ରଳୟ । ଲକ୍ଷାଧିକ ଲୋକେ ଏବେ ଜଳ ଘେରରେ ଅଛନ୍ତି । ନା ଘର ଅଛି, ନା ଦ୍ବାର ନା ପିନ୍ଧିବାକୁ ଅଛି । ଏମିତି ଦୁଃଖ କଷ୍ଟରେ ଲୋକେ ସମୟ କାଟୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.