ଲକ୍ଷ୍ନୌ: ଆମେରିକା ରାଷ୍ଟ୍ରପତି ଡେନାଲ୍ଡ ଟ୍ରମ୍ପ ଆଗାମୀ ସପ୍ତାହରେ ଭାରତ ଗସ୍ତରେ ଆସୁଛନ୍ତି । ଏହି ଅବସରରେ ଟ୍ରମ୍ପ ନିଜ ପତ୍ନୀଙ୍କ ସହ 24 ତାରିଖରେ ତାଜମହଲ ପରିଦର୍ଶନ କରିବେ । ଏନେଇ ତାଜମହଲ ନିକଟରେ ଥିବା ବିଭିନ୍ନ ହୋଟେଲ, ରେସ୍ତୋରାଁ, ଦୋକାନ ଓ ବିଭିନ୍ନ ଘର ଗୁଡିକରେ ଯାଞ୍ଚ କରାଯାଉଛି ।
ପୋଲିସ ସୁପରିଟେଣ୍ଡଟ ପକ୍ଷରୁ ସମସ୍ତ ପ୍ରକାରର ଯାଞ୍ଚ କରାଯାଉଥିବା ବେଳେ ଶୀଘ୍ର ଏହି ଯାଞ୍ଚ ପ୍ରକ୍ରିୟା ସରିବ ବୋଲି କୁହାଯାଇଛି । ତେବେ ଯାଞ୍ଚ ପ୍ରକ୍ରିୟାରେ ବିକ୍ରେତାଙ୍କ ଆଧାରକାର୍ଡ ଚେକ କରାଯାଇଥିବା ଜଣାପଡିଛି । ପୂର୍ବରୁ ମଧ୍ୟ ଟ୍ରମ୍ପଙ୍କ ଗସ୍ତକୁ ନେଇ ଯମୁନାକୁ ସଫା କରିବା ସହ ବ୍ୟାରେଜରୁ ପାଣି ଛାଡିବାକୁ ମଧ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।