ETV Bharat / bharat

କୋରୋନା ଭୟ: ଉତ୍ତରାଖଣ୍ଡରେ ଲଞ୍ଚ ହେଲା ଇ-ହସ୍ପିଟାଲ

କୋରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ଗତ ବୁଧବାର ଉତ୍ତରାଖଣ୍ଡର ଡୁନ ମେଡିକାଲ କଲେଜରେ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ ଟେଲିମେଡିସିନ୍ ଏବଂ ଇ-ହସ୍ପିଟାଲ ଲଞ୍ଚ କରିଛନ୍ତି ।

e-hospital
ଉତ୍ତରାଖଣ୍ଡରେ ଲଞ୍ଚ ହେଲା ଇ-ହସ୍ପିଟାଲ
author img

By

Published : Apr 30, 2020, 11:54 AM IST

ଡେରାଡୁନ: ଉତ୍ତରାଖଣ୍ଡରେ ଲଞ୍ଚ ହେଲା ଟେଲିମେଡିସିନ୍ ଏବଂ ଇ-ହସ୍ପିଟାଲ । କୋରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ଗତ ବୁଧବାର ଉତ୍ତରାଖଣ୍ଡର ଡୁନ ମେଡିକାଲ କଲେଜରେ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ ଟେଲିମେଡିସିନ୍ ଏବଂ ଇ-ହସ୍ପିଟାଲ ଲଞ୍ଚ କରିଛନ୍ତି ।

ଏହି ସୁବିଧା ଦ୍ବାରା ମେଡିକାଲ ଅସୁବିଧା ଦୂର ହେବା ସହ କୋରୋନା ସଂକ୍ରମଣ ବିପଦକପୁ ଦୂର କରିବ । ଏହା ବ୍ୟତୀତ ତଳିଆ ଅଞ୍ଚଳମାନଙ୍କରେ ଏହା ମେଡିକାଲ ସୁବିଧା ଯୋଗାଇବାରେ ସହାୟକ ହେବ ବୋଲି ତ୍ରିବେନ୍ଦ୍ର ସିଂ ରାୱତ କହିଛନ୍ତି ।

ଏଥିସହ ସେ କହିଛନ୍ତି, ଏହି ଇ-ହସ୍ପିଟାଲ ଦ୍ବାରା ରୋଗୀମାନଙ୍କର ଉପଯୁକ୍ତ ଚିକିତ୍ସା କରାଯିବ । ଏଥିସହ ଏହାପୂର୍ବରୁ ଏହି ଇ-ହସ୍ପିଟାଲ ସୁବିଧା ଡେରାଡୁନର ଦିନଦୟାଲ ମେଡିକାଲ ଏବଂ ଜିଲ୍ଲା ମେଡିକାଲ ଅଲମୋରାରେ ଉପଲବ୍ଧ ଅଟେ ବୋଲି ସେ କହିଛନ୍ତି।

ତେବେ ଭାରତ ସରକାରଙ୍କ ଏନଆଇସି ଦ୍ବାରା ଟେଲିମେଡିସିନ ସପ୍ଟୱେୟାର ଯୋଗାଇ ଦିଆଯାଉଛି । ଏହି ସପ୍ଟୱେୟାରକୁ ବିଭିନ୍ନ ମେଡିକାଲରେ ବ୍ୟବହାର କରାଯାଉଛି ବୋଲି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.