ETV Bharat / bharat

2 କୋଟି ମୂଲ୍ୟର ଗଞ୍ଜେଇ ଜବତ, ସହାୟତା କରୁଥିଲା ସ୍କର୍ପିଓ - seized marijuana

ଉତ୍ତର ପ୍ରଦେଶ ଇବ୍ରାହିମପୁର ଥାନା ଅଞ୍ଚଳରୁ ଅଢ଼େଇ କୋଟି ଟଙ୍କାର ଗଞ୍ଜେଇ ଜବତ କରିଛି ପୋଲିସ। ଏହା ସହ ଏକ ଆନ୍ତଃରାଜ୍ୟ ଗଞ୍ଜେଇ ଚାଲାଣକାରୀ ଗ୍ୟାଙ୍ଗକୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ। ଅଧିକ ପଢ଼ନ୍ତୁ...

ଉତ୍ତର ପ୍ରଦେଶ ଇଲତିଫାତଗଞ୍ଜରୁ 2 କୋଟି 5 ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
author img

By

Published : Oct 13, 2020, 7:50 PM IST

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ଇବ୍ରାହିମପୁର ଥାନା ପୋଲିସକୁ ସଫଳତା। ସ୍ଥାନୀୟ ଇଲତିଫାତଗଞ୍ଜ ନିକଟରେ ଯାଞ୍ଚ କରୁଥିବା ବେଳେ ଏକ ଗଞ୍ଜେଇ ବୋଝେଇ ଟ୍ରକକୁ ଜବତ କରିଛି ପୋଲିସ। କୌଣସି ସୂତ୍ରରୁ ଖବର ପାଇବା ପରେ ପୋଲିସ ଓ ଏସଓଜି ଯବାନ ମିଳିତ ଭାବେ ଇଲତିଫାତଗଞ୍ଜରେ ଯାଞ୍ଚ ଚଳାଇଥିଲେ। ଗଞ୍ଜେଇ ଚାଲାଣ କରୁଥିବା ଅଭିଯୁକ୍ତ ମାନଙ୍କୁ ମଧ୍ୟ ଗିରଫ କରିଛି ପୋଲିସ।

ଟ୍ରକରୁ 68ଟି ପ୍ୟାକେଟ ଗଞ୍ଜେଇ ଜବତ କରାଯାଇଛି। ଏହି ପ୍ୟାକେଟ ଗୁଡ଼ିକରେ ପ୍ରାୟ 2 କ୍ବିଣ୍ଟାଲ 87 କେଜି ଗଞ୍ଜେଇ ରହିଥିବା ନେଇ ପୋଲିସ ସୂଚନା ଦେଇଛି। ଏହି ଗଞ୍ଜେଇର ମୂଲ୍ୟ 2 କୋଟି 50 ଲକ୍ଷ ଟଙ୍କାରୁ ଅଧିକ ହେବା ନେଇ ସୂଚନା ମିଳିଛି। ଏହାସହ ଗଞ୍ଜେଇ ଚାଲାଣରେ ସମ୍ପୃକ୍ତ 6 ଜଣିଆ ଗ୍ୟାଙ୍ଗକୁ ଗିରଫ କରିଛି ପୋଲିସ।

ଗଞ୍ଜେଇ ବୋଝେଇ ଟ୍ରକକୁ ବାଟ ଦେଖାଇବା ପାଇଁ ଅଭିଯୁକ୍ତମାନେ ଏକ ସ୍କୋର୍ପିଓର ବ୍ୟବହାର କରିଥିଲେ। ଟ୍ରକ ଯିବାକୁ ଥିବା ରାସ୍ତାରେ ସ୍କୋର୍ପିଓ ଆଗୁଆ ଯାଇ ସମସ୍ତ ତଥ୍ୟ ଯୋଗାଇ ଦେଉଥିଲା। ତେବେ ପୋଲିସ ବ୍ୟବହୃତ ସ୍କୋର୍ପିଓକୁ ମଧ୍ୟ ଜବତ କରିଛି। ଆନ୍ଧ୍ର ପ୍ରଦେଶରୁ ଏହି ଗଞ୍ଜେଇ ଚାଲାଣ ହେଉଥିଲା।

ଘଟଣାକୁ ନେଇ ଆଜମଗଡ଼ ଏସପି କହିଛନ୍ତି ଯେ, "ଏସଓଜି ଜବାନଙ୍କ ମିଳତ ସହଯୋଗରେ ଇବ୍ରାହିମପୁର ପୋଲିସ ଏକ ଗଞ୍ଜେଇ ବୋଝେଇ ଟ୍ରକକୁ ଜବତ କରିଛି। ଏହା ସହ ଗଞ୍ଜେଇ ଚାଲାଣକାରୀ ଗ୍ୟାଙ୍ଗକୁ ମଧ୍ୟ ଗିରଫ କରାଯାଇଛି। ଜବତ ହୋଇଥିବା ଗଞ୍ଜେଇ ମୂଲ୍ୟ ଅଢ଼େଇ କୋଟି ଟଙ୍କାରୁ ଉର୍ଦ୍ଧ୍ବ ହେବ। ଏଥିରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ସେନେଇ ତଦନ୍ତ ଜାରି ରହିଛି।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.