ଡେରାଡୁନ: ମର୍ତ୍ତ୍ୟ ଲୋକରେ ଯମ ମହାରାଜଙ୍କ ସଚେତନ । ମହାମାରୀ କୋରୋନା କବଳରୁ ମାନବ ଜାତିକୁ ଉଦ୍ଧାର କରିବାକୁ ପାଇଁ ଦେଉଛନ୍ତି ବାର୍ତ୍ତା । ଉତ୍ତରାଖଣ୍ଡର ହରିଦ୍ବାର ଅଞ୍ଚଳରେ ଲୋକଙ୍କ ଘରକୁ ଘର ବୁଲି ସଚେତନ କରୁଛନ୍ତି ଯମରାଜ । ଲକ୍ଡାଉନ୍ ସମୟ ପର୍ଯ୍ୟନ୍ତ ସମସ୍ତେ ଘରେ ସୁରକ୍ଷିତ ରହିବାକୁ ଦେଉଛି ସଚେତନାର ବାର୍ତ୍ତା ।
ଶହେ ସଚେତନ ସତ୍ତ୍ବେ ଲୋକେ ଚେତୁ ନଥିବାରୁ ଉତ୍ତରାଖଣ୍ଡ ପୋଲିସ ପକ୍ଷରୁ ଏକ ଅଭିନବ ପ୍ରୟାସ କରାଯାଇଛି । ଯେଉଁଥିରେ ଜଣେ ଥ୍ରୀଏଟର କଳକାରଙ୍କୁ ଯମରାଜ କରାଯାଇଥିବାବେଳେ ସେ ଲୋକଙ୍କୁ ସଚେତନ କରୁଛନ୍ତି ।
ହରିଦ୍ବାର ଥାନାର ବରିଷ୍ଠ ପୋଲିସ ଅଧିକାରୀଙ୍କ କହିବାନୁସାରେ, ଗତ 2 ଦିନ ହେବ ସେ କଳାକାର ପୋଲିସଙ୍କ ସହ ମିଶି କାମ କରୁଛି । ଆମେ ଏହି ଲକ ଡାଉନକୁ ସଫଳ କରିବା ପାଇଁ ସମସ୍ତ ପ୍ରକାର ପ୍ରୟାସ ଜାରି ରଖିଛୁ ।
ବର୍ତ୍ତମାନ କୋରୋନା ସଂକ୍ରମଣ ରୋକିବାକୁ କେବଳ ସାମାଜିକ ଦୂରତ୍ବ ରକ୍ଷା କରିବା । ସେଥିପାଇଁ ଦେଶବ୍ୟାପୀ 21 ଦିନର ଲକ ଡାଉନ ଘୋଷଣା ମଧ୍ୟ ହୋଇଛି । ହେଲେ କିଛି ଅମାନିକ ଲୋକଙ୍କୁ ଯେତେ ବୁଝାଇଲେ ବି ସେମାନେ କୌଣସି ନା କୌଣସି ଆଳ ଦେଖାଇ ବାହାରକୁ ଚାଲିଆସୁଛନ୍ତି । ସେପଟେ, ଦେଶରେ କୋରୋନା କାୟା ବିସ୍ତାର କରିଲାଣି । ଏପରିକି ଗୋଷ୍ଠୀ ସଂକ୍ରମଣ ଆଶଙ୍କା କରାଯାଉଛି । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ବର୍ତ୍ତମାନ ସୁଦ୍ଧା 5194 ଜଣ କୋରୋନା ସଂକ୍ରମିତ ହୋଇଥିବାବେଳେ, ଗତ 24 ଘଣ୍ଟାରେ 10ଜଣଙ୍କ ଜୀବନ ଯାଇଛି ।
@ANI