ETV Bharat / bharat

ଆମେରିକାରୁ ଆସୁଛି ଅତ୍ୟାଧୁନିକ ଭେଣ୍ଟିଲେଟର୍ - 100-american-ventilators-to-arrive-in-india

ଆମେରିକାର କମ୍ପାନୀ ଜୋଲ୍ ଏହି ସବୁ ଭେଣ୍ଟିଲେଟର ତିଆରି କରିଛି । ଚିକାଗୋରୁ ଏହା ଏୟାର ଇଣ୍ଡିଆ ବିମାନରେ ଭାରତ ଆସିବାର ଯୋଜନା ରହିଛି । ଅଧିକ ପଢନ୍ତୁ..

ଆମେରିକାରୁ ଆସୁଛି ଅତ୍ୟାଧୁନିକ ଭେଣ୍ଟିଲେଟର୍
ଆମେରିକାରୁ ଆସୁଛି ଅତ୍ୟାଧୁନିକ ଭେଣ୍ଟିଲେଟର୍
author img

By

Published : Jun 14, 2020, 12:41 AM IST

ନୂଆଦିଲ୍ଲୀ: କୋଭିଡ-19 ମୁକାବିଲା ପାଇଁ ଆମେରିକାରୁ ଆସୁଛି ଅତ୍ୟାଧୁନିକ ଭେଣ୍ଟିଲେଟର୍ । ସୋମବାର 100ଟି ଭେଣ୍ଟିଲେଟର ଆସି ଭାରତରେ ପହଞ୍ଚିବ । ଏନେଇ ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପ ପ୍ରତିଶ୍ରୁତି ଦେଇଥିଲେ ।

ଆମେରିକାର କମ୍ପାନୀ ଜୋଲ୍ ଏହି ସବୁ ଭେଣ୍ଟିଲେଟର ତିଆରି କରିଛି । ଚିକାଗୋରୁ ଏହା ଏୟାର ଇଣ୍ଡିଆ ବିମାନରେ ଭାରତ ଆସିବାର ଯୋଜନା ରହିଛି । ଭାରତୀୟ ରେଡକ୍ରସ ସୋସାଇଟି ଦ୍ବାରା ଏହାକୁ ଗ୍ରହଣ କରାଯିବ । ଆମେରିକା ପକ୍ଷରୁ ଭାରତକୁ ଏହା ଡୋନେସନ ଆକାରରେ ପ୍ରଦାନ କରାଯିବ ବୋଲି ସୂଚନା ରହିଛି । ପହଞ୍ଚିବା ପରେ ଏହାକୁ ସ୍ବାଗତ କରିବା ପାଇଁ ଏକ ଛୋଟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଏହାପରେ ସମସ୍ତ ହସ୍ପିଟାଲକୁ ଏହି ଭେଣ୍ଟିଲେଟର୍ ବିତରଣ କରାଯିବ ବୋଲି ଜଣାପଡିଛି ।

ପୂର୍ବରୁ ମେ 16ରେ ଏହା ସମ୍ପର୍କରେ ଟ୍ରମ୍ପ ନିଜ ଟ୍ବିଟରେ ପ୍ରକାଶ କରିଥିଲେ । ଭାରତକୁ 100ଟି ଭେଣ୍ଟିଲେଟର ପ୍ରଦାନ ନେଇ ସେ ସୂଚନା ଦେଇଥିଲେ । ଏହାସହ ଆଗାମୀ ଦିନରେ ଉଭୟ ଦେଶ ଏକାଠି ଏହି ମହାମାରୀର ମୁକାବିଲା ସହ ଭ୍ୟାକସିନ ତିଆରି କରିବେ ବୋଲି ସେ କହିଥିଲେ । ପ୍ରତି ଉତ୍ତରରେ ଭାରତୀୟ ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ ଏପରି ବିପଦ ସମୟରେ ସାହାଯ୍ୟ ପାଇଁ ଧନ୍ୟବାଦ ପ୍ରଦାନ କରିଥିଲେ । ମହାମାରୀର ମୁକାବିଲା ପାଇଁ ଉଭୟ ଦେଶ ଏକାଠି ଲଢିବେ ବୋଲି ମଧ୍ୟ ମୋଦି ଟିଟ୍ବରରେ ସୂଚନା ଦେଇଥିଲେ । ଏହି ଅତ୍ୟାଧୁନିକ ଭେଣ୍ଟିଲେଟର୍ ଗୁରୁତର କୋଭିଡ-19 ଆକ୍ରାନ୍ତଙ୍କୁ ଶୀଘ୍ର ସୁସ୍ଥ କରିବାରେ ସହାୟକ ହେବ ବୋଲି ଜଣାପଡିଛି ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.