ହାଇଦ୍ରାବାଦ: ଲକ୍ଷ୍ନୌ ପୋଲିସକୁ ଧମକାଇବା ମାମଲାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମନ୍ତ୍ରୀ ସ୍ବାତୀ ସିଂଙ୍କୁ ରିପୋର୍ଟ ତଲବ କରିଛନ୍ତି । ଏହା ସହିତ ମୁଖ୍ୟମନ୍ତ୍ରୀ ଯୋଗୀ ଡିଜିପିଙ୍କୁ ଏହି ମାମଲାର ସମ୍ପୂର୍ଣ୍ଣ ରିପୋର୍ଟ ମାଗିଛନ୍ତି । ଯୋଗୀ ସରକାରର ମନ୍ତ୍ରୀ ସ୍ବାତି ସିଂଙ୍କ ପୋଲିସକୁ ଧମକାଇବା ସମୟର ଏକ ଅଡିଓ ଭାଇରାଲ ହୋଇଛି ।
ଏହି ଅଡିଓରେ ଲକ୍ଷ୍ନୌ କେଣ୍ଟରେ ପୋଲିସକୁ ଧମକାଇବା ଶୁଣାଯାଉଛି । ଅଡିଓ ଭାଇରାଲ ପରେ ଏହି ମାମଲାରେ ମୁଖ୍ୟମନ୍ତ୍ରୀ ଅସନ୍ତୁଷ୍ଟ ଅଛନ୍ତି । ସୋସିଆଲ ମିଡିଆରେ ଭାଇରାଲ ଅଡିଓରେ ମନ୍ତ୍ରୀ ସ୍ବାତି ସିଂ ଏକ ବିଲଡରଙ୍କ ବିରୋଧରେ ମାମଲା ଯାଞ୍ଚ କରିବା ଯୋଗୁଁ ପୋଲିସ ଉପରେ ରାଗି ଯାଇଛନ୍ତି । ଅଡିଓରେ ପୋଲିସ ଉପରେ ସ୍ବାତି ସିଂ ମାମଲାକୁ ଆଉ ଆଗକୁ ନ ବଢେଇ ଏବଂ ବିଲଡରଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ପାଇଁ ଚାପ ପକାଉଛନ୍ତି ।
ଏହି ଅଡିଓ ସୋସିଆଲ ମିଡିଆରେ ବହୁଳ ଭାବରେ ଭାଇରାଲ ହୋଇଛି । ଯୋଗୀ ସରକାରରେ ମନ୍ତ୍ରୀ ସ୍ବାତି ସିଂ ସବୁବେଳେ ଚର୍ଚ୍ଚାରେ ରହିଛନ୍ତି । ସ୍ବାତି ସିଂ ଲକ୍ଷ୍ନୌ ସରୋଜିନୀ ନଗରରୁ ନିର୍ବାଚିତ ହୋଇଛନ୍ତି । ସେ ବର୍ତ୍ତମାନ ଯୋଗୀ ମନ୍ତ୍ରୀମଣ୍ଡଳରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି ।