ETV Bharat / bharat

ଅସହ୍ୟ ଗୁଳୁଗୁଳିରେ କଲବଲ ଜୀବଜନ୍ତୁ, ଚିଡିଆଖାନାରେ ପାଣି ସ୍ପ୍ରେ

ଜୁନ୍ ମାସ ଆରମ୍ଭ ହେବାକୁ ଥିବାବେଳେ ସମଗ୍ର ଦେଶରେ ପ୍ରବଳ ଗ୍ରୀଷ୍ମତାପ ଅନୁଭବ ହେଉଛି । ପ୍ରବଳ ଖରା ଏବଂ ଗୁଳୁଗୁଳିକୁ ନେଇ ସାଧାରଣ ଜନସାଧାରଣଙ୍କ ଠାରୁ ଆରମ୍ଭ କରି ପଶୁ ପକ୍ଷୀ ମଧ୍ଯ ଆଉଟୁପାଉଟୁ ହେଲେଣି । ସେଥିପାଇଁ ଗୁଜୁରାଟ ଭଦୋଦରା ସୟଜୀ ବଗ ଚିଡିଆଖାନା ପଶୁପକ୍ଷୀଙ୍କୁ ଖରାରୁ ଆଶ୍ବସ୍ଥି ଦେବାପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିଛି ।

author img

By

Published : May 30, 2020, 4:32 PM IST

sayaji baug zoo
ପ୍ରବଳ ଖରା ପାଇଁ ସୟଜୀ ବଗ ଚିଡିଆଖାନା ପଶୁପକ୍ଷୀଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା

ଗାନ୍ଧିନଗର: ଜୁନ୍ ମାସ ଆରମ୍ଭ ହେବାକୁ ଥିବାବେଳେ ସମଗ୍ର ଦେଶରେ ପ୍ରବଳ ଗ୍ରୀଷ୍ମତାପ ଅନୁଭବ ହେଉଛି । ପ୍ରବଳ ଖରା ଏବଂ ଗୁଳୁଗୁଳିକୁ ନେଇ ସାଧାରଣ ଜନସାଧାରଣଙ୍କ ଠାରୁ ଆରମ୍ଭ କରି ପଶୁ ପକ୍ଷୀ ମଧ୍ଯ ଆଉଟୁପାଉଟୁ ହେଲେଣି । ସେଥିପାଇଁ ଗୁଜୁରାଟ ଭଦୋଦରା ସୟଜୀ ବଗ ଚିଡିଆଖାନା ପଶୁପକ୍ଷୀଙ୍କୁ ଖରାରୁ ଆଶ୍ବସ୍ଥି ଦେବାପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିଛି ।

ଚିଡିଆଖାନାର କ୍ୟୁରେଟର ଡ. ପ୍ରତ୍ୟୁଷ ପାଟାନକର କହିଛନ୍ତି ଯେ, ଦିନକୁ ଦୁଇଥର ପଶୁମାନଙ୍କ ପାଇଁ ଜନ୍ତାରେ ପାଣି ସ୍ପ୍ରେ କରାଯାଉଛି ଏବଂ ସେମାନଙ୍କୁ ଖରାରୁ ଆଶ୍ବସ୍ତି ଯୋଗାଇବା ପାଇଁ ବରଫ କ୍ୟୁବ୍ ମଧ୍ୟ କେତେକ ପଶୁଙ୍କ ଜନ୍ତାରେ ରଖାଯାଉଛି।

ଚିଡିଆଖାନା ଦ୍ବାରା ନିଆଯାଇଥିବା ପଦକ୍ଷେପ ବିଷୟରେ ଆଲୋଚନା କରି ପ୍ରତ୍ୟୁଷ ପାଟାନକର କହିଛନ୍ତି, ଗତ ସପ୍ତାହେ ହେବ ପ୍ରବଳ ଗୁଳୁଗୁଳି ସାଙ୍ଗକୁ ଖରା ଅନୁଭୂତ ହେଉଛି । ସହରରେ ତାପମାତ୍ରା 40 ଡିଗ୍ରୀ ରହିଛି । ଏଣୁ ପଶୁପକ୍ଷୀଙ୍କୁ ଖରାରୁ ରକ୍ଷା କରିବା ପାଇଁ ଆମେ ସବୁପ୍ରକାର ପଦକ୍ଷେପ ଗ୍ରହଣ କରିଛୁ । ସାଧାରଣତଃ ପଶୁପକ୍ଷୀ ମାନଙ୍କ ପାଇଁ ପିଇବା ପାଣିର ବ୍ୟବସ୍ଥା କରାଯାଇଛି । ଏହାଛଡା ଜନ୍ତାଗୁଡିକୁ ଥଣ୍ଡା ରଖିବା ପାଇଁ ଜନ୍ତା ବାହାରେ ଏବଂ ଭିତରେ ପାଣି ସ୍ପ୍ରେ କରାଯାଉଛି ।

ଜନ୍ତାଗୁଡ଼ିକୁ ଘୋଡାଇବା ପାଇଁ ଆମେ ଗ୍ରୀନ ଏଗ୍ରୋ ନେଟ୍ ଘାସ ପରଦା ଏବଂ ଶୁଖିଲା ନଡ଼ିଆ ଗଛର ପତ୍ର ରଖିଛୁ । ଏଥିସହ ତାହା ଉପରେ ପାଣି ସ୍ପ୍ରେ କରାଯାଇଛି । ଯାହା ଦ୍ବାରା ସେଥିରେ ଥଣ୍ଡା ପ୍ରଭାବ ରହିବ। ଏଥିସହ ଆମେ ପଶୁମାନଙ୍କୁ ବରଫ ଯୋଗାଇଥାଉ । ଆମ ପାଖରେ ହିମାଳୟ ଭାଲୁ ଅଛି ଯିଏ ସାଧାରଣତଃ ଥଣ୍ତା ଅଞ୍ଚଳରୁ ଆସିଛି। ତାକୁ ଥଣ୍ଡା ପାଇଁ ବଡ ବରଫ ସ୍ଲାବ୍ ଦିଆଯାଏ । ଚିତାବାଘ, ସିଂହ, ମାଙ୍କଡ ଗୁମ୍ଫାକୁ ଥଣ୍ଡା ଯୋଗାଇବା ପାଇଁ ଆମେ ବରଫ କ୍ୟୁବ୍ ମଧ୍ୟ ପକାଇଥାଉ ବୋଲି ପାଟନକର କହିଛନ୍ତି ।

ମାଙ୍କଡ, ଭାଲୁ ଏବଂ ପକ୍ଷୀମାନଙ୍କୁ ଫଳ ଏବଂ ପନିପରିବା ଯୋଗାଇ ଦିଆଯାଉଛି । ପାଣି ଜାତୀୟ ଫଳ ଯେପରି ତରଭୂଜ ଇତ୍ୟାଦି ସେମାନଙ୍କୁ ଖାଇବା ପାଇଁ ଦିଆଯାଉଛି । ପାଟାନକର ଆହୁରି ମଧ୍ୟ କହିଛନ୍ତି ଯେ, ଲକଡାଉନ ଯୋଗୁଁ ଜନସାଧାରଣଙ୍କ ଅନୁପସ୍ଥିତିରେ ପଶୁପକ୍ଷୀମାନେ ଏକ ଶାନ୍ତ ପରିବେଶ ଉପଭୋଗ କରୁଛନ୍ତି । ଯାହା ସେମାନଙ୍କ ଆଚରଣରେ ସକରାତ୍ମକ ପରିବର୍ତ୍ତନ ଆଣିଥିବା ଲକ୍ଷ୍ୟ କରାଯାଉଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.