ଜୟପୁର: ରାଜସ୍ଥାନର ବାଣିଜ୍ୟ କର ବିଭାଗର ଡେପୁଟି କମିଶନର ଅନୁସୂୟା କୁମାରୀଙ୍କ ଘରେ ଆଣ୍ଟି-କରପସନ ବ୍ୟୁରୋ(ଏସିବି) ପକ୍ଷରୁ ଚଡାଉ କରାଯାଇଛି । ଡେପୁଟି କମିଶନରଙ୍କ ଘରେ ଚଢାଉ। ଅର୍ଥ ହେରଫେର ଓ ଲାଞ୍ଚ ନେଉଥିବା ଅଭିଯୋଗରେ ତାଙ୍କ ଘର ଉପରେ ଚଢାଉ କରାଯାଇଥିଲା ।
ଚଢାଉ ସମୟରେ ଅନୁସୂୟାଙ୍କର 15ଟି ବ୍ୟାଙ୍କ ପାସବୁକ ସିଜ କରିଛି ଏସିବି । ଏହା ସହିତ ଅନୁସୂୟାଙ୍କର ଦୁଇ ପୁଅ ଓ ସ୍ବାମୀଙ୍କ ଆକାଉଣ୍ଟକୁ ମଧ୍ୟ ଯାଞ୍ଚ କରାଯାଇଛି । ଯାଞ୍ଚ ସମୟରେ ସମସ୍ତଙ୍କ ଆକାଉଣ୍ଟରୁ ଲକ୍ଷାଧିକ ଥିବା ଜାଣିବାକୁ ପାଇଛି ଏସିବି ।
ଏହା ପୂର୍ବରୁ ଅନୁସୂୟା କୁମାରୀଙ୍କର 15ଟି ବ୍ୟାଙ୍କରେ କୋଟି କୋଟି ଟଙ୍କ ଜମା ଥିବା ଏସିବିକୁ ସୂଚନା ମିଳିଥିଲା । ପରେ ଏହି ସୂଚନା ପାଇବା ପରେ ଚଢାଉ ସମୟରେ ଏସିବି ବ୍ୟାଙ୍କ ଖାତାକୁ ସିଜ କରିଥିଲା । ପରେ ଉକ୍ତ ଆକାଉଣ୍ଟକୁ ଯାଞ୍ଚ କରିବା ପରେ କୋଟି କୋଟି ଟଙ୍କାକୁ ଜବତ କରିଛି । ଜବତ ହୋଇଥିବା ଅର୍ଥ ମଧ୍ୟରେ ଦୁଇ ପୁଅଙ୍କ ଆକାଉଣ୍ଟରୁ ପ୍ରାୟ 92 ଲକ୍ଷ 43 ହଜାର ଟଙ୍କା ଜବତ କରାଯାଇଛି ।
ସେହିପରି ଅନୁସୂୟାଙ୍କ ଆକାଉଣ୍ଟରୁ ପାଖାପାଖି 73 ଲକ୍ଷ ଟଙ୍କା ଜବତ କରିଥିଲା ଏସିବି । ଚଢାଉ ସମୟରେ ଅନୁସୂୟାଙ୍କ ସ୍ବାମୀଙ୍କ ବ୍ୟାଙ୍କ ଖାତାରୁ ମଧ୍ୟ 3 ଲକ୍ଷ 60 ହଜାର ଟଙ୍କା ଜବତ ହୋଇଥିଲା। ସୂଚନା ଯୋଗ୍ୟ କିଛି ଦିନ ପୂର୍ବରୁ ଭିଜିଲାନ୍ସ ଟିମ ଅନୁସୂୟାଙ୍କୁ ଲାଞ୍ଚ ନେଉଥିବା ବେଳେ ଧରିଥିଲା । ପରେ ଘଟଣାର ଯାଞ୍ଚ ପରେ ଡେପୁଟି କମିଶନରଙ୍କ କଳାକାରନାମା ସମ୍ପର୍କରେ ଜଣାପଡ଼ିଥିଲା ।