ETV Bharat / bharat

ଉତ୍ତରାଖଣ୍ଡରେ ବାଦଲଫଟା ବର୍ଷା: ଜଣେ ମୃତ, 2 ଆହତ - ଉତ୍ତରାଖଣ୍ଡରେ ବାଦଲଫଟା ବର୍ଷା

ଉତ୍ତରାଖଣ୍ଡର ଅନେକ ଅଞ୍ଚଳରେ ବାଦଲଫଟା ବର୍ଷା ହୋଇଛି । ଫଳରେ ଏଥିରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି ।

ଫଟୋ ସୌଜନ୍ୟ: ଇଟିଭି ଭାରତ
author img

By

Published : Sep 12, 2019, 2:23 PM IST

ଡେରାଡୁନ: ପ୍ରକୃତିର କରାଳ ରୂପ ଆଗରେ ଅସହାୟ ସମସ୍ତେ । ବିଗତ କିଛିଦିନ ହେବ ଲଗାଣ ବର୍ଷା ଯୋଗୁଁ ଦେବଭୂମି ଉତ୍ତରାଖଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି । ରାଜ୍ୟର ପିଥୋରଗଡ ଜିଲ୍ଲାରେ ହୋଇଥିବା ବାଦଲ ଫଟା ବର୍ଷା କାରଣରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 2 ଜଣ ଆହତ ହୋଇଛନ୍ତି।

ତେବେ ବର୍ଷା ଯୋଗୁଁ ଚମୋଲୀ ଘାଟି ପାଖରେ ଏକ ଯାତ୍ରୀବାହୀ ଗାଡି ମାଟିରେ ଦବି ଯାଇଛି । ଏଥିରେ କୌଣସି ଯାତ୍ରୀଙ୍କର କ୍ଷୟକ୍ଷତି ହୋଇଥିବାର ଜଣା ପଡିନାହିଁ। ସେପଟେ ଥରାଲୀ ଅଞ୍ଚଳରେ ଛିବା 2ଟି ଗୋଶାଳା ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ଯେଉଁ ସବୁ ଅଞ୍ଚଳରେ ବାଦଲ ଫଟା ବର୍ଷା ହୋଇଛି ସେହି ଅଞ୍ଚଳରେ ଅନେକ ଘରଦ୍ବାର ମଧ୍ୟ ପ୍ରଭାବିତ ହୋଇଥିବାର ଖବର ମିଳିଛି।

ଏ ଘଟଣା ସମ୍ପର୍କରେ ଉତ୍ତରଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାୱତ ଖବର ପାଇବା ପରେ ପିଥୋରଗଡ଼ ଓ ଚମୋଲୀ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରି ବର୍ଷା ଯୋଗୁଁ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ପଚାରି ବୁଝିଛନ୍ତି । ସେପଟେ ଘଟଣାସ୍ଥଳରେ ପହଞ୍ଚିବା ଲାଗି ସେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଯାଇଛି।

Intro:पिथौरागढ़: मुनस्यारी तहसील के टिमटिया गांव में आज बादल फटने से भारी तबाही मची है। आज सुबह करीब ढाई बजे बादल फटने से एक आवासीय मकान मलबे से दब गया। जिसमें एक व्यक्ति राम सिंह की मौत हो गयी है। जबकि दो महिलाएं गंभीर रूप से जख्मी है। मलबे में दबी दोनों महिलाओं को स्थानीय लोगों द्वारा निकाल लिया गया है। वहीं प्रशासन की टीम ने मौके पर पहुंचकर राहत और बचाव कार्य शुरू कर दिया है। Body:मुनस्यारी के टिमटिया गांव में बादल फटने से एक आवासीय मकान में मलबे से पट गया। इस घटना में एक व्यक्ति की मौत हो गयी है। जबकि 2 महिलाओं को स्थानीय लोगों की मदद से बाहर निकाला गया। बादल फटने से जहाँ कई मकान खतरे की जद में आ गए है वहीं थल -मुनस्यारी मोटरमार्ग भी टिमटिया के पास बंद है। प्रशासन ने मार्ग को खोलने के लिए पीडब्ल्यूडी को निर्देश है। साथ टिमटिया क्षेत्र में मेडिकल टीम और फ़ूड पैकेट भेजने के निर्देश दिए है।

मृतक का नाम- राम सिंह (60 वर्ष) निवासी टिमटिया

घायल का नाम- धनी देवी पत्नी राम सिंह (55 वर्ष)
चंद्रा देवी (70 वर्ष)Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.