ଲକ୍ଷ୍ନୌ: ଦୀର୍ଘ 3 ମାସ ପରେ ଆଜିଠାରୁ ଗଙ୍ଗାରେ ଆରମ୍ଭ ହେଲା ଡଙ୍ଗା ସେବା । କୋରୋନା ପରି ମହାମାରୀର ଭୟାବହତାକୁ ରୋକିବା ପାଇଁ ସରକାର ସାରା ଦେଶରେ ଲକଡାଉନ ଘୋଷଣା କରିଥିଲେ, ଯଦ୍ବାରା ଲୋକମାନେ ଏହି ବିପଦରୁ ରକ୍ଷା ପାଇ ପାରିବେ । ଏହି କ୍ରମରେ ସରକାର ଅନଲକ୍ ୱାନ୍ ଘୋଷଣା କରିଥିଲେ ଯେଉଁଥିରେ ଲୋକମାନଙ୍କୁ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଥିଲା । ଫଳରେ ଲୋକମାନେ ପୁଣିଥରେ ନିଜ ଜୀବିକାକୁ ଫେରି ପାରିଛନ୍ତି ।
ବର୍ତ୍ତମାନ 23 ଜୁନ୍ ରୁ ଗଙ୍ଗାରେ ଯାତ୍ରା ଆରମ୍ଭ ହୋଇଛି, ବିଶ୍ୱାସ କରାଯାଏ ଯେ ଶୀଘ୍ର ବେନାରସ ଘାଟର ସୌନ୍ଦର୍ଯ୍ୟ ମଧ୍ୟ ଫେରି ଆସିବ । ବାରଣାସୀର ନାବିକ ସମାଜ ଲକ଼ଡାଉନ ହେବା ପରେ ଅନଲକ-1 ଆରମ୍ଭରୁ ଯାତ୍ରା ପାଇଁ ଅନୁମତି ଲୋଡିଥିଲେ । ଯେଉଁଥିରେ ଜିଲ୍ଲାପାଳ କୌଶଲ ରାଜ ଶର୍ମା ବାରାଣାସୀର ଡଙ୍ଗା ଚାଳକମାନଙ୍କୁ ଡଙ୍ଗା ଚଳାଇବା ପାଇଁ ଅନୁମତି ଦେଇଥିଲେ। ମାଜିଷ୍ଟ୍ରେଟ ପ୍ରଥମେ ଦଶାସ୍ୱନେଧ ଘାଟରେ ପହଞ୍ଚି ସେଠାରେ ଏକ ଡଙ୍ଗାରେ ବସି ରାଜଘାଟରୁ ଅସ୍ଥି ଘାଟ ପର୍ଯ୍ୟନ୍ତ ବୁଲି ଘାଟର ସ୍ଥିତି ଯାଞ୍ଚ କରିଥିଲେ। ଏହା ପରେ ସେ ସମସ୍ତଙ୍କୁ ନିୟମ ଓ ସର୍ତ୍ତ ଅନୁସରଣ କରି ଡଙ୍ଗା ଚଳାଇବାକୁ ଅନୁମତି ଦେଇଥିଲେ ।
ଏହା ପରେ କଲେକ୍ଟର ଡଙ୍ଗା ଚଳାଉଥିବା ନାବିକ ଶମ୍ଭୁ ସାହନୀଙ୍କୁ 2000 ଟଙ୍କା ଦେଇଥିଲେ। କଲେକ୍ଟରର ଏଭଳି ବ୍ୟବହାର ଦେଖି ସମସ୍ତ ନାବିକମାନେ ମନ୍ତ୍ରମୁଗ୍ଧ ହୋଇ ଅଧିକାରୀଙ୍କୁ ବହୁତ ପ୍ରଶଂସା କରିଥିଲେ ଏବଂ ସ୍ବହୃଦୟରେ କଲେକ୍ଟରଙ୍କୁ ଧନ୍ୟବାଦ ଦେଇଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ