ETV Bharat / bharat

ରାଜସ୍ଥାନରେ ବଢୁଛି ଅପରାଧ, ଗେହଲଟ ସରକାର ଉପରେ ବର୍ଷିଲେ ବସୁନ୍ଧରା - bjp target to geholat govt

ରାଜସ୍ଥାନରେ ବିଗୁଡୁଥିବା ଆଇନଶୃଙ୍ଖଳା ପରିସ୍ଥିତି ପାଇଁ ଗେହଲଟ ସରକାରଙ୍କୁ ଟାର୍ଗେଟ କଲା ରାଜ୍ୟ ବିଜେପି। ଚୁରୁ ଗଣ ଦୁଷ୍କର୍ମ ଘଟଣାରେ ସରକାରଙ୍କ ଉପରେ ବର୍ଷିଲେ ବସୁନ୍ଧରା ରାଜେ । କହିଲେ ରାଜ୍ୟରେ ଅପରାଧ ଚରମ ସୀମାରେ । ଅଧିକ ପଢନ୍ତୁ...

ରାଜସ୍ଥାନରେ ବଢୁଥିବା ଅପରାଧକୁ ନେଇ ରାଜନୀତି ଜୋରଦାର, ଗେହଲଟ ସରକାରଙ୍କୁ ଟାର୍ଗେଟ କଲେ ବସୁନ୍ଧରା

author img

By

Published : Oct 6, 2020, 4:14 PM IST

ଜୟପୁର: ରାଜସ୍ଥାନରେ ବଢୁଥିବା ଅପରାଧକୁ ନେଇ ରାଜନୀତି ଜୋର ଧରିବାରେ ଲାଗିଛି । ରାଜ୍ୟରେ ବିପର୍ଯ୍ୟସ୍ଥ ଆଇନଶୃଙ୍ଖଳା ପରିସ୍ଥିତି ପାଇଁ ସିଧାସଳଖ ଦାୟୀ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଜସ୍ଥାନ ବିଜେପି ସଭାନେତ୍ରୀ ବସୁନ୍ଧରା ରାଜେ ସିନ୍ଧିଆ। ବସୁନ୍ଧରା କହିଛନ୍ତି ରାଜ୍ୟରେ ଆଇନ କାନୁନ ବୋଲି କିଛି ନଥିବା ଭଳି ମନେ ହେଉଛି। ଜଙ୍ଗଲରାଜ ସ୍ଥିତି ଚରମ ସୀମାରେ ପହଞ୍ଚିଛି ଓ ପୋଲିସ ବିଭାଗ ଉପରେ ସରକାରଙ୍କ କୌଣସି ନିୟନ୍ତ୍ରଣ ନାହିଁ ବୋଲି ସେ ଅଭିଯୋଗ କରିଛନ୍ତି ।

  • पिछले कुछ दिनों से राजस्थान मीडिया में ऐसी कोई हैडलाइन नहीं है जिसमें दुष्कर्म की घटनाओं का जिक्र ना हो। अब चूरू के नवां गांव में सामूहिक दुष्कर्म की घटना ने ये साबित कर दिया है कि #Rajasthan में जंगलराज की स्थिति चरम पर है तथा सरकार का पुलिस प्रशासन पर कोई नियंत्रण नहीं है।

    — Vasundhara Raje (@VasundharaBJP) October 5, 2020 " class="align-text-top noRightClick twitterSection" data=" ">

ଉତ୍ତର ପ୍ରଦେଶର ହାଥରସରେ ହୋଇଥିବା ଦଳିତ ନାବାଳିକା ଗଣଦୁଷ୍କର୍ମ ଘଟଣାରେ ଯୋଗୀ ସରକାରକୁ ଦାୟୀ କରି ରାଜନୈତିକ ବୟାନବାଜି ଚରମସୀମାରେ ପହଞ୍ଚିଥିବା ବେଳେ ଏହି ଧାରରେ ରାଜସ୍ଥାନ ବି ପଛରେ ନାହିଁ । କଂଗ୍ରେସ ହାଥରସ ଘଟଣାକୁ ନେଇ ଯୋଗୀ ଓ ମୋଦି ସରକାରକୁ ଯୋରଦାର ଟାର୍ଗେଟ କରୁଥିବା ବେଳେ ରାଜସ୍ଥାନରେ ହେଉଥିବା ଅପରାଧିକ ଘଟଣା ପାଇଁ ବିଜେପି ଗେହଲଟ ସରକାର ଓ କଂଗ୍ରେସକୁ ଟାର୍ଗେଟ କରିଛି ।

ପୁର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ବିଜେପି ସଭାପତି ବସୁନ୍ଧରା ରାଜେ ସିନ୍ଧିଆ ଟ୍ବିଟ କରି ଗେହଲଟ ସରକାର ଉପରେ ବର୍ଷିଛନ୍ତି । ସେ କହିଛନ୍ତି ଯେ ରାଜସ୍ଥାନରେ ଏମିତି କୌଣସି ଦିନ ନାହିଁ ଯେଉଁଦିନ ଦୁଷ୍କର୍ମ ଘଟଣା ଗଣମାଧ୍ୟମର ଶିରୋନାମା ହେଉନାହିଁ । ନିକଟରେ ଚୁରୁର ନାବା ଗାଁରେ ହୋଇଥିବା ଗଣ ଦୁଷ୍କର୍ମ ଘଟଣା ରାଜ୍ୟରେ ଜଙ୍ଗଲରାଜ ଚାଲିଥିବା କଥା ସ୍ପଷ୍ଟ ପ୍ରମାଣିତ ହେଉଛି ବୋଲି ସେ ଅଭିଯୋଗ କରିଛନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.