ETV Bharat / bharat

ଲକଡାଉନ: ବଳଦର ଅନ୍ତିମ ସଂସ୍କାରରେ 2000 ଲୋକ ସାମିଲ

author img

By

Published : Apr 17, 2020, 4:10 PM IST

ଜାଲିକାଟ୍ଟୁରେ ସାମିଲ ବଳଦର ମୃତ୍ୟୁ ପରେ ଏକାଠି ହେଲେ ଗାଁ ଲୋକେ । ଆଉ ଅନ୍ତିମ ସଂସ୍କାରରେ ପ୍ରାୟ 2000 ଲୋକ ଏକତ୍ରିତ ହୋଇ ଲକଡାଉନର ନିୟମ ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ 7 ଜଣଙ୍କୁ ଗିରଫ କରାଯାଇଛି । ସମ୍ପୂର୍ଣ୍ଣ ଖବର ପଢନ୍ତୁ...

ନିୟମକୁ ଫୁ, ଜାଲିକାଟ୍ଟୁରେ ଅଂଶଗ୍ରହଣ କରୁଥିବା ବଳଦର ଅନ୍ତିମ ସଂସ୍କାରରେ 2000 ଲୋକ ହେଲେ ସାମିଲ

ଥିରୁଅନନ୍ତପୂରମ: ପ୍ରସିଦ୍ଧ ଜାଲିକାଟ୍ଟୁ ପର୍ବରେ ସାମିଲ ହେଉଥିବା ବଳଦର ଅନ୍ତିମ ସଂସ୍କାରରେ ସାମିଲ ହୋଇଛନ୍ତି 2000 ଲୋକ । ଲକଡାଉନରେ ସାମାଜିକ ଦୂରତା ବଜାୟ ରଖିବାକୁ ବାରମ୍ବାର ଅନୁୋରଧ କରାଯାଉଥିଲେ ସୁଦ୍ଧା ଏହାକୁ ମାନୁନାହାନ୍ତି ଲୋକେ । ଯାହାକୁ ନେଇ ପୋଲିସ 7 ଜଣଙ୍କୁ ଗିରଫ କରିଥିବା ବେଳେ ତଦନ୍ତ ଜାରି ରଖିଥିବା ଜଣାପଡିଛି ।

ସୂଚନାନୁଯାୟୀ, ତାମିଲନାଡୁରେ ପ୍ରସିଦ୍ଧ ଜାଲିକାଟ୍ଟୁ ରେ ଅଂଶ ଗ୍ରହଣ କରୁଥିବା ବଳଦକୁ ଖୁବ ସମ୍ମାନ ଦିଆଯାଇଥାଏ । ତେବେ ନିକଟରେ ଗୋଟିଏ ବଳଦର ମୃତ୍ୟୁ ହୋଇଛି । ଆଉ ବଳଦର ଅନ୍ତିମ ସଂସ୍କାରରେ ପ୍ରାୟ 2000 ଲୋକ ସାମିଲ ହୋଇଛନ୍ତି । ଗାଁ ଲୋକଙ୍କ କହିବାନୁଯାୟୀ ସେଠାରେ ଏପର୍ଯ୍ୟନ୍ତ ଗୋଟିଏ ବି କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି । ସେଥିପାଇଁ ସମସ୍ତେ ଏକତ୍ରିତ ହେବାରେ କିଛି ଅସୁବିଧା ନାହିଁ । ହେଲେ ଏହା ବିଷୟରେ ସ୍ଥାନୀୟ ପୋଲିସ ଅର୍ଥାତ ଜଣେ ପୋଲିସ ଇନସ୍ପେକ୍ଟର ଓ ଜଣେ କନେଷ୍ଟବଳ ମଧ୍ୟ ଅବଗତ ଥିଲେ । ହେଲେ ସେମାନେ ଏବିଷୟରେ ବରିଷ୍ଠ ଅଧିକାରୀଙ୍କୁ ଜଣାଇନଥିଲେ ।

ଏନେଇ ସେହି ଦୁଇ ପୋଲିସ ଅଧିକାରୀଙ୍କୁ ଟ୍ରାନ୍ସଫର କରାଯିବା ସହ ତାଙ୍କ ବିରୋଧରେ ତଦନ୍ତ କରାଯାଉଛି । ଅନ୍ତିମ ସଂସ୍କାରର ଭିଡିଓ ସୋସିଆଲ ମିଡିଆରେ ସେୟାର ହେବା ପରେ ପ୍ଲାଟଫର୍ମରେ ଏହି ଘଟଣା ସାମ୍ନାକୁ ଆସିଥିଲା । ଏଥିରେ 7 ଜଣଙ୍କୁ ଗିରଫ କରାଯାଇ ତଦନ୍ତ ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.