ETV Bharat / bharat

ସାଧାରଣ ଲୋକଙ୍କଠୁ ସେଲିବ୍ରିଟି, ସୋସିଆଲ ମିଡିଆରେ ଗହଳି - କୋରୋନା ଭାଇରସ

ସାଧାରଣ ଲୋକଙ୍କଠାରୁ ସେଲିବ୍ରିଟି । ସୋସିଆଲ ମିଡିଆ ଏବେ ସମସ୍ତଙ୍କ ପ୍ରଥମ ପସନ୍ଦ ପାଲଟିଛି । ଅଧିକ ପଢନ୍ତୁ...

ସାଧାରଣ ଲୋକଙ୍କଠୁ ସେଲିବ୍ରିଟି, ସୋସିଆଲ ମିଡିଆରେ ଗହଳି

author img

By

Published : Apr 11, 2020, 7:04 AM IST

ହାଇଦ୍ରାବାଦ: ଲକଡାଉନ ସମୟ । ଅଫିସ କିମ୍ବା କାମର ଚାପ ନାହିଁ । ପୁଣି କର୍ମବ୍ୟସ୍ତ ଜୀବନରେ ପରିବାର ଲୋକଙ୍କ ସହ ହସଖୁସିରେ କଟୁଛି ସମୟ । ଏହାର ଫାଇଦା ଉଠାଇ ଲୋକେ ବିଭିନ୍ନ ପ୍ରକାର ମଜାଦାର ଓ କୌତୁକିଆ ଭିଡିଓ ବନାଉଛନ୍ତି । ଆଉ ଏହାକୁ ଫେସବୁକ, ଟ୍ବିଟର, ଇନଷ୍ଟାଗ୍ରାମରେ ପୋଷ୍ଟ କରିଦେଉଛନ୍ତି । ଯାହା ମଧ୍ୟ ଖୁବ ଭାଇରାଲ ହେଉଛି ।

ସାଧାରଣ ଲୋକଙ୍କଠାରୁ ସେଲିବ୍ରିଟି । ସୋସିଆଲ ମିଡିଆ ଏବେ ସମସ୍ତଙ୍କ ପ୍ରଥମ ପସନ୍ଦ ପାଲଟିଛି । ଏପରିକି ଯେଉଁ ଷ୍ଟାରଙ୍କୁ ଆମେ ସେଠାରେ କେବେ ଦେଖିନାହୁଁ ସେମାନେ ସେଠାରେ ଏବେ ବିଭିନ୍ନ ଭିଡିଓ ବନାଉଛନ୍ତି । ଫେସବୁକ, ହ୍ବାଟ୍ସ ଆପ, ଇନଷ୍ଟାଗ୍ରାମ, ଟିକଟକ ସବୁରେ ଏବେ ଲାଗିଛି ଗହଳି । ଲକଡାଉନରେ ଏମାନଙ୍କର ଚାହିଦା ବଢିଯାଇଛି । ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଅନେକ ଫନି ଓ ମଜାଦାର ଭିଡିଓ ।

କିଛି ଲୋକ କୋଭିଡ ଭୂତାଣୁକୁ ନେଇ ମଜାଦାର ଡିସ ଓ ସ୍ନାକ୍ସ ପ୍ରସ୍ତୁତ କରୁଛନ୍ତି । ନୂଆ ନୂଆ ଖାନା ତିଆରିରେ ରୁଚି ରଖୁଥିବା ଲୋକଙ୍କ ପାଇଁ ଏହା ଏକ କ୍ରିଏଟିଭିଟି ପାଲଟିଛି । ଭଜା, ପକୁଡି, ମିଠା ପ୍ରଭୃତିକୁ କୋରୋନା ଭାଇରସର ଲୁକ ଦେଇ ତିଆରି କରୁଛନ୍ତି ଯାହା ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଆଉ କିଛି ଲୋକ ଏହି ସମୟ ନିଜ ପୋଷା କୁକୁର କିମ୍ବା ବିଲେଇଙ୍କ ସହ କାଟୁଛନ୍ତି । ସେମାନଙ୍କ ସହ ସେଲ୍ଫି ନେବା ଓ ବିଭିନ୍ନ ଖେଳଣା ଦେଖାଇ ତାଙ୍କୁ ଡରାଇବା ସହ ଏହାର ମଜା ଉଠାଉଛନ୍ତି ।

ଲକଡାଉନବେଳେ ଯାହା ଖୁବ ଭାଇରାଲ ହୋଇଛି ତାହା ହେଉଛି ମିମ୍ସ । ଲୋକେ ଭୂତାଣୁ ଓ ଲକଡାଉନକୁ ନେଇ ମିମ୍ସ ତିଆରି କରିଛନ୍ତି । ସେହିପରି ଏବେ ଭାଇରାଲ ହେଉଛି କ୍ବାରେଣ୍ଟାଇନ ଚ୍ୟାଲେଞ୍ଜ । କିଏ ଫଟୋ ଚ୍ୟାଲେଞ୍ଜ ତ କିଏ ଆଇକ୍ୟୁ ଟେଷ୍ଟ ଚ୍ୟାଲେଞ୍ଜ ଦେଉଛି । ଏହାସହ ଯାହାର ବର୍ଥ ଡେ ଆଗକୁ ଆସୁଛି ସେ ଲୋକଙ୍କୁ ଘରେ କିପରି ସେଲିବ୍ରେସନ କରିବ ତାହାର ଟିପ୍ସ ମାଗୁଛି । କିଏ ପିଲାଙ୍କ ସହ ଖେଳିବାର ଭିଡିଓ ବନାଇ ଛାଡୁଛି । ସେହିପରି ଟିକଟକ, ହାଲୋ ଭଳି ଆପରେ ଲୋକ ନିଜ ଗୀତ, ଡାନ୍ସ, ଆକ୍ଟିଂର ପ୍ରତିଭା ଦେଖାଉଛନ୍ତି ।

source- social media

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.