ହାଇଦ୍ରାବାଦ: ପ୍ଲାଷ୍ଟିକ ବର୍ଜ୍ୟବସ୍ତୁରୁ ପ୍ରସ୍ତୁତ ହେଉଛି ଇନ୍ଧନ । ଏକଥା ଆମେ କହୁନୁ ହାଇଦ୍ରାବାଦ ଜଣେ ଇଞ୍ଜିନିୟର ଏଭଳି ଦାବି କରିଛନ୍ତି । ସାରା ଦେଶ ପ୍ଲାଷ୍ଟିକ ବିରୋଧରେ ଲଢେଇ ଜାରି ରଖିଥିବାବେଳେ ସେମାନଙ୍କ ମଧ୍ୟରୁ ସତିଶ କୁମାର ଅନ୍ୟତମ । ଯିଏ କି ଇନ୍ଧନ ପ୍ରସ୍ତୁତି ପାଇଁ ବ୍ୟବହାର କରୁଛନ୍ତି ପ୍ଲାଷ୍ଟିକର ବର୍ଜ୍ୟବସ୍ତୁ । ଯାହାକି ପୁନଃ ବିନିଯୋଗ ହୋଇପାରିବ ନାହିଁ ।
3ଟି ଇଞ୍ଜିନିୟରିଂ ପକ୍ରିୟା ଦେଇ ପ୍ଲାଷ୍ଟିକରୁ ଇନ୍ଧନ ପ୍ରସ୍ତୁତ କରୁଛନ୍ତି ସତିଶ । ପ୍ରଥମେ ଭ୍ୟାକ୍ୟୁମ କଣ୍ଡିସନରେ ପ୍ଲାଷ୍ଟିକକୁ ଉତ୍ତପ୍ତ କରାଯାଏ । ଏହାପରେ ଡି-ପୋଲିମରାଇଜଟ ପରେ ଗ୍ୟାସିଫାଏଡ କରାଯାଏ । ଏଥିରୁ ହିଁ ଉତ୍ପନ୍ନ ହୁଏ ଡିଜେଲ, ବିମାନର ଇନ୍ଧନ ଓ ପେଟ୍ରୋଲ । ଉପରୋକ୍ତ 3ଟି ପ୍ରକ୍ରିୟାରେ ଦହନଶୀଳ ଉତ୍ତପ୍ତ ତରଳ ପଦାର୍ଥ ଉତ୍ପାଦନ ହୋଇଥାଏ । ଏହା ପ୍ଲାଷ୍ଟିକ ପାୟୋରିଲିସ ଠାରୁ ଭିନ୍ନ । ଏପରିକି ଏହି ପ୍ରକ୍ରିୟାରେ କୌଣସି ବର୍ଜ୍ୟବସ୍ତୁ ନିର୍ଗତ ହୋଇନଥାଏ । ଏହି ପ୍ରକ୍ରିୟାରେ ଉତ୍ପନ୍ନ ଗ୍ୟାସକୁ ଜେନେରେଟରରେ ବ୍ୟବହାର କରାଯିବା ସହ ନିର୍ଗତ ବର୍ଜ୍ୟବସ୍ତୁ କ୍ଷେତରେ ବ୍ୟବହାର କରାଯାଇଥାଏ ।
ପ୍ଲାଷ୍ଟିକ ବିନା ଜୀବନ ପରିକଳ୍ପନା କରିବା ଅସମ୍ଭବ ହୋଇପଡିଛି । ମାର୍କେଟିଂ ହେଉ ଅବା ଚିକିତ୍ସା କ୍ଷେତ୍ର ସବୁଠି ପ୍ଲାଷ୍ଟିକର ଅବଶ୍ୟକତା ରହିଛି । ଏପରିକି ଆମେ ପିନ୍ଧୁଥିବା 80 ପ୍ରତିଶତ କପଡା ପ୍ଲାଷ୍ଟିକରୁ ତିଆରି । କିନ୍ତୁ ଏସବୁଠୁ ଭିନ୍ନ ସତିଶ୍ । ସେ ପ୍ଲାଷ୍ଟିକ ବ୍ୟବହାର କରୁନଥିବା ବେଳେ ଅନ୍ୟମାନଙ୍କୁ ମଧ୍ୟ ପ୍ଲାଷ୍ଟିକ ଆବଶ୍ୟକ ସ୍ଥଳେ ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି ।
ସେପଟେ ପ୍ଲାଷ୍ଟିକ ବିରୋଧରେ ସରକାର ଦୃଢ ଆଇନ ଆଣିବା ସହ ଜୋରିମାନା ଆଦାୟ ପାଇଁ ଦାବି କରିଛନ୍ତି ସତିଶ୍ । ଯାହାଦ୍ବାରା ଲୋକେ ପ୍ଲାଷ୍ଟିକ ବ୍ୟବହାର କମ୍ କରିବା ସହ ଏହା ଉପରେ ଚିନ୍ତା କରିବେ । ଆବର୍ଜନା କେବଳ 5 ପ୍ରକାରର ତାହା ହେଉଛି, କାଚ, ଧାତୁ, କାଗଜ, ପ୍ଲାଷ୍ଟିକ ଓ ଜୈବିକ ଅବିଶିଷ୍ଟ । ଯାହାକୁ ଆମେ ନିଜସ୍ବ ଉଦ୍ୟମରେ ଶେଷ କରି ପାରିବା । ଭାରତ ଏକ ପ୍ଲାଷ୍ଟିକ ମୁକ୍ତ ଦେଶ ହୋଇପାରିବ ଯଦି ଆମେ ସଠିକ୍ ଭାବେ ଲୋକଙ୍କୁ ସଚେତନତା କରି ପାରିବା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ