ETV Bharat / bharat

ବିକାଶ ଦୁବେ ଏନକାଉଣ୍ଟର ମାମଲା, ଗୋରୁପଲ ସାମ୍ନାକୁ ଆସିବା ଯୋଗୁଁ ଘଟିଥିଲା ଦୁର୍ଘଟଣା

author img

By

Published : Jul 10, 2020, 8:12 PM IST

Updated : Jul 10, 2020, 11:32 PM IST

ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ଥିବା ଏସଟିଏଫ ଗାଡି ସାମ୍ନାରେ ଗୋରୁପଲ ଆସିବା ଯୋଗୁଁ ଏସୟୁଭି ଓଲଟି ପଡିଥିଲା ବୋଲି ଶୁକ୍ରବାର ଏକ ପ୍ରେସ ବିଜ୍ଞପ୍ତି ଜାରି କରି କହିଛି ଏସଟିଏଫ ।

ସ୍ପେଶାଲ ଟାସ୍କ ଫୋର୍ସ
ସ୍ପେଶାଲ ଟାସ୍କ ଫୋର୍ସ

ଲକ୍ଷ୍ନୌ : ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ଏନକାଉଣ୍ଟର ମାମଲାରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି ସ୍ପେଶାଲ ଟାସ୍କ ଫୋର୍ସ । ଏସଟିଏଫ ଗାଡି ସାମ୍ନାରେ ଗୋରୁପଲ ଆସିବା ଯୋଗୁଁ ଏସୟୁଭି ଓଲଟି ପଡିଥିଲା ବୋଲି ଶୁକ୍ରବାର ଏକ ପ୍ରେସ ବିଜ୍ଞପ୍ତି ଜାରି କରି କହିଛି ଏସଟିଏଫ ।

ବିକାଶ ଦୁବେ ଥିବା ଗାଡି ସାମ୍ନାକୁ ହଠାତ ଗୋରୁପୋଲ ଆସିଥିଲେ । ​​ଯେଉଁ ଏହି କାରଣରୁ ଡ୍ରାଇଭର ନିୟନ୍ତ୍ରଣ ହରାଇଥିଲେ ଏବଂ ଦୁର୍ଘଟଣା ଘଟିଥିଲା । ଏହାପରେ ବିକାଶ ପୋଲିସ ନିକଟରୁ ଖସିପଳାଇବାକୁ ଉଦ୍ୟମ କରିଥିଲା । ପୋଲିସ ତାକୁ ଜୀବନ୍ତ ଖୋଜିବାକୁ ଚେଷ୍ଟା କରିଥିଲା । ​​କିନ୍ତୁ ସେ ପୋଲିସ ଉପରକୁ ଗୁଳି ଚଳାଇଥିଲା। ଆତ୍ମରକ୍ଷା ପାଇଁ ପୋଲିସ ବିକାଶ ଉପରେ ଗୁଳି ଚଳାଇଥିଲା ବୋଲି ଏସଟିଏଫ ପକ୍ଷରୁ କୁହାଯାଇଛି ।

ସୂଚନାଯୋଗ୍ୟ ଯେ, ଶୁକ୍ରବାର ସକାଳେ ପୋଲିସ ସହ ହୋଇଥିବା ଏନକାଉଣ୍ଟରରେ ଗ୍ୟାଙ୍ଗଷ୍ଟର ବିକାଶ ଦୁବେର ମୃତ୍ୟୁ ଘଟିଛି । ଘଟଣାପରେ ବିରୋଧୀ ଦଳ ଏନକାଉଣ୍ଟରକୁ ନେଇ ଅନେକ ପ୍ରଶ୍ନ ଉଠାଇଛନ୍ତି ।

ଗତ ସପ୍ତାହରେ କାନପୁରରେ ଘଟିଥିବା ଏକ ଏନକାଉଣ୍ଟରରେ ଗ୍ୟାଙ୍ଗଷ୍ଟର ଦୁବେ ମୁଖ୍ୟ ଅଭିଯୁକ୍ତ ରହିଛି । ଦୁବେକୁ ଗିରଫ କରିବାକୁ ଯାଇଥିବା ଏକ ପୋଲିସ୍ ଟିମ୍ ଉପରକୁ ସେ ଗୁଳି ଚଳାଇଥିବାର ଅଭିଯୋଗ ହୋଇଛି। ଏହି ଏନକାଉଣ୍ଟରରେ ଆଠ ଜଣ ପୋଲିସ କର୍ମୀ ଶହୀଦ ହୋଇଛନ୍ତି । ତେବେ ଘଟଣାପରେ ଦୁବେ ଦୀର୍ଘ 6 ଦିନ ଧରି ଲୁଚି ରହିଥିଲା । ଶେଷରେ ଗୁରୁବାର ସକାଳେ ପୋଲିସ ତାକୁ ଉଜୈନରେ ଗିରଫ କରିଥିଲା ।

Last Updated : Jul 10, 2020, 11:32 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.