ETV Bharat / bharat

କୃଷି ବିଲକୁ ଜୋରଦାର ବିରୋଧ; କୃଷିମନ୍ତ୍ରୀ କହିଲେ, ଚାଷୀଙ୍କ ଜୀବନରେ ଆସିବ ପରିବର୍ତ୍ତନ - Narendra Singh Tomar on farmer bill

କୃଷି ଅଧ୍ୟାଦେଶର ସକାରାତ୍ମକ ଦିଗ ଉପରେ ଆଲୋଚନା କରିଛନ୍ତି କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର । ଏହି ବିଲ୍ କୃଷିକୁ ଲାଭଦାୟକ କରିବାକୁ ଯାଉଛି ଏବଂ କୃଷକମାନେ ଏହା ଫଳରେ ସ୍ବାଧୀନତା ପାଇବେ । ଅଧିକ ପଢନ୍ତୁ...

କୃଷି ବିଲକୁ ବିରୋଧ ପରେ ସରକାରଙ୍କ ଆଶ୍ବାସନ; ତୋମର କହିଲେ, 'ଚାଷୀଙ୍କ ଜୀବନରେ ଆସିବ ପରିବର୍ତ୍ତନ'

author img

By

Published : Sep 17, 2020, 10:59 PM IST

ନୂଆଦିଲ୍ଲୀ: ସଂସଦରେ କୃଷି ସମ୍ପର୍କିତ ଅଧ୍ୟାଦେଶକୁ ନେଇ ହୋଇଛି ଜୋରଦାର ହଙ୍ଗାମା । କଂଗ୍ରେସ ସମେତ ଅନେକ ବିରୋଧୀ ଦଳ ଏହି ଅଧ୍ୟାଦେଶକୁ ବିରୋଧ କରିଛନ୍ତି । ଏପରିକି ବିଜେପିର ସହଯୋଗୀ ଶିରୋମଣି ଅକାଳୀ ଦଳ ପକ୍ଷରୁ ମୋଦି କ୍ୟାବିନେଟରେ ଖାଦ୍ୟ ଓ ପ୍ରକ୍ରିୟାକରଣ ମନ୍ତ୍ରୀ ଥିବା ହରସିମରତ କୌର ବାଦଲ ମଧ୍ୟ ଏହି ବିଲକୁ ବିରୋଧ କରି ନିଜ ପଦରୁ ଇସ୍ତଫା ଦେଇଛନ୍ତି । ହେଲେ ଅପର ପକ୍ଷରେ ଏହି ଅଧ୍ୟାଦେଶର ସକାରାତ୍ମକ ଦିଗ ଉପରେ ଆଲୋଚନା କରିଛନ୍ତି କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ।

କୃଷି ବିଲକୁ ବିରୋଧ ପରେ ସରକାରଙ୍କ ଆଶ୍ବାସନ; ତୋମର କହିଲେ, 'ଚାଷୀଙ୍କ ଜୀବନରେ ଆସିବ ପରିବର୍ତ୍ତନ'

କୃଷକ (ସଶକ୍ତିକରଣ ଏବଂ ସଂରକ୍ଷଣ) ମୂଲ୍ୟ ଆଶ୍ବାସନ ଅନୁବନ୍ଧ କୃଷି ସେବା ବିଧେୟକ, 2020କୁ ପରିବର୍ତ୍ତନକାରୀ ବୋଲି କହିଛନ୍ତି କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର । ମନ୍ତ୍ରୀ କହିଛନ୍ତି ଏହା ଚାଷୀମାନଙ୍କୁ ଉତ୍ପାଦର ଉଚିତ ମୂଲ୍ୟ ସୁନିଶ୍ଚିତ କରାଇବା ସହ ସେମାନେ ବ୍ୟକ୍ତିଗତ ବିନିଯୋଗ ଏବଂ ପ୍ରଯୁକ୍ତିବିଦ୍ୟାର ମଧ୍ୟ ଲାଭ ପାଇବେ ।

କୃଷି ମନ୍ତ୍ରୀ କହିଛନ୍ତି ଯେ ଏହି ବିଲ୍ କୃଷକକୁ ଲାଭ ପହଞ୍ଚାଇବାକୁ ଯାଉଛି ଏବଂ କୃଷକମାନେ ଏହା ଫଳରେ ସ୍ବାଧୀନତା ପାଇବେ। ଏହି ବିଲ୍ ଦ୍ବାରା ଚାଷୀମାନେ ସେମାନଙ୍କ ଉତ୍ପାଦକୁ ଯେକୌଣସି ସ୍ଥାନରେ ଯେକୌଣସି ବ୍ୟକ୍ତିଙ୍କୁ ବିକ୍ରୟ କରିବାର ଅଧିକାର ପାଇବେ | କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ ଏହ ଦ୍ବାରା ବେସରକାରୀ ପୁଞ୍ଜି ବିନିଯୋଗ ସହିତ ଗାଁରେ ରୋଜଗାର ବୃଦ୍ଧି ପାଇବ | ଭଲ ଫସଲ ପ୍ରତି ଚାଷୀ ଆକର୍ଷିତ ହେବେ | କୃଷି ରପ୍ତାନିରେ ବୃଦ୍ଧି ଘଟିବ |

ନରେନ୍ଦ୍ର ସିଂ ତୋମାର କହିଛନ୍ତି, ଚାଷୀ ତାଙ୍କ ଚାଷରୁ ଲାଭବାନ ହୋଇପାରିବେ । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ କୃଷି କ୍ଷେତ୍ରରେ ଯୋଜନାଗୁଡ଼ିକ ଜନ୍ମ ହୋଇଛି । କାହାକୁ ଦ୍ବନ୍ଦ୍ବରେ ପକାଇବା ଉଚିତ ନୁହେଁ | ଏମଏସପିରେ କୌଣସି ପରିବର୍ତ୍ତନ ଆସିବ ନାହିଁ ବରଂ ଏହା ଆଗକୁ ମଧ୍ୟ ଜାରି ରହିବ ବୋଲି ସେ ଆଶ୍ବାସନ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.