ETV Bharat / bharat

କ୍ୟାବିନେଟ ବିସ୍ତାର ପୂର୍ବରୁ ଯୋଗୀ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଲେ 5 ମନ୍ତ୍ରୀ - yogi adityanath government

ଉତ୍ତର ପ୍ରଦେଶରେ ଯୋଗୀ ସରକାରଙ୍କ ମନ୍ତ୍ରୀମଣ୍ଡଳର ବିସ୍ତାର ପୂର୍ବରୁ ମଙ୍ଗଳବାର ୫ ଜଣ ମନ୍ତ୍ରୀ ନିଜ ପଦରୁ ଇସ୍ତଫା ଦେଇଥିବା ଜଣାପଡ଼ିଛି । ସେମାନଙ୍କ ମଧ୍ୟରେ ଅର୍ଥମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ରାଜେଶ ଅଗ୍ରଓ୍ବାଲ ମଧ୍ୟ ସାମିଲ ଅଛନ୍ତି ।

ଫାଇଲ ଫଟୋ
author img

By

Published : Aug 20, 2019, 7:06 PM IST

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ଯୋଗୀ ସରକାରଙ୍କ ମନ୍ତ୍ରୀମଣ୍ଡଳର ବିସ୍ତାର ପୂର୍ବରୁ ମଙ୍ଗଳବାର ଆରମ୍ଭ ହୋଇଛି ଇସ୍ତଫା ଝଡ । ଆଜି ଯୋଗୀ ସରକାରଙ୍କ ୫ ଜଣ ମନ୍ତ୍ରୀ ନିଜ ପଦରୁ ଇସ୍ତଫା ଦେଇଥିବା ଜଣାପଡ଼ିଛି। ପ୍ରଥମେ ଅର୍ଥ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ରାଜେଶ ଅଗ୍ରଓ୍ବାଲ ଯୋଗୀଙ୍କ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇଥିଲେ । ଏହାପରେ ମନ୍ତ୍ରୀ ଅନୁପମା ଜୟସଓ୍ବାଲ, ମୁକୁଟ ବିହାରି ବର୍ମା, କ୍ୟାବିନେଟ ମନ୍ତ୍ରୀ ଚେତନ ଚୌହାନ ଓ ସ୍ବାତୀ ସିଂହ ମଧ୍ୟ ଇସ୍ତଫା ଦେଇଥିବା ଜଣାପଡ଼ିଛି।

ରାଜେଶ ଅଗ୍ରଓ୍ବାଲ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିକଟକୁ ନିଜ ଇସ୍ତଫା ପତ୍ର ପଠାଇଛନ୍ତି । ବୟସାଧିକ ଏବଂ ସ୍ବାସ୍ଥ୍ୟଗତ କାରଣରୁ ସେ ଏଭଳି ନିଷ୍ପତ୍ତି ନେଇଥିବା କହିଛନ୍ତି । ତେବେ ଆଉ କେତେକ ମନ୍ତ୍ରୀ ମଧ୍ୟ ଖୁବ୍‌ ଶୀଘ୍ର ଇସ୍ତଫା ଦେଇପାରନ୍ତି ବୋଲି ଆକଳନ କରାଯାଉଛି । ମନ୍ତ୍ରୀମଣ୍ଡଳ ବିସ୍ତାର ପୂର୍ବରୁ କିଛି ମନ୍ତ୍ରୀଙ୍କ ପଦ ଯିବା ନିଶ୍ଚିତ ଥିଲା । ସେମାନଙ୍କ ସ୍ଥାନରେ ନୂଆ ଚେହେରାଙ୍କୁ ସୁଯୋଗ ମିଳିପାରେ ।

ସୂଚନାଯୋଗ୍ୟ ଯେ, ରାଜେଶ ଅଗ୍ରଓ୍ବାଲ ବିଜେପିର ଟାଣୁଆ ନେତାଙ୍କ ମଧ୍ୟରେ ଗଣା ହେଉଥିଲେ । ସେ 2017 ବିଧାନସଭା ନିର୍ବାଚନରେ ବରେଲୀ କେଣ୍ଟରୁ ନିର୍ବାଚନ ଜିତିଥିଲେ । ଏହା ବ୍ୟତିତ 2004 ରୁ 2007 ପର୍ଯ୍ୟନ୍ତ ସେ ଉତ୍ତର ପ୍ରଦେଶ ବିଧାନସଭାର ଉପ ବାଚସ୍ପତି ଭାବେ କାର୍ଯ୍ୟଭାର ସମ୍ଭାଳିଥିଲେ ।

Intro:Body:

pravu

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.