ETV Bharat / bharat

ପୁଣି ର୍ଦୁଘଟଣାରେ ଗଲା 4 ପ୍ରବାସୀ ଶ୍ରମିକଙ୍କ ଜୀବନ

ଲକଡାଉନ ମଧ୍ୟରେ ପ୍ରବାସୀ ଶ୍ରମିକ ବିଭିନ୍ନ ରାଜ୍ୟରେ ଫସିଥିବା ବେଳେ ସେମାନଙ୍କ ସହ ଘଟୁଥିବା ର୍ଦୁଘଟଣା ମଧ୍ୟ ବଢି ବଢି ଚାଲିଛି । ଏହି କ୍ରମରେ ଉତ୍ତର ପ୍ରଦେଶରେ ଶୁକ୍ରବାର ପୁଣି 4 ପ୍ରବାସୀ ଶ୍ରମିକଙ୍କ ର୍ଦୁଘଟଣାରେ ମୃତ୍ୟୁ ଘଟିଛି ।

author img

By

Published : May 15, 2020, 1:58 PM IST

migrant labour death
ପୁଣି ର୍ଦୁଘଟଣାରେ ଗଲା 4 ପ୍ରବାସୀ ଶ୍ରମିକଙ୍କ ଜୀବନ

ଲକ୍ଷ୍ନୌ: ପୁଣି ଦୁର୍ଘଟଣାରେ ଗଲା 4 ପ୍ରବାସୀ ଶ୍ରମିକଙ୍କ ଜୀବନ । ଲକଡାଉନ ମଧ୍ୟରେ ପ୍ରବାସୀ ଶ୍ରମିକ ବିଭିନ୍ନ ରାଜ୍ୟରେ ଫସିଥିବା ବେଳେ ସେମାନଙ୍କ ସହ ଦୁର୍ଘଟଣା ମଧ୍ୟ ବଢି ଚାଲିଛି । ଏହି କ୍ରମରେ ଶୁକ୍ରବାର ଉତ୍ତରପ୍ରଦେଶର ଭିନ୍ନ ଭିନ୍ନ ସ୍ଥାନରେ 4 ପ୍ରବାସୀ ଶ୍ରମିକଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି ।

ସୂଚନା ଅନୁଯାୟୀ, ଶୁକ୍ରବାର ୟୁପିର ବହରାଇଚ ଠାରେ ଶ୍ରମିକଙ୍କୁ ନେଇ ଯାଉଥିବା ଏକ ଟ୍ରକ ଓଲଟି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ବହୁ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି । ସେହିପରି ୟୁପିର ଜାଲୌନ ଠାରେ ମଧ୍ୟ ର୍ଦୁଘଟଣାରେ 3 ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ଘଟିଛି ।

ପ୍ରକାଶ ଥାଉକି, ଗତ ଗୁରୁବାର ଉତ୍ତରପ୍ରଦେଶ ମୁଜାଫରପୁର-ଶାହରନପୁର ହାଇୱେରେ 6 ଜଣ ଶ୍ରମିକ ଚାଲି ଚାଲି ଯାଉଥିବା ବେଳେ ଏକ ବସ ଦ୍ରୁତ ଗତିରେ ଆସି ସେମାନଙ୍କ ଉପରେ ଚଢାଇ ଦେଇଥିଲା । ଫଳରେ ଘଟଣା ସ୍ଥଲରେ ହିଁ 6 ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.