ETV Bharat / bharat

ଶିବଙ୍କ ଶ୍ରାବଣ, ମାସ୍କ ପିନ୍ଧି ମହାଦେବଙ୍କ ଆରାଧନରେ ଯୋଗୀ

author img

By

Published : Jul 6, 2020, 12:09 PM IST

ଶ୍ରାବଣର ପ୍ରଥମ ସୋମବାର ମହାଦେବଙ୍କ ଆରାଧନା କଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ । ଏହି ସମୟରେ ସେ ମାସ୍କ ପିନ୍ଧିଥିବାର ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

ମାସ୍କ ପିନ୍ଧି ମହାଦେବଙ୍କ ଆରାଧନରେ ଯୋଗୀ
ମାସ୍କ ପିନ୍ଧି ମହାଦେବଙ୍କ ଆରାଧନରେ ଯୋଗୀ

ଲକ୍ଷ୍ନୌ : ପବିତ୍ର ଶ୍ରାବଣ ମାସ ଆରମ୍ଭ ହୋଇଯାଇଛି । ଆଜି ହେଉଛି ପ୍ରଥମ ସୋମବାର । ଶିବଭକ୍ତ ଆଜି ମହାଦେବଙ୍କ ପୂଜାର୍ଚ୍ଚନା କରୁଛନ୍ତି । ଚଳିତ ବର୍ଷ କୋରୋନା ସଂକ୍ରମଣ ପାଇଁ ମନ୍ଦିରରେ ସ୍ବତନ୍ତ୍ର ନିୟମ ଲାଗି କରାଯାଇଛି । ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଯୋଗୀ ମଧ୍ୟ ଭୋଳବାବାଙ୍କ ଆରାଧନ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ଯୋଗୀ ଗୋରାଖପୁରର ମାନସରୋବର ମନ୍ଦିରରେ ପହଞ୍ଚି ଭୋଲେନାଥଙ୍କ ମସ୍ତକରେ ଦୁଗ୍ଧ ଅଭିଷେକ କରିଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ଏହି ଅବସରରେ ମାସ୍କ ପିନ୍ଧିଥିବାର ନଜର ଆସିଥିଲେ।

ଶ୍ରାବଣ ମାସର ପ୍ରଥମ ସୋମବାର ହୋଇଥିବାର ଦେଶର ବିଭିନ୍ନ ଶୈବପୀଠରେ ଭକ୍ତଙ୍କ ସମାଗମ ଲାଗିଛି । କୋରୋନା କାରଣରୁ ମନ୍ଦିରଗୁଡିକରେ ଅନେକ ପଦକ୍ଷେପ ନିଆଯାଇଛି। ଲୋକଙ୍କୁ ମନ୍ଦିରର ଗର୍ଭଗୃହକୁ ପ୍ରବେଶ କରିବାକୁ ଅନୁମତି ନାହିଁ ।ଏପରିକି ଚଳିତ ଥର କାଉଡିଆ ଯାତ୍ରାକୁ ମଧ୍ୟ ଅନେକ ରାଜ୍ୟରେ ବାରଣ କରାଯାଇଛି ।

ବାରଣାସୀର କାଶୀ ବିଶ୍ୱନାଥ ମନ୍ଦିରରେ ମଧ୍ୟ ଭକ୍ତମାନେ ପହଞ୍ଚିଛନ୍ତି। ମନ୍ଦିର ପରିଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ମନ୍ଦିରରେ ପହଞ୍ଚିଥିବା ମହିଳାମାନେ ମାସ୍କ ପିନ୍ଧି ଆସୁଥିବାର ଦେଖିବାକୁ ମିଳିଛି । ଗାଜିଆବାଦର ଦୁଧେଶ୍ୱରନାଥ ମନ୍ଦିରରେ ମଧ୍ୟ ଭିଡ଼ ଦେଖିବାକୁ ମିଳିଛି।

ସେହିଭଳି ଉଜ୍ଜୈନର ମହାକାଳେଶ୍ବର ମଧ୍ୟ ଶ୍ରାବଣର ପ୍ରଥମ ସୋମବାର ପାଳନ ହୋଇଛି । ଏଠାରେ ମହାଦେବଙ୍କ ବିଶେଷ ଶୃଙ୍ଗାର ଦେଖିବାକୁ ମିଳିଛି । ଏଠାରେ ଭକ୍ତମାନେ ସାମାଜିକ ଦୂରତା ସହ ଭଗବାନଙ୍କ ଦର୍ଶନ କରୁଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.