ETV Bharat / bharat

ୟୁପିରେ ଗାଁ ଓ ସହରକୁ ସାନିଟାଇଜ କରିବ ଦମକଳ ଗାଡି: ସିଏମ ଯୋଗୀ - କୋରୋନା ଭାଇରସ

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ ପ୍ରତ୍ୟେକ ଗ୍ରାମକୁ ଭାଇରସ୍ ମୁକ୍ତ ପାଇଁ ଏବେ ଅଗ୍ନିଶମ ବିଭାଗର ଗାଡିର କାମ କରିବ । ଅଗ୍ନିଶମ ବିଭାଗ ଗାଡିରେ ଗ୍ରାମ ଓ ସହର ଗୁଡିକୁ ସାନିଟାଇଜ କରାଯିବ । ଅଧିକ ପଢନ୍ତୁ...

ଫାଇଲ ଫଟୋ
ଫାଇଲ ଫଟୋ
author img

By

Published : Apr 8, 2020, 10:56 PM IST

ଲକ୍ଷ୍ନୌ: ଦେଶରେ କୋରୋନା ପାଇଁ 21 ଦିନିଆ ଲକଡାଉନ ଅବଧି ସରିବା ଉପରେ । ଏବେ କୋରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ନାନାଦି ଉପାୟ ଅବଲମ୍ବନ କରାଯାଉଛି । ଏପରିସ୍ଥଳେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ ପ୍ରତ୍ୟେକ ଗ୍ରାମକୁ ଭାଇରସ୍ ମୁକ୍ତ କରିବା ପାଇଁ ଏବେ ଅଗ୍ନିଶମ ବିଭାଗର ଗାଡିର କାମ କରିବ । ଅଗ୍ନିଶମ ବିଭାଗ ଗାଡିରେ ଗ୍ରାମ ଓ ସହର ଗୁଡିକୁ ସାନିଟାଇଜ କରାଯିବ ।

ବୁଧବାର ଦିନ ମୁଖ୍ୟମନ୍ତ୍ରୀ ଯୋଗୀ ତାଙ୍କ ବାସଭବନ 5, କାଲିଡାସ୍ ମାର୍ଗରୁ ରାଜ୍ୟର 66 ଟି ତହସିଲ ପାଇଁ ଅଗ୍ନିଶମ ଗାଡିକୁ ସବୁଜ ପତାକା ଦେଖାଇ ଉନ୍ମୋଚନ କରିଛନ୍ତି । ଏହି ଫାୟାର ଇଞ୍ଜିନ୍ ଗୁଡିକ ରାଜ୍ୟରେ ପରିମଳ ପାଇଁ ବ୍ୟବହୃତ ହେବ ।

ସେ କହିଛନ୍ତି, 10 ଦିନ ପୂର୍ବେ ପୋଲିସ ମହାନିର୍ଦ୍ଦେଶକ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ (ଗୃହ) ଏହା ବିଷୟରେ କହିଥିଲେ ଯେ ଯଦି ଆମେ ଅଗ୍ନିଶମ ବାହିନୀର ଗାଡିକୁ ପରିମଳ ପାଇଁ ବ୍ୟବହାର କରିପାରିବା, ତେବେ ଠିକ୍ ସମୟରେ ଆମେ ପ୍ରତ୍ୟେକ ଗ୍ରାମ ଏବଂ ସହର ସଂପୂର୍ଣ୍ଣ ଭାବେ ସାନିଟାଇଜ ହୋଇ ଭାଇରସ ମୁକ୍ତ ହୋଇଯିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.