ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ ବିରୋଧରେ ଜାମିଆ ୟୁନିଭରସିଟି ଓ ଜାମିଆ ନଗରରେ ପ୍ରଦର୍ଶନ ସମୟର କିଛି ଭିଡିଓ ଏବେ ସାମନାକୁ ଆସିଛି । କିପରି ପ୍ରଦର୍ଶନକାରୀମାନେ ଏକ ମୋଟରସାଇକେଲ ଓ ବସକୁ ନିଆଁ ଲଗାଉଛନ୍ତି ତାହା ଏହି ଭିଡିଓରେ ଦେଖିବାକୁ ମିଳିଛି । ଡିସେମ୍ବର 15ରେ ହୋଇଥିବା ପ୍ରଦର୍ଶନର ହିଂସାତ୍ମକ ରୂପକୁ ଦର୍ଶାଉଛି ଏହି ଭିଡିଓ ।
ଦିଲ୍ଲୀ ପୋଲିସର କହିବାନୁଯାୟୀ ସିସିଟିଭି ଭିଡିଓରୁ ଏହା ଜଣାପଡିଛି ଯେ ଆନ୍ଦୋଳନକାରୀମାନେ ମଟରସାଇକେଲରୁ ପେଟ୍ରୋଲ କାଢୁଛନ୍ତି ଓ ପରେ ଏକ ବସରେ ନିଆଁ ଲଗାଉଛନ୍ତି । ଏଠାରେ କହି ରଖୁଛୁ ଯେ, ଜାମିଆ ୟୁନିଭରସିଟି ଓ ଜାମିଆ ନଗରରେ ପ୍ରଦର୍ଶନକୁ ନିୟନ୍ତ୍ରଣ କରିବାବେଳେ ପୋଲିସ ଉପରେ ବର୍ବରତା ଦେଖାଉଥିବାର ଆରୋପ ଲାଗିଥିଲା । ୟୁନିଭରସିଟି ଲାଇବ୍ରେରୀ ଭିତରେ ପ୍ରେବଶ କରି ଛାତ୍ରଙ୍କୁ ମାରିବା ଓ ତାଙ୍କ ଉପରେ ଆକ୍ସନ ନେବାକୁ ନେଇ ପୋଲିସକୁ କଡା ନିନ୍ଦା କରାଯାଇଥିଲା ।