ETV Bharat / bharat

ଦାନ୍ତେଓ୍ବାଡାରେ ମାଓବାଦୀଙ୍କ ଆକ୍ରମଣ, 10 ଗ୍ରାମବାସୀ ଆହତ - ମାଓବାଦୀଙ୍କ ଆକ୍ରମଣ

ଛତିଶଗଡର ଦାନ୍ତେଓ୍ବାଡା ଜିଲ୍ଲାରେ ମାଓବାଦୀଙ୍କ ମାଡରେ 5 ଜଣ ମହିଳା ଏବଂ ଶିଶୁଙ୍କ ସମେତ ମୋଟ 10 ଜଣ ଆହତ ହୋଇଥିବା ସୂଚନା ଦେଇଛି ପୋଲିସ । ଅଧିକ ପଢନ୍ତୁ...

ଦାନ୍ତେଓ୍ବାଡାରେ ମାଓବାଦୀଙ୍କ ଆକ୍ରମଣ, 10 ଗ୍ରାମବାସୀ ଆହତ

author img

By

Published : Aug 20, 2020, 7:45 PM IST

ରାୟପୁର: ଗାଁରେ ସରକାରଙ୍କ ବିକାଶମୂଳକ କାର୍ଯ୍ୟକୁ ସମର୍ଥନ କରିବାରୁ ଗ୍ରାମବାସୀଙ୍କୁ ଅମାନବୀୟ ଭାବରେ ମାଡ ମାରିଛନ୍ତି ମାଓବାଦୀ । ଛତିଶଗଡର ଦାନ୍ତେଓ୍ବାଡା ଜିଲ୍ଲାରେ ଘଟିଛି ଏପରି ଘଟଣା । ମାଓବାଦୀଙ୍କ ମାଡରେ 5 ଜଣ ମହିଳା ଏବଂ ଶିଶୁଙ୍କ ସମେତ ମୋଟ 10 ଜଣ ଆହତ ହୋଇଥିବା ସୂଚନା ଦେଇଛି ପୋଲିସ ।

ବୁଧବାର ରାତିରେ କାଟେକଲ୍ୟାଣ ଥାନା ଅନ୍ତର୍ଗତ ଚିକପାଲ ଗାଁରେ 25 ରୁ 30 ଜଣ ସଶସ୍ତ୍ର ମାଓବାଦୀ 20 ରୁ ଅଧିକ ଗ୍ରାମବାସୀଙ୍କୁ ବନ୍ଧୁକ ଓ ଲାଠିରେ ଆକ୍ରମଣ କରିଥିଲେ ବୋଲି ଦାନ୍ତେଓ୍ବାଡା ପୋଲିସ ଅଧୀକ୍ଷକ ଅଭିଷେକ ପଲ୍ଲଭ ସୂଚନା ଦେଇଛନ୍ତି । ଗତ ମାସରେ ଜିଲ୍ଲାପାଳ ଏହି ଗାଁ ପରିଦର୍ଶନ କରି ସେଠାରେ ବିକାଶମୂଳକ କାର୍ଯ୍ୟ କରିବାକୁ ପ୍ରତିଶୃତି ଦେଇଥିଲେ ବୋଲି ଏସପି କହିଛନ୍ତି।

ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଦାନ୍ତେଓ୍ବାଡା ସ୍ଥିତ ଏହି ଗାଁର ମହିଳାମାନେ ସ୍ବୟଂ ସହାୟକ ଗୋଷ୍ଠୀ କରିଥିଲେ । ତେବେ ଗାଁରେ ବିଭିନ୍ନ କାର୍ଯ୍ୟ କରିବା ପାଇଁ ସେମାନଙ୍କୁ ଅର୍ଥ ପ୍ରଦାନ କରାଯାଇଥିଲା ।

ଚିକପାଲର 10 ଜଣ ମହିଳାଙ୍କ ଏହି ଗୋଷ୍ଠୀ ସ୍ଥାନୀୟ ଅଙ୍ଗନୱାଡି କେନ୍ଦ୍ରରେ ପିଲାମାନଙ୍କୁ ଦିଆଯାଉଥିବା ଖାଦ୍ୟର ପରିଚାଳନା ଦାୟିତ୍ବର ତଦାରଖ କରୁଥିଲେ ।

ଚିକପାଲର ବାସିନ୍ଦାମାନେ ଅଗଷ୍ଟ 15ରେ ମଧ୍ୟ ମାଓପ୍ରବଣ ଅଞ୍ଚଳ ସ୍ଥିତ ମାର୍ଜୁମ୍ ଗାଁରେ ସ୍ବାଧୀନତା ଦିବସ ଉତ୍ସବରେ ଅଂଶଗ୍ରହଣ କରିଥିଲେ । ତେବେ ଦୀର୍ଘ 30 ବର୍ଷ ପରେ ଏଠାରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା ।

ଏହି କାର୍ଯ୍ୟକଳାପ ବିଷୟରେ ଜାଣିବା ପରେ ମାଓବାଦୀମାନେ 20 ରୁ ଅଧିକ ଗ୍ରାମବାସୀଙ୍କୁ ଆକ୍ରମଣ କରିଥିଲେ । ସେମାନଙ୍କ ମଧ୍ୟରୁ 10 ଜଣ ଆହତ ହୋଇ ସ୍ଥାନୀୟ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି ବୋଲି ଅଧିକାରୀ କହିଛନ୍ତି। ଏ ବାବଦରେ ଏକ ମାମଲା ରୁଜୁ ହୋଇଛି ଏବଂ ମାଓବାଦୀଙ୍କୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନ ଚାଲିଛି ବୋଲି ସେ କହିଛନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.