ETV Bharat / bharat

ଦୁବାଇରୁ ଫେରିଲେ 150 ଶ୍ରମିକ - ବନ୍ଦେ ଭାରତ ମିଶନ

ବନ୍ଦେ ଭାରତ ମିଶନ ଅଧିନରେ ଚାଲୁଥିବା ଏୟାର ଇଣ୍ଟିଆର ସ୍ବତନ୍ତ୍ର ବିମାନ ସୋମବାର ଦୁବାଇରୁ ଏକ ନବଜାତ ଶିଶୁ ସମେତ 150 ଶ୍ରମିକଙ୍କୁ ଧରି ବିହାରର ଗୟାରେ ପହଞ୍ଚିଛି ।

_vande bharat mission
ଦୁବାଇରୁ ଫେରିଲେ 150 ଶ୍ରମିକ
author img

By

Published : Jun 1, 2020, 3:56 PM IST

ନୂଆଦିଲ୍ଲୀ: ଦୁବାଇରୁ ଫେରିଲେ 150 ଶ୍ରମିକ । ବନ୍ଦେ ଭାରତ ମିଶନ ଅଧିନରେ ଚାଲୁଥିବା ଏୟାର ଇଣ୍ଟିଆର ସ୍ବତନ୍ତ୍ର ବିମାନ ସୋମବାର ଦୁବାଇରୁ ଏକ ନବଜାତ ଶିଶୁ ସମେତ 150 ଶ୍ରମିକଙ୍କୁ ଧରି ବିହାରର ଗୟାରେ ପହଞ୍ଚିଛି ।

ମିଡିଲ ଇଷ୍ଟ ଦେଶ ମଧ୍ୟରୁ ଦୁବାଇରୁ ପ୍ରଥମ ଏତେ ସଂଖ୍ୟକ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ତେବେ ଏୟାର ଇଣ୍ଡିଆ ବିମାନ ସୋମବାର ସକାଳ 7.45ରୁ 150 ଶ୍ରମିକଙ୍କୁ ଧରି ଦୁବାଇରୁ ଗୟା ଅଭିମୁଖେ ବାହାରିବା ୟୁଏଇ ଭାରତୀୟ ଦୂତବାସ ଟ୍ବିଟରରେ କହିଛନ୍ତି ।

ପ୍ରକାଶ ଥାଉକି, କୋରୋନାକୁ ନେଇ ଲକଡାଉନ ମଧ୍ୟରେ ବିଭିନ୍ନ ଦେଶରେ ଫସିରହିଥିବା ଯାତ୍ରୀଙ୍କୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ କ୍ରମେ ବନ୍ଦେ ଭାରତ ମିଶନ ଅଧିନରେ ସ୍ବଦେଶକୁ ଅଣାଯାଉଛି । ବନ୍ଦେ ଭାରତ ମିଶନ ମେ 12ରୁ ଆରମ୍ଭ ହୋଇଥିବା ବେଳେ ଏହା ମିଶନର ଦ୍ବିତୀୟ ଫେଜ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.