ETV Bharat / bharat

ବିହାରରେ ଉତ୍କଟ ବନ୍ୟା ପରସ୍ଥିତି, ହନ୍ତସନ୍ତ ଜନ ଜୀବନ - ବିହାରରେ ଉତ୍କଟ ବନ୍ୟା ପରସ୍ଥିତି

ଲଗାତାର ବର୍ଷା ହେତୁ ନଦୀରେ ଜଳ ସ୍ତର ବଢିବା ସହ 2017ରୁ ବିହାରସ୍ଥିତ ପରମାନ ନଦୀ ବନ୍ଧ ଭାଙ୍ଗିଥିବାରୁ ବନ୍ୟା ସମସ୍ୟା ଆହୁରି ଉତ୍କଟ ରୂପ ନେଉଛି । ଯାହା ଫଳରେ ବାରମ୍ବାର ବନ୍ୟା ସାମ୍ନା କରୁଛନ୍ତି ଲୋକେ । ଅଧିକ ପଢନ୍ତୁ...

ବିହାରରେ ଉତ୍କଟ ବନ୍ୟା ପରସ୍ଥିତି, ହନ୍ତସନ୍ତ ଜନ ଜୀବନ

author img

By

Published : Jun 27, 2020, 11:56 AM IST

ପାଟନା: ଗତ 5 ଦିନ ଧରି ଭାରତ ଏବଂ ନେପାଳରେ ଲଗାତାର ବର୍ଷା ଜାରି ରହିଛି। ଯେଉଁଥିପାଇଁ ଅନେକ ନଦୀରେ ଜଳ ସ୍ତର ବଢିବାରେ ଲାଗିଛି । ଏହି ପର୍ଯ୍ୟାୟରେ, ବିହାରରେ ଥିବା ପରମାନ ନଦୀରେ ମଧ୍ୟ ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଯେଉଁଥିପାଇଁ ଅରରିୟା ଜିଲ୍ଲା ସୀମାବର୍ତ୍ତୀ 12ଟି ଗାଁରେ ବନ୍ୟା ପାଣି ପ୍ରବେଶ କରିଛି ।

ବିହାରରେ ଉତ୍କଟ ବନ୍ୟା ପରସ୍ଥିତି, ହନ୍ତସନ୍ତ ଜନ ଜୀବନ
ବିହାରରେ ଉତ୍କଟ ବନ୍ୟା ପରସ୍ଥିତି, ହନ୍ତସନ୍ତ ଜନ ଜୀବନ

ପରମାନ ନଦୀର ଜଳ ସ୍ତର ବୃଦ୍ଧି ହେତୁ ଫାରବିସଗଞ୍ଜ ଗରହା ରାସ୍ତାରେ 3 ରୁ 4 ଫୁଟ ଉଚ୍ଚରେ ପାଣି ଜମି ରହିଛି । ଏହା ସହିତ କୋସି ନଦୀରେ ମଧ୍ୟ ଜଳସ୍ତର ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ପରମାନ ନଦୀର ଜଳ ସ୍ତର ବୃଦ୍ଧି ହେତୁ ଫାରବିସଗଞ୍ଜ, ଗଡହା, ହନ୍ସ କୋଶା, ଧମଦାହ, ପିପରା ଗଡହା, କୁଶମାହ, ରଙ୍ଗଢା, ରାନିଗଞ୍ଜ ପାଟରୀ, ମଧୁବନୀ ମଛୁଆ, ରମଇ ଆଦି ପଞ୍ଚାୟତରେ ବନ୍ୟା ପରିସ୍ଥିତି ଦେଖାଦେଇଛି।

ଚାଚରୀ ବ୍ରିଜ ସାହାଯ୍ୟରେ ଫାରବିସଗଞ୍ଜ କୁାର୍ସକାଣ୍ଟା ଡୁମ୍ରା ଡ୍ୟାମ ରାସ୍ତାର ଅନେକ ସ୍ଥାନରେ ପାଣି ଜମି ରହିଛି । ଗ୍ରାମାଞ୍ଚଳର ତଳିଆ ଅଞ୍ଚଳରେ ପାଣି ପ୍ରବେଶ କରିବାରେ ଲାଗିଛି । ଯାହାକୁ ନେଇ ବହୁ ସମସ୍ୟା ଭୋଗୁଛନ୍ତି ଲୋକେ । ଏନେଇ ଲୋକେ ଚାଚରୀ ବ୍ରିଜ ସାହାଯ୍ୟରେ ଯିବାଆସିବା କରୁଛନ୍ତି ।

ଗ୍ରାମବାସୀ କହିଛନ୍ତି ଯେ 2017 ରୁ ନଦୀର ବନ୍ଧ ଭାଙ୍ଗି ଯାଇଛି। ସେବେ ଠାରୁ ବନ୍ଧ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇନାହିଁ । ଯାହା ପରେ ଲୋକଙ୍କୁ ପ୍ରତିବର୍ଷ ବନ୍ୟା ପରିସ୍ଥିତିର ସାମ୍ନା କରିବାକୁ ପଡୁଛି । ସେ କହିଛନ୍ତି ଯେ, ଡିଏମ ସମେତ ଅଧିକାରୀମାନେ ଆସି 1 ମାସ ପୂର୍ବରୁ ଡ୍ୟାମ ଯାଞ୍ଚ କରିଥିଲେ। ଯାହା ପରେ ଖୁବ ଶୀଘ୍ର ଏକ ବନ୍ଧ ନିର୍ମାଣ କରିବାକୁ କୁହାଯାଇଥିଲା। କିନ୍ତୁ ଆଜି ପର୍ଯ୍ୟନ୍ତ ଏହାର କାର୍ଯ୍ୟ ଆରମ୍ଭ ହୋଇନାହିଁ ।

ପ୍ରତିବର୍ଷ ବନ୍ୟାରେ ବହୁ କ୍ଷୟକ୍ଷତି ହେଉଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ରିଲିଫ ପାଇଁ ସରକାର ଅନେକ ଘୋଷଣା କରିଛନ୍ତି। କିନ୍ତୁ ଅଧିକାରୀଙ୍କ ସହଭାଗିତା ହେତୁ ଲୋକଙ୍କ ନିକଟରେ ରିଲିଫ ପାଇଁ ଦିଆଯାଇଥିବା ଟଙ୍କା ପହଞ୍ଚି ପାରୁ ନାହିଁ। 3 ବର୍ଷ ଧରି ଏଠାରେ ବନ୍ୟା ପରିସ୍ଥିତି ଦେଖାଦେଉଛି ବୋଲି ଅଭିଯୋଗ ହୋଇଛି । ତଥାପି ଆଜି ପର୍ଯ୍ୟନ୍ତ ଲୋକମାନେ କ୍ଷତିପୂରଣ ପାଇନାହାଁନ୍ତି ।

ବିଜେପି ଫାରବିସଗଞ୍ଜ ବିଧାୟକ ମଞ୍ଚନ କେଶରୀ କହିଛନ୍ତି ଯେ ଆମେ ଜନସାଧାରଣଙ୍କୁ ସମସ୍ତ ସାହାଯ୍ୟ ପାଇଁ ପ୍ରସ୍ତୁତ। ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି 90ଟି ଡଙ୍ଗାର ବ୍ୟବସ୍ଥା କରାଯାଇଛି । ଅନେକ ପଞ୍ଚାୟତକୁ ଡଙ୍ଗା ପଠାଯାଇଛି ବୋଲି ବିଧାୟକ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.