ହାଇଦ୍ରାବାଦ: ବାତ୍ୟା ନିଭାର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହେଲା । ଭୟଙ୍କର ବାତ୍ୟାର ରୂପ ନେଇ ସମୁଦ୍ରକୂଳ ଆଡକୁ ମାଡିଆସୁଛି ବାତ୍ୟା 'ନିଭାର' । ବର୍ତ୍ତମାନ ଲ୍ୟାଣ୍ଡଫଳ ସ୍ଥଳରୁ 50 କିମି ଦୂରରେ ରହିଛି ବତ୍ୟା ନିଭାର । ଏ ନେଇ ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗ ।
ଭୟଙ୍କର ବାତ୍ୟା ନିଭାର ବର୍ତ୍ତମାନ କୁଡାଲୋରର ପ୍ରାୟ 50 କିଲୋମିଟର ପୂର୍ବ-ଦକ୍ଷିଣ ପୂର୍ବରେ, ପୁଡୁଚେରୀରୁ ପୁଡୁଚେରୀର ପ୍ରାୟ 40 କିଲୋମିଟର ପୂର୍ବ-ପୂର୍ବରେ ଅବସ୍ଥିତି ରହିଛି | ବର୍ତ୍ତମାନ ଲ୍ୟାଣ୍ଡଫଳ ପ୍ରକ୍ରିୟା ଆରମ୍ଭ ହୋଇଛି । ଆଗାମୀ 3 ଘଣ୍ଟା ମଧ୍ୟରେ ବାତ୍ୟା ନିଭାର ପୁଡୁଚେରୀ ନିକଟରେ ଉପକୂଳ ଅତିକ୍ରମ କରିବାକୁ ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ । ଘଣ୍ଟାକୁ ଏହା 120-130 ରୁ 145 ପର୍ଯ୍ୟନ୍ତ ବେଗରେ ପବନ ବହିବା ଆଶଙ୍କା କରାଯାଉଛି ।
ବାତ୍ୟାର ଭୟଙ୍କର ରୂପକୁ ପୂର୍ବ ସୂଚନା ଅନୁଯାୟୀ ମମଲ୍ଲାପୁର ଓ କରାଇକୋଲ ମଧ୍ୟରେ ସ୍ଥଳଭାଗ ଛୁଇଁବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ତେବେ ଲ୍ୟାଣ୍ଡଫଲ ପୂର୍ବରୁ ସୁରକ୍ଷା ଦୃଷ୍ଟିରୁ ତାମିଲନାଡୁରୁ ପାଖାପାଖି ଲକ୍ଷେ ଓ ପୁଡୁଚେରୀରୁ 1000 ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବା ଏନଡିଆରଏଫ ଡିଜି ଏସଏନ ପ୍ରଧାନ ସୂଚନା ଦେଇଛନ୍ତି ।
ତାମିଲନାଡୁ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବିଭାଗ ଜାରୀ କଲା ପାଣିପାଗ ସତର୍କ ସୂଚନା
ବାତ୍ୟା ନିଭାର ଲ୍ୟାଣ୍ଡଫଲ ପ୍ରକ୍ରିୟା ଜାରୀ ରହିଛି । ଆଗାମୀ ତିନି ଘଣ୍ଟାରେ ରାଜ୍ୟରେ ଉପକୂଳବର୍ତ୍ତୀ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ଜାରୀ କଲା ତାମିଲନାଡୁ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବିଭାଗ ଜାରୀ କରିଛି ସତର୍କ ସୂଚନା ।
-
#NivarCycloneUpdate: Tamil Nadu State Disaster Mgmt Authority issues severe weather warning for the state.
— ANI (@ANI) November 25, 2020 " class="align-text-top noRightClick twitterSection" data="
Severe thunderstorm with heavy rain likely to occur over Thiruvannamalai, Cuddalore, Kallakurichy & Viluppuram districts of Tamil Nadu & Puducherry area within next 3 hrs. pic.twitter.com/K7pCNoUItg
">#NivarCycloneUpdate: Tamil Nadu State Disaster Mgmt Authority issues severe weather warning for the state.
— ANI (@ANI) November 25, 2020
Severe thunderstorm with heavy rain likely to occur over Thiruvannamalai, Cuddalore, Kallakurichy & Viluppuram districts of Tamil Nadu & Puducherry area within next 3 hrs. pic.twitter.com/K7pCNoUItg#NivarCycloneUpdate: Tamil Nadu State Disaster Mgmt Authority issues severe weather warning for the state.
— ANI (@ANI) November 25, 2020
Severe thunderstorm with heavy rain likely to occur over Thiruvannamalai, Cuddalore, Kallakurichy & Viluppuram districts of Tamil Nadu & Puducherry area within next 3 hrs. pic.twitter.com/K7pCNoUItg
ପ୍ରବଳ ବର୍ଷା ନେଇ ବିଷେଶ କରି ଉପକୂଳବର୍ତ୍ତୀ ଜିଲ୍ଲା ତିରୁଭନ୍ନାମଲ୍ଲାଇ,କୋର୍ଡଲୋର, କାଲ୍ଲାକୁରଚି ଓ ବିଲ୍ଲୁପୁରମ ଜିଲ୍ଲା ଗୁଡିକୁ ଘୋଷଣା କରାଯାଇଛି ,ସେହିପରି ପୁଡୁଚେରୀରେ ମଧ୍ୟ ଆଗାମୀ ତିନି ଘଣ୍ଟା ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରୀ କରିଛି ।