ଡେରାଡୁନ: ଉତ୍ତରାଖଣ୍ଡର ହିମ ନଗରୀର ମୁନସ୍ୟାରିର ଟ୍ୟୁଲିପ ଗାର୍ଡେନ ବର୍ତ୍ତମାନ ଆକର୍ଷଣର କେନ୍ଦ୍ର ପାଲଟିଛି । ବନ ବିଭାଗ ପାତଲଥୌଡ ସ୍ଥିତ ଇକୋ ପାର୍କରେ ହଲାଣ୍ଡରୁ ମଗାଯାଇଥିବା ବିଭିନ୍ନ ପ୍ରକାରର ଟ୍ୟୁଲିପ ଫୁଲ ଗଛ ଲଗାଯାଇଛି । ଏବେ ଉକ୍ତ ଫୁଲର ସୌନ୍ଦର୍ଯ୍ୟରେ ବିକଶିତ ହୋଇଛି । ବିଶେଷ କଥା ହେଉଛି ଏହି ପ୍ରକଳ୍ପ ସାଧାରଣ ଜନତାଙ୍କୁ ଖୋଲିବା ପୂର୍ବରୁ ସିଏମ୍ ତ୍ରିବେନ୍ଦ୍ର ସିଂ ରାୱତ ତାଙ୍କ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି।
ସିଏମ ତ୍ରିବେନ୍ଦ୍ର ସିଂ ରାୱତ ଟ୍ୟୁଲିପ ଗାର୍ଡେନର ଫଟୋ ସେୟାର କରି ଲେଖିଛନ୍ତି ଯେ 'ମୋର ସ୍ୱପ୍ନର ପ୍ରୋଜେକ୍ଟ ମୁନସ୍ୟାରିର ଟ୍ୟୁଲିପ ଗାର୍ଡେନର ସଫଳ ପ୍ରଥମ ଚିତ୍ର ସେୟାର କରି ମୁଁ ବହୁତ ଖୁସି ଅନୁଭବ କରୁଛି' । ପଞ୍ଚାଚୁଲି ପର୍ବତମାଳା ପଛରେ ଅବସ୍ଥିତ ଏହି ବଗିଚା ଦୁନିଆର ସବୁଠୁ ବଡ ଟ୍ୟୁଲିପ ଗାର୍ଡେନ ମଧ୍ୟରୁ ଗୋଟିଏ । ଏହି ଅଞ୍ଚଳରେ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବାରେ ମୁନସ୍ୟାରୀ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।
30 ହେକ୍ଟର ଉପରେ ବିସ୍ତାରିତ ମୁନସ୍ୟାରି ନେଚର ଏଜୁକେସନ ଆଣ୍ଡ ଇକୋ ପାର୍କ ସେଣ୍ଟରର ଏକ ଅଂଶରେ ଟ୍ୟୁଲିପ ଫୁଲ ଲଗାଯାଇଛି । ଏହା ସହିତ ପର୍ଯ୍ୟଟକଙ୍କ ସୁବିଧା ପାଇଁ ଇକୋ ପାର୍କରେ ହଟ୍ସ ଏବଂ ଟେଣ୍ଟ ମଧ୍ୟ ବ୍ୟବସ୍ଥା କରାଯାଇଛି। ହିମ ନଗରୀ ମୁନସ୍ୟାୟାରିରେ ବର୍ଷସାରା ବିଦେଶୀ ତଥା ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ହୋଇଥାଏ ।
କାଶ୍ମୀରର ଏକ ସ୍ୱତନ୍ତ୍ର ଟ୍ୟୁଲିପ ଗାର୍ଡେନ ପରି ଉତ୍ତରାଖଣ୍ଡର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ ମୁନସ୍ୟାରିରେ ମଧ୍ୟ ଟ୍ୟୁଲିପ ଗାର୍ଡେନ ତିଆରି କରାଯାଇଛି । ଏହି ଉଦ୍ୟାନକୁ ବନ ବିଭାଗ ପକ୍ଷରୁ ପ୍ରସ୍ତୁତ କରିାଯାଇଛି । ଯେଉଁଠାରେ ହଜାର ହଜାର ଦେଶୀ ଏବଂ ବିଦେଶୀ କିସମର ଫୁଲ ଲଗାଯାଇଛି ।
ମୁନସ୍ୟାରିର ଯେଉଁ ସ୍ଥାନରେ ଏହି ଟ୍ୟୁଲିପ ଗାର୍ଡେନ ବିକଶିତ ହୋଇଛି, ଏହା ପଛରେ ହିମାଳୟର ପଞ୍ଚାଚୁଲି ପର୍ବତ ଶୃଙ୍ଖଳା ରହିଛି । ପିଥୌରାଗଡ ଜିଲ୍ଲାରେ ପଡୁଥିବା ମୁନସ୍ୟାରୀ ଉତ୍ତରାଖଣ୍ଡର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଭାବରେ ଜଣାଶୁଣା । ଏହି ଅଞ୍ଚଳ ନୈନିତାଲ ସହର ଠାରୁ ପ୍ରାୟ 260 କିମି ଦୂରରେ ଅବସ୍ଥିତ । ଏହି ସ୍ଥାନକୁ ପ୍ରତିବର୍ଷ ହଜାର ହଜାର ପର୍ଯ୍ୟଟକ ଆସିଥାନ୍ତି ।