ETV Bharat / bharat

ସାଙ୍ଗ ଠୁ 3 ପ୍ରତିଶତ ମାର୍କ କମିବାରୁ ମେଧାବୀ ଛାତ୍ରୀଙ୍କ ଆତ୍ମହତ୍ୟା - ଆତ୍ମହତ୍ୟା

ଉତ୍ତରପ୍ରଦେଶ କାନପୁର ଜିଲ୍ଲାର ଧାନି ଖେଡା ଗ୍ରାମରେ ଜଣେ ମେଧାବୀ ଛାତ୍ରୀ 82 ପ୍ରତିଶତ ମାର୍ଚ୍ଚ ଆଣି ମଧ୍ୟ ଆତ୍ମହତ୍ୟା କରିଛନ୍ତି ।

_sucide
ମେଧାବୀ ଛାତ୍ରୀଙ୍କ ଆତ୍ମହତ୍ୟା
author img

By

Published : Jul 1, 2020, 12:40 PM IST

ଲକ୍ଷ୍ନୌ: ମେଧାବୀ ଛାତ୍ରୀଙ୍କ ଆତ୍ମହତ୍ୟା । ଉତ୍ତରପ୍ରଦେଶ କାନପୁର ଜିଲ୍ଲାର ଧାନି ଖେଡା ଗ୍ରାମରେ ଜଣେ ମେଧାବୀ ଛାତ୍ରୀ 82 ପ୍ରତିଶତ ମାର୍ଚ୍ଚ ଆଣି ମଧ୍ୟ ଆତ୍ମହତ୍ୟା କରିଛନ୍ତି ।

ସୂଚନା ଅନୁଯାୟୀ, ଧାନୀ ଖେଡା ନିବାସୀ ଶ୍ରବଣ କୁମାର ଘରୋଇ ଫାର୍ମରେ କାମ କରନ୍ତି। ସୋମବାର ସେ ନିଜ ପତ୍ନୀଙ୍କ ସହ ବିଲୌରରେ ଜଣେ ସମ୍ପର୍କୀୟଙ୍କ ବିବାହରେ ଯୋଗ ଦେବାକୁ ଯାଇଥିଲେ। ଘରେ 15 ବର୍ଷୀୟ ଝିଅ ଅମିଷା ପୁଅ ରବି ନିଷାଦ ବୋହୂ ଅର୍ଚ୍ଚନା ଉପସ୍ଥିତ ଥିଲେ। ରବି ନିଶାଦ ଘରର ପ୍ରଥମ ମହଲାରେ ଥିବା ତାଙ୍କ କୋଠରୀରେ ଶୋଇଥିଲେ ଏବଂ ଆମିଷା ଏବଂ ଅଂଶ ତଳେ ଥିବା ହଲରେ ଥିଲେ । ଦିନ 3ଟାରୁ 4ମଧ୍ୟରେ ଯେତେବେଳେ ରବି ବାଥରୁମକୁ ଯିବାକୁ ଓହ୍ଲାଇଲେ । ସେତେବେଳେ ସେ ତାଙ୍କ ଭଉଣା ଅମିଷାଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିଥିଲେ । ଝିଅର ମୃତ୍ୟୁ ଖବର ଶୁଣି ବାପା ମାଆ ତୁରନ୍ତ ଘରକୁ ଆସିଥିଲେ।

ବରିଷ୍ଠ ପୋଲିସ ଅଧୀକ୍ଷକ ଦୀନେଶ କୁମାର କହିଛନ୍ତି ଯେ, ଖବର ପାଇ କଲ୍ୟାଣତପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ । ଘଟଣା ସ୍ଥଳରୁ କୌଣସି ସୁସାଇଡ ନୋଟ ମିଳିନଥିଲା । କିନ୍ତୁ ପଡୋଶୀଙ୍କୁ ପଚରାଉଚରା କରିବାରୁ ଜଣାପଡିଥିଲା ଯେ, 3 ଦିନ ପୂର୍ବରୁ ଆସିଥିବା ରେଜଲ୍ଟ କାରଣରୁ ଅମିଷା ଚାପରେ ଥିଲା। ଅମିଷାଙ୍କୁ 82 ପ୍ରତିଶତ ମାର୍କ ମିଳିଥିବା ବେଳେ ତାଙ୍କ ସାଙ୍ଗଙ୍କୁ 85 ପ୍ରତିଶତ ମାର୍କ ମିଳିଥିଲା । ସେ ତାଙ୍କ ସାଙ୍ଗଙ୍କ ଠାରୁ 3 ପ୍ରତିଶତ କମ୍ ମାର୍କ ରଖିଥିବାରୁ ଏପରି ପଦକ୍ଷେପ ନେଇଥିବା ସନ୍ଦେହ କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.