ନୂଆଦିଲ୍ଲୀ: ନାସା ପ୍ରସ୍ତୁତ କରୁଥିବା ଚଳନ୍ତା ଓ କଥାକୁହା କମ୍ପ୍ୟୁଟର ନିର୍ମାଣରେ ସଂସ୍କୃତ ଭାଷାର ଅବଦାନ ରହିଛି । ଏହାକୁ ସଂସ୍ଥା ସ୍ବୀକାର କରିଥିବା କଥା ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ପ୍ରକାଶ କରିଛନ୍ତି ।
ସଂସ୍କୃତ ପାଇଁ ହିଁ ନାସା ନିଜର ବହୁମୁଖୀ କମ୍ପ୍ୟୁଟର ବିକାଶ କରାଇପାରିଛି । ଏହା ନାସା ସ୍ପଷ୍ଟ କରିଛି । ସଂସ୍କୃତ ଏକ ବୈଜ୍ଞାନିକ ଭାଷା ହୋଇଥିବାରୁ ଏହାକୁ ଯେପରି ପ୍ରକାଶ କରାଯାଏ, ସେହିପରି ମଧ୍ୟ ଲେଖାଯାଇପାରେ ବୋଲି ନାସା ପ୍ରକାଶ କରିଛି ।